Indus Valley Times

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ

 Breaking News

କନ୍ଧମାଳ ଜିଲ୍ଲାକୁ ରେଳ ଲାଇନ କାଟିବା ପ୍ରସଙ୍ଗ : ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ

November 10
20:52 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୦/୧୧: ରେଳ ମାନଚିତ୍ରରୁ କନ୍ଧମାଳ ଜିଲ୍ଲା ବାଦ୍ ପଡ଼ିବା ପ୍ରତିବାଦରେ ଶୁକ୍ରବାର ନଭେମ୍ବର ୧୦ ତାରିଖରେ ସକାଳ ୬ ଘଟିକା ଠାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ୧୨ ଘଣ୍ଟିଆ କନ୍ଧମାଳ ବନ୍ଦ ପାଳନ ସମ୍ପୂର୍ଣ୍ଣ ସଫଳ ହୋଇଛି । ଏଥି ନିମନ୍ତେ ପୂର୍ବରୁ ଏନେଇ କନ୍ଧମାଳ ବିକାଶ ପରିଷଦର ଆବାହକ ଗୋଲକ ବିହାରୀ କହଁରଙ୍କ ନେତୃତ୍ବରେ ଫୁଲବାଣୀ ସ୍ଥିତ ବନାନୀ କଳା ପରିଷଦ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ମଧ୍ୟ ଦିଆଯାଇଥିଲା ।
ଗୋପାଳପୁର-ଫୁଲବାଣୀ-ସମ୍ବଲପୁର ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅର୍ଥ ମଞ୍ଜୁର ସତ୍ତ୍ବେ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ସର୍ଭେ ସଂସ୍ଥା ଓରିଡଲ୍ (ଓଡ଼ିଶା ରେଳ ଭିତ୍ତିଭୂମି ବିକାଶ ଲିମିଟେଡ) ସଂସ୍ଥା ଶେଷ ପର୍ଯ୍ୟାୟ ସର୍ଭେ ବେଳେ ପୂର୍ବ ମାନଚିତ୍ରକୁ ପରିବର୍ତ୍ତନ କରି ପ୍ରଦର୍ଶନ କରିଥିବା ନୂତନ ମାନଚିତ୍ରରେ ଏହି ପ୍ରକଳ୍ପରେ ଫୁଲବାଣୀକୁ ବାଦ୍ ଦେବା ପ୍ରତିବାଦରେ କନ୍ଧମାଳ ଜିଲ୍ଲାରେ ସମ୍ପୂର୍ଣ୍ଣ ବନ୍ଦ ଡାକରା ଦିଆଯାଇଥିଲା ।
ଏହାକୁ ନେଇ ବାରମ୍ବାର ରାଜ୍ୟ ସରକାର ଏବଂ ସର୍ଭେ ସଂସ୍ଥା ଓରିଡଲକୁ ଦାବିପତ୍ର ପ୍ରଦାନ କରିବା ସତ୍ତ୍ବେ କୌଣସି ଉତ୍ତର ନମିଳିବା କନ୍ଧମାଳ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ୁଛି ବୋଲି ଶ୍ରୀ କହଁର ଅଭିଯୋଗ କରିବା ସହ ବାଧ୍ୟ ହୋଇ ଏହି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା ।
ଅନ୍ୟାନ୍ୟ ରାଜ୍ୟରେ ବହୁ ବଡ଼ ବଡ଼ ପାହାଡ଼ କାଟି ଟ୍ରେନ ଯାତାୟତ କରୁଥିବା ବେଳେ ସେହି ତୁଳନାରେ କନ୍ଧମାଳର ପାହାଡ଼ କିଛି ନୁହେଁ କନ୍ଧମାଳ ଭଳି ଏକ ଆଦିବାସୀ ବହୁଳ ଜିଲ୍ଲାକୁ ରେଳ ଚଳାଚଳ ହେଲେ ଆର୍ଥିକ, ଗମନାଗମନ, ବାଣିଜ୍ୟ, ଲଘୁ ବନଜାତ ଦ୍ରବ୍ୟର ସୁଲଭ ବିକ୍ରି, ପର‌୍ୟ୍ୟଟନ କ୍ଷେତ୍ରରେ ବିକାଶ ତତ୍ ସହିତ ଜିଲ୍ଲା ଏବଂ ଜିଲ୍ଲାବାସୀଙ୍କ ପ୍ରତିଟି କଥାର ବିକାଶ ଓ ସୁବିଧା ସୁଯୋଗ ହୋଇପାରିବ।
