Indus Valley Times

କନ୍ଧମାଳ : ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଟି.ଏଲ୍.ଏମ୍.କିଟ୍ ବଣ୍ଟନ

 Breaking News

କନ୍ଧମାଳ : ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଟି.ଏଲ୍.ଏମ୍.କିଟ୍ ବଣ୍ଟନ

କନ୍ଧମାଳ : ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀ ମାନଙ୍କୁ ଟି.ଏଲ୍.ଏମ୍.କିଟ୍ ବଣ୍ଟନ
July 30
22:31 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୩୦/୭: କନ୍ଧମାଳ ଜିଲ୍ଲାର ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀମାନଙ୍କୁ ସ୍ଥାନୀୟ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟରେ ଟି.ଏଲ୍.ଏମ୍. କିଟ୍ ବଣ୍ଟନ କରାଯାଇଛି । ଜିଲାର ମୋଟ ୨୧୨ ଜଣ ବୌଦ୍ଧିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ଏହି କିଟ୍ ପ୍ରଦାନ କରାଯାଉଛି ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ୯ଭାବେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ପାଇଁ ସିକନ୍ଦରାବାଦ ସ୍ଥିତ ବୌଦ୍ଧିକ ଅକ୍ଷମତା ଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଜାତୀୟ ପ୍ରତିଷ୍ଠାନ ତରଫରୁ ମାଗଣାରେଏହି କିଟ୍ ପ୍ରଦାନ କରାଯାଉଛି ।
ଫିଜିଓଥେରାପି ଅଧ୍ୟାପକ ଡଃ ଆଶିଷ ପରାଶର ଓ ବୃତ୍ତିଗତ ଥେରାପି ଅଧ୍ୟାପକ ଡଃ.ଦେବାଶିଷ ରାଉତ ଏହି କିଟ୍ରେ ଥିବା ଉପକରଣ ଗୁଡ଼ିକର ବ୍ୟବହାର ଉପରେ ସମ୍ୟକ ଧାରଣା ଦେଇଥିଲେ ।
ଏହି ବଣ୍ଟନ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡ଼ଙ୍ଗୀ, ଫୁଲବାଣୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଞ୍ଜନ କହଁର, ଖଜୁରୀପଡ଼ା ଗୋଷ୍ଠୀ ଶିକ୍ଷା ଅଧିକାରୀ ବିନୋଦ ଦିଗାଲ, ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଦିଲୀପ କୁମାର ପ୍ରଧାନ , ଶମର ବେହେରା , ପୋଗ୍ରାମର ଶେଖର ବେହେରା ଓ ବିଦ୍ୟାଳୟର ଅନ୍ୟାନ୍ୟ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ଏବାଂ ଜିଲ୍ଲା ସମଗ୍ର ଶିକ୍ଷା କାର‌୍ୟ୍ୟାଳୟର ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।
ବୁଡ଼ାଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟ: କାହା ସ୍ୱାର୍ଥରେ ସ୍ମାର୍ଟ ସ୍କୁଲ : ବିଦ୍ୟାଳୟରେ ପଢ଼ାଇବା ପାଇଁ ନାହାନ୍ତି ଶିକ୍ଷକ
ବାଲିଗୁଡା,୩୦/୭: ସ୍ମାର୍ଟ ହେଲା ସ୍କୁଲ। ଆଉ ଗୁଣାତ୍ମକ ଶିକ୍ଷା ପାଇଁ ସବୁପ୍ରକାଶ ଉଦ୍ୟମ କରାଗଲା। ଏଥିପାଇଁ ବିଦ୍ୟାଳୟ ପିଛା ଲକ୍ଷ ଲକ୍ଷ ଟଙ୍କା ବ୍ୟୟ ହେଲା। ହେଲେ ଶିକ୍ଷକ ଅଭାବ ସମସ୍ୟା ପୂର୍ବ ଭଳି ସମାନ ରହିଲା।
ଏହିପରି ଆବଶ୍ୟକ ଶିକ୍ଷକ ନଥାଇ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଉଚ୍ଚ ବିଦ୍ୟାଳୟ ରେ ଚାଲିଛି ପାଠପଢ଼ା।ସ୍କୁଲର ସମସ୍ୟା ନେଇ ବୁଡ଼ାଗୁଡା ଗ୍ରାମବାସୀ ଓ ପରିଚାଳନା କମିଟି ପକ୍ଷରୁ ବିଭାଗୀୟ ମନ୍ତ୍ରୀ, ସଚିବ, ଘୁ ଉଦୟଗିରି ବିଧାୟକ, କନ୍ଧମାଳ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଛି ।
ଏହି ସ୍କୁଲରେ ୨୬୪ ପିଲା ପାଠ ପଢ଼ୁଥିବା ବେଳେ ଦୀର୍ଘ ଦିନ ହେବ ବହୁ ଶିକ୍ଷକ ପଦବୀ ଖାଲି ପଡିଛି। ଏମିତିକି ଏଠାରେ ପ୍ରଧାନ ଶିକ୍ଷକ ପଦବୀ ମଧ୍ୟ ଖାଲି ପଡ଼ିଛି। ଏଥିସହ କଳାରେ ଶିକ୍ଷକ ନଥିବା ବେଳେ ବିଜ୍ଞାନରେ ଜଣେ, ଖେଳ ବିଭାଗରେ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପିଅନ ପଦବୀ ମଧ୍ୟ ଖାଲି ପଡ଼ିଛି।
ଏ ନେଇ ଗ୍ରାମବାସୀ ସ୍କୁଲ କମିଟି ଶିକ୍ଷାମନ୍ତ୍ରୀଙ୍କ ଯାଏ ଅଭିଯୋଗ କରିଥିଲେ ମଧ୍ୟ ଏହାର ସମାଧାନ ହେଉନାହିଁ ।
ସେହିପରି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଡାଇନିଙ୍ଗି ହଲ ,ଖେଳ ପଡିଆ ,ସ୍କୁଲ ପାଚେରୀ ଲ୍ୟାବ କମ୍ପୁଟର ପାଇଁ ବହୁବାର ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନାହିଁ ବୋଲି ଗ୍ରାମବାସୀ କହିଛନ୍ତି ।
ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଶୌଚାଳୟ ଗୁଡିକୁ ଠିକ ଭାବରେ ଜଳ ଯୋଗାଣ ହୋଇ ନ ଥିବା ମଧ୍ୟ ଅଭିଯୋଗ ହୋଇଛି। ଫଳରେ ଛାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ତୁରନ୍ତ ବିଦ୍ୟାଳୟର ସମସ୍ୟା ସମାଧାନ କରିବାକୁ ବୁଡ଼ାଗୁଡା ଗ୍ରାମବାସୀ ଦାବି କରିଛନ୍ତି। ଏ ନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ୟାମସୁନ୍ଦର ସାହୁ କହିଛନ୍ତି ଯେ, ବିଦ୍ୟାଳୟରେ ଶିକ୍ଷକ ଅଭାବ ସମସ୍ୟା ଯୋଗୁ ପାଠପଢ଼ା ବ୍ୟାହତ ହେଉଛି। ଶିକ୍ଷକ ନିଯୁକ୍ତି, ଶୌଚାଳୟ ଓ ପାନୀୟ ଜଳ ବ୍ୟବସ୍ଥା ନେଇ ବହୁବାର ବିଡିଓ, ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀଙ୍କୁ ଅବଗତ କରାଯାଇଛି।
କିନ୍ତୁ କେହି ଆମ କଥା ଶୁଣୁନାହନ୍ତି। ଏଥି ପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ନ ଦେଲେ ରାଜରାସ୍ତା କୁ ଓଲ୍ହାଇବାକୁ ବାଧ୍ୟ ହେବୁ ବୋଲି କହିଛନ୍ତି ।
କନ୍ଧମାଳ :ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ
କନ୍ଧମାଳ,୩୦/୭:କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟ ସ୍ତରୀୟ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି।
ବିଜ୍ଞାନ ମେଳାର ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର ରଥ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ।
ଶିଶୁ ବୋଧ ଠାରୁ ଦଶମ ପର୍ଯ୍ୟନ୍ତ ୧୬୬ ଜଣ ଶିଶୁ ବିଜ୍ଞାନି ମାନେ ସେମାନଙ୍କର ପ୍ରକଳ୍ପ ପ୍ରଦର୍ଶନ କରିଥିଲେ।
ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ୯ଜଣ ବିଚାରକ ମଣ୍ଡଳୀ ତଥା ନିହାର ରଞ୍ଜନ ପାତ୍ର, ସଂଗ୍ରାମ କେଶରୀ ପଣ୍ଡା, ଶିବାଜୀ ଅଧିକାରୀ, ସବିତା ସାହୁ, ବୁଲି ନାୟକ, ସଞ୍ଜୀବ ପାଣିଗ୍ରାହୀ, ରାଜେନ୍ଦ୍ର ବିଶି, ରଞ୍ଜନ କୁମାର ମହାନ୍ତି, ସନ୍ତୋଷ କୁମାର ରଥ ପ୍ରମୁଖଙ୍କ ଦ୍ଵାରା ପ୍ରକଳ୍ପର ମୂଲ୍ୟାଙ୍କନ କରାଯାଇଥିଲା।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏବିଓ ