Legatus

କନ୍ଧମାଳ ଜିଲ୍ଲା ଆଇନଜୀବି ସଂଘ ପକ୍ଷରୁ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର

 Breaking News

କନ୍ଧମାଳ ଜିଲ୍ଲା ଆଇନଜୀବି ସଂଘ ପକ୍ଷରୁ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର

August 25
08:43 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୨୫/୮: ରାଜ୍ୟ ସରକାରଙ୍କ ଆର୍ଥିକ ସେବା ନିର୍ଦ୍ଦେଶାଳୟ ଆନୁକୂଲ୍ୟରେ ଫୁଲବାଣୀ ଜିଲା ଆଇନଜୀବି ସଂଘ ପକ୍ଷରୁ ଆର୍ଥିକ ସେବା ସାକ୍ଷରତା ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଛି
ଆଇନଜୀବି ସଂଘର ସଭାପତି ଭଗବାନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଡ଼େପୁଟି କଲେକ୍ଟର ଦିପ୍ତିମଣୀ ପ୍ରଧାନ, ସହାୟକ କଲେକ୍ଟର ବିବେକାନନ୍ଦ ସାମଲ, ପୋଷ୍ଟ ମାଷ୍ଟର ଅରୁଣ କୁମାର ସାହୁ ଓ ସନାତନ ପ୍ରଧାନ ପ୍ରମୁଖ ଯୋଗଦେଇ ଚିଟିଫଣ୍ଡ ସଂସ୍ଥାରୁ ସୁରକ୍ଷା ଓ ସୁରକ୍ଷିତ ସଂଚୟ ନେଇ ଜନସାଧାରଣଙ୍କୁ ଉପାଦେୟ ବାର୍ତ୍ତା ପ୍ରଦାନ କରିଥିଲେ ।
ଏହି ଅବସରରେ କନ୍ଧମାଳ ଭାରପ୍ରାପ୍ତ ନିର୍ଦ୍ଦେଶକ ସଂଜୟ ଓ ଆର୍ଥିକ ସେବା ଅଧିକାରୀ ବିଜୟ ଚନ୍ଦ୍ର ପାଳ ଶିବିରର ଆବଶ୍ୟକତା ସହିତ ସରକାରଙ୍କ ଦ୍ୱାରା ପରିଚାଳିତ ବିଭିନ୍ନ ସଂଚୟ ଯୋଜନା ଉପରେ ଆଲୋକପାତ କରିଥିଲେ। ଆଇନଜୀବି ସଂଘର ସଂପାଦକ କମଳ ବେହେରା ଉଦବୋଧନ ଦେବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଇନଜୀବି ସଂଘର ବହୁ ସଦସ୍ୟ ଓ ସଦସ୍ୟାମାନେ ଯୋଗଦେଇଥିଲେ।
ଆଦିବାସୀ ମହାବିଦ୍ୟାଳୟରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ
ବାଲିଗୁଡା,୨୫/୮: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟ ପରିସରରେ ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ଆୟୋଜିତ ହୋଇଯାଇଛି।
ମହାବିଦ୍ୟାଳୟ ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ପରିଚାଳକ ମାନସ କୁମାର କୁଣ୍ଡୁ , ପୂର୍ବତନ ସେନା କର୍ମଚାରୀ ପ୍ରଫୁଲ୍ଲ କୁମାର ଦିଗାଳ, ଯୁବ ରେଡକ୍ରସ୍ କନ୍ଧମାଳ ଜିଲ୍ଲା ସଂଯୋଜକ ଡ଼.ବିଭୂତି ଭୂଷଣ ଆଚାର୍ଯ୍ୟ, ଯୋଜନା ଅଧିକାରୀ ଅଧିକାରୀ ଅରୁନ୍ଧତୀ ପ୍ରଧାନ ପିଇଟି ଗଙ୍ଗାଧର ପଣ୍ଡା, ଅଧ୍ୟାପକ ହିମାଂଶୁ ଚରଣ ସାହୁ, ଯୁବ ରେଡକ୍ରସ୍ ସଂଯୋଜକ ଦଣ୍ଡପାଣି ଭୂୟାଁ ଙ୍କ ସମେତ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି ମୋ ଦେଶ ମୋ ମାଟି ସମ୍ପର୍କରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930