ଅନ୍ୟ ଜିଲ୍ଲା ତୁଳନାରେ କନ୍ଧମାଳରେ ଅଧିକ ପର୍ଯ୍ୟଟନସ୍ଥଳୀ ଥିବା ବେଳେ ଗମନାଗମନର ଅସୁବିଧା ଯୋଗୁଁ ଧିରେଧିରେ ପର୍ଯ୍ୟଟକ ମୁହଁ ଫେରାଉଛନ୍ତି। ଟ୍ରେନ ସୁବିଧା ହେଲେ ଅନ୍ତଃରାଷ୍ଟ୍ରୀୟ ଏବଂ ଆନ୍ତଃରାଜ୍ୟ ପର୍ଯ୍ୟଟକ ଗମନାଗମନ ର ସୁବିଧା ପାଇଁ ପୁଣି କନ୍ଧମାଳ ପ୍ରତି ଆକୃଷ୍ଟ ହେବେ ବୋଲି କନ୍ଧମାଳ ବିକାଶ ପରିଷଦ ଦାବି କରିଛି ।
ଏହାକୁ ବାଲିଗୁଡା ରେ ବଜରଙ୍ଗ ଦଳ ପୂର୍ଣ୍ଣ ସମର୍ଥନ କରିବା ସହ ବିଭିନ୍ନ ସଙ୍ଗଠନ ସମର୍ଥନ କରି କନ୍ଧମାଳ ଜିଲ୍ଲା ସଦର ମହକୁମା ସମେତ ବାଲିଗୁଡ଼ା ଉପଖଣ୍ଡର ବାଲିଗୁଡ଼ା, କ.ନୂଆଗାଁ, ରାଇକିଆ, କୋଟଗଡ,ତୁମୁଡ଼ିବନ୍ଧ, ଦାରିଙ୍ଗବାଡି, ଟିକାବାଲି, ଘୁ.ଉଦୟଗିରି ଓ ଟିକାବାଲି ବ୍ଲକର ସମସ୍ତ ଦୋକାନ ବଜାର ଗାଡି ଚଳାଚଳ ସ୍ବର୍ତ୍ତପୁର୍ତ୍ତ ଭାବେ ସମର୍ଥନ ଜଣାଇ ବନ୍ଦ ରଖିଥିଲେ ।
ଏଠାରୁ ବ୍ରହ୍ମପୁର,ଭୁବନେଶ୍ୱର, କଟକ, ବଲାଙ୍ଗୀର, ରାୟଗଡା ,କଳାହାଣ୍ଡି, ସମ୍ବଲପୁର, ବୌଦ୍ଧ ଅଞ୍ଚଳ ଭଳି ବିଭିନ୍ନ ଅଞ୍ଚଳ ସମେତ ବାଲିଗୁଡା ଦେଇ ଯାଇଥିବା ୫୯ ନଂ.ଜାତୀୟ ରାଜପଥ ଗୋପାଳପୁର ଠାରୁ ରାୟପୁର ରାସ୍ତାରେ ମଧ୍ୟ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଥିବାରୁ ଯାତ୍ରୀ ମାନେ ବସଷ୍ଟାଣ୍ଡରେ ଅଟକି ରହି ଥିବାରୁ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଥିଲେ ।
ବନବାସୀ ସେବା ସମିତି ପରିସରରେ ଆଞ୍ଚଳିକ “ରେଡ଼ିଓ ମହକ” ୮୯.୬ ଉଦଘାଟିତ
ବାଲିଗୁଡ଼ା,୧୦/୧୧: ଆଜିର ଆଧୁନିକ ଯୁଗରେ ଲୋକମାନେ ରେଡ଼ିଓ କୁ ଭୁଲି ଯିବା ସମୟରେ ପୁନର୍ବାର ଲୋକମାନଙ୍କ ମନୋରଞ୍ଜନ ଓ ଦେଶ ବିଦେଶ ଓ ଗ୍ରାମାଞ୍ଚଳର ଖବର, ଲୁକ୍କାୟିତ ପ୍ରତିଭା ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ପ୍ରଣୟନ ଯୋଜନା କୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ଉଦେଶ୍ୟରେ କନ୍ଧମାଳ ଜିଲ୍ଲାର ଦୁର୍ଗମ ଅଞ୍ଚଳ ଭାବେ ପରିଚିତ ବାଲିଗୁଡା ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବନବାସୀ ସେବା ସମିତି ପରିସରରେ ରେଡ଼ିଓ ମହକ ଷ୍ଟେସନ-୮୯.୬ ଶୁକ୍ରବାର ଦିନ ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଉପଜିଲ୍ଲାପାଳ ଶ୍ରୀମତୀ ମଧୁମିତା ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରି ଆନୁଷ୍ଠାନିକ ଭାବେ ଉଦଘାଟିତ କରି ଉଦବୋଧନ ଦେଇଥିଲେ ।
ଏଥିରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ୟସ ପ୍ରତାପ ଶ୍ରୀମଲ , ପିଏ ଆଇଟିଡିଏ କୃପାସିନ୍ଧୁ ବେହେରା, ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସଲା, ଏନ.ଏ.ସାହା ଆନସାରୀ, ଏସ. କେ. ଅବଦୁଲ ସଫିକ, ଫୁଲବାଣୀ ଶିଶୁ ମଙ୍ଗଳ ସଦସ୍ୟ ସଦାଶିବ ପାତ୍ର, ଅବସର ପ୍ରାପ୍ତ ପ୍ରାଧ୍ୟପକ ଡକ୍ଟର ମଧୁସୂଦନ ମହାପାତ୍ର ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।
ଏହି ଅବସରରେ ସମିତି ପରିସରରେ ଏକ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର‌୍ୟ୍ୟକ୍ରମରେ ସମିତିର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ଓ ବିଦାୟ କାଳୀନ ସଙ୍ଗୀତ ପରିବେଷଣ ହୋଇଥିଲା ।
ସମିତି ର ସମ୍ପାଦକ ଉତ୍ସବ ଚନ୍ଦ୍ର ଜେନା ପରିଚାଳନା କରିଥିବା ବେଳେ ସମିତିର ସହ ସମ୍ପାଦକ ରବିନ୍ଦ୍ର କୁମାର ପଣ୍ଡା ସ୍ୱାଗତ ଭାଷଣ ପୂର୍ବକ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସ୍ଥାନୀୟ ରେଡ଼ିଓ ମହକ ତରଫରୁ ଫୁଲବାଣୀ ରୁ ଆସିଥିବା ରୂପମ୍ବିକା ତ୍ରିପାଠୀ ଙ୍କୁ ସମ୍ମାନିତ କରାଯାଇଥିଲା କ୍ଷ
ସମିତିର ୩୦ରୁ ୪୦ କିଲୋମିଟର ଦୂରତା ମଧ୍ୟରେ ଏହି ରେଡ଼ିଓ ମହକ ଷ୍ଟେସନ ର ସୁବିଧା ସମସ୍ତ ଜନସାଧାରଣ ପାଇ ପାରିବେ ବୋଲି ସମିତି ର ସହ ସମ୍ପାଦକ ତଥା ରେଡ଼ିଓ ମହକ ର ନିର୍ଦେଶକ ଶ୍ରୀ ପଣ୍ଡା ପ୍ରକାଶ କରିଥିଲେ । ଆଜିବି ଅନେକ ଗାଁ ଅଛି ଲୋକମାନେ ମୋବାଇଲ୍, ଟିଭି, ଇଣ୍ଟରନେଟ ବିଦ୍ୟୁତ୍ ର ସୁବିଧା ଠାରୁ ବହୁ ଦୂରରେ ଅଛନ୍ତି ।
ଯାହା ଦ୍ବାରାକି ଅନେକ ସରକାରୀ ସୂଚନା ପାଇବାରୁ ବଞ୍ଚିତ ହେଉଛନ୍ତି । ଏଣୁ ଏହି ସମସ୍ତ ବିଷୟକୁ ଦୃଷ୍ଟି ଆଗରେ ରଖି ସ୍ଥାନୀୟ ବନବାସୀ ସେବା ସମିତି ପରିସର ମଧ୍ୟରେ ରେଡ଼ିଓ ମହକ ଷ୍ଟେସନ ଉଦଘାଟିତ ଏକ ଉଚିତ ପ୍ରୟାସ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031