Indus Valley Times

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

 Breaking News

କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରିୟର ପକ୍ଷରୁ ସଫେଇ ଅଭିଯାନ

June 26
21:09 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୨୬/୬ : ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି । ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା ।
ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ ଦିନରୁ ପଡ଼ି ଅସନା ହୋଇ ରହିଥିଲା । ସନ୍ଧ୍ୟା ହେଲେ ଏହା ଅସାମାଜିକ ଲୋକଙ୍କ ଆଡ୍ଡ଼ା ସ୍ଥଳୀ ପାଲଟିଥିଲା ।
ତେଣୁ ସନ୍ଧ୍ୟା ପରେ ଏଠାରେ ମହିଳା ଓ ଭଦ୍ର ଲୋକମାନେ ନିଜକୁ ସୁରକ୍ଷିତ ମଣୁନଥିଲେ । ଏସବୁକୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲାର ଅଗ୍ରଣୀ ଯୁବକ ସଂଘ ୟୁଥ ୱାରୀୟର ପକ୍ଷରୁ ଏହି ସ୍ୱଚ୍ଛତା କାର୍ଯ୍ୟକ୍ରମ କରିଥିଲା ।
ଆଜି ଏହାର ଭିତର ପଟ ସମ୍ପୂର୍ଣ୍ଣ ସଫା କରାଯାଇଥିଲା ଓ ଦିନେ ଦୁଇ ଦିନ ଭିତରେ ପଞ୍ଚାୟତ ତରଫରୁ ବାହାର ପାର୍ଶ୍ଵ ସଫେଇ କାର୍ଯ୍ୟ କରିବା ପାଇଁ ସରପଞ୍ଚ ପ୍ରତିଶୃତି ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମ ରେ ଟିକାବାଲି ପଞ୍ଚାୟତ ସମିତି ଅଧ୍ୟକ୍ଷ ଦିଲୀପ କୁମାର କହଁର, ଟିକାବାଲି ସରପଞ୍ଚ କୁନ୍ଦୁରୁ ମଳିକ, ଶିକ୍ଷକ ଅରବିନ୍ଦ ମହାପାତ୍ର,ପ୍ରମିଶ ଦିଗାଳ,ବିଶ୍ୱାଳ ନାୟକ, ଆଶୁତୋଷ ଦେହୁରୀ,କୁମୁଦ ଚନ୍ଦ୍ର ସାହୁ, ଗୋକୁଳ ଭୋଇ, ରାଜକିଶୋର ନାୟକ, ସଞ୍ଜୟ କହଁର, ଗୋବର୍ଦ୍ଧନ ନାୟକ, ରାଜା ପାତ୍ର, ସଦାନନ୍ଦ ଦିଗାଳ,ଭାଗବତ ସାହୁ,ସନ୍ତୋଷ ପଣ୍ଡାଙ୍କ ସମେତ ୟୁଥ ୱାରୀୟର ର ପ୍ରମୁଖ ସଦସ୍ୟମାନେ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ ।
ଆଗକୁ ଏହିପରି ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯିବ ଵୋଲି ସଂଗଠନ ପକ୍ଷରୁ କୁହାଯାଇଛି । ସଂଗଠନ ର ଏଭଳି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ମୌଳିକ ସୁବିଧା ହାସଲ କରିବା ପାଇଁ କନ୍ଧମାଳର ନୂତନ ଜିଲାପାଳଙ୍କୁ ଭେଟିଲେ ବିଲାବାଡ଼ି ଗ୍ରାମ ପଞ୍ଚାୟତବାସୀ
କନ୍ଧମାଳ,୨୬/୬: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ବିଲାବାଡ଼ି ପଞ୍ଚାୟତକୁ ୨୦୧୨ ମସିହାରୁ ସାଂସଦ ପୋଷ୍ୟ ଗ୍ରାମ ହିସାବରେ ଗ୍ରହଣ କରାଯାଇଛି । କିନ୍ତୁ ପଞ୍ଚାୟତର ମୌଳିକ ସମସ୍ୟା ଦୂର ହୋଇ ପାରୁନାହିଁ ।
ବିଶେଷ କରି ଯୋଗାଯୋଗ ବ୍ୟବସ୍ଥା ଏହି ପଞ୍ଚାୟତର ମୁଖ୍ୟ ସମସ୍ୟା ହୋଇଛି । ଜାତୀୟ ରାଜପଥଠାରୁ ୧୧ କିମି ଦୂରରେ ଥିବା ବିଲାବାଡିକୁ ଯିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇପଡିଛି ।
ବାଟରେ ଜଙ୍ଗଲ ପଡୁଥିବାରୁ ନୁତନ ରାସ୍ତା ନିର୍ମାଣ ପାଇଁ ପ୍ରତିବନ୍ଧକ ଦେଖା ଦେଉଛି । ନିର୍ମାଣ କାର୍ଯ୍ୟ ପାଇଁ ଜଙ୍ଗଲ ବିଭାଗର ଅନୁମତି ମିଳୁନାହିଁ । ଗ୍ରାମବାସୀଙ୍କ ତରଫରୁ ଅନେକ ଥର ଦାବି କରାଗଲେ ମଧ୍ୟ କୌଣସି ଫଳ ମିଳୁନାହିଁ ।
ତେଣୁ ଗ୍ରାମବାସୀ ମାନେ ଫୁଲବାଣୀ ଆସି ନୂତନ ଜିଲାପାଳଙ୍କୁ ଭେଟି ଏ ନେଇ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ପଞ୍ଚାୟତକୁ ତୁରନ୍ତ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
ସରପଞ୍ଚ ରବୀନ୍ଦ୍ର ଭୁକ୍ତା ଓ ନାଏବ ସରପଞ୍ଚଙ୍କ ନେତୃତ୍ୱରେ ବହୁ ମହିଳା ପୁରୁଷ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଥିଲେ । ଜିଲାପାଳ ଦାବିପତ୍ର ଗ୍ରହଣ କରି ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ।

କନ୍ଧମାଳ: ସ୍ୱାତୀ ଅନୁଷ୍ଠାନର ୨୩ତମ ପ୍ରତିଷ୍ଠା ଦିବସ
କନ୍ଧମାଳ,୨୬/୬: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକର ବାଲନ୍ଦାପଡା ଅଞ୍ଚଳବାସୀଙ୍କ ପକ୍ଷରୁ ସ୍ୱାତୀ ଅନୁଷ୍ଠାନର ୨୩ ତମ ପ୍ରତିଷ୍ଠା ଦିବସ ଲୁଇସଂ ପଞ୍ଚାୟତର ରାଇଗୁଡା ଓ ବାଲନ୍ଦାପଡା ର ଗଧେଇପଦର ଠାରେ ପାଳିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ନିରାକାର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫିରିଙ୍ଗିଆ ପଞ୍ଚାୟତ ସମିତି ଉପାଧକ୍ଷ ଅଜିତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
ସଂଯୋଜକ ବିଶ୍ୱରଞ୍ଜନ କର ବକ୍ତବ୍ୟ ରଖିଥିବାବେଳେ ପ୍ରଦୀପ କୁମାର ସ୍ୱାଇଁ ସ୍ୱାସ୍ଥ୍ୟ, ପୋଷଣ, ଶିଶୁଅଧିକାର ଓ ଶିକ୍ଷା କ୍ଷେତ୍ରରେ ‘ସ୍ୱାତୀ’ର କାର୍ଯ୍ୟକ୍ରମ ସମୁହକୁ ଉପସ୍ଥାପନା କରିଥିଲେ।
ଏଥିସହ ଆଲୋକ ସାମନ୍ତରାୟ ଆଦିବାସୀ ଅଧ୍ୟୁସିତ କନ୍ଧମାଳ ଜିଲାରେ ଅନୁଷ୍ଠାନର ବିଭିନ୍ନପ୍ରକଳ୍ପ କାର୍ଯ୍ୟକ୍ରମକୁ ଏକ ତଥ୍ୟ ସମ୍ବଳିତ ବିବରଣୀ ପାଠ କରିଥିଲେ। ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଏଥିରେ କୁନି କୁନି କଳାକାର ସଞ୍ଜୟ ଦିଗାଲ, ଗଗନ ଦିଗାଲ, କାଞ୍ଚନ କହଁର, ମୁକ୍ତା ଓ ନିରୁ ନାୟକ ନୃତ୍ୟ ପରିବେଷଣ କରିଥିଲେ।
ସେହିପରି ଗଧେଇପଦର ଓ ରାଇଗୁଡା ଗ୍ରାମର ସ୍ୱୟଂସହାୟକ ଦଳର ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ କେକକୁ ଅତିଥି ମାନଙ୍କ ଦ୍ୱାରା କଟାଯାଇଥିଲା ଏବଂ ବିଭିନ୍ନ ହାତ ତିଆରି ପିଠା ସମସ୍ତଙ୍କୁ ବଣ୍ଟନ କରାଯାଇଥିଲା।
ଅନୁଷ୍ଠାନ ପ୍ରତି ଗାଁଲୋକଙ୍କ ଭଲପାଇବାକୁ ସଂପାଦକ ହରିଶଙ୍କର ରାଉତ ସାଧୁବାଦ ଜଣାଇବା ସହ ଅଞ୍ଚଳର ଅଧିକରୁ ଅଧିକ ବିକାଶ ଦିଗରେ କାମକରିବାକୁ ପ୍ରତିଶ୍ରୁତି ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ଏକ ସାମୁହିକ ନୃତ୍ୟ ପରିବେଷଣ କରାଯାଇଥିଲା। ମାଣିକ ବେହେରା ଧନ୍ୟବାଦ ଅର୍ପଣ କରିଥିଲା।
କୁଶ ମାନସେଠ ଅତିଥି ପରିଚୟ ପ୍ରଦାନ କରିବା ସହ ଲୁଇସିଂ ଅଙ୍ଗନୱାଡି କର୍ମୀଙ୍କ ଦ୍ୱାରା ଲିଖିତ ଏକ ସଙ୍ଗୀତ ପଞ୍ଚଦେବ ପ୍ରଧାନଙ୍କ ଦ୍ୱାରା ଗାନ କରାଯାଇଥିଲା। ପରିଚାଳନାରେ ପ୍ରଭାସିନୀ ଦଳବେହେରା, ଅନନ୍ତ ଚରଣ ମଲ୍ଲିକ, ସୌରଭ ପଣ୍ଡା, ମଲ୍ଲିକ ଦିଗାଲ, ନିରୂପମା ଦିଗାଲ, ଅନୁପମା କହଁର, ଗୋଲାପି କହଁର, ଚଞ୍ଚଳା କହଁର ପ୍ରମୁଖ ସହଯୋଗ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031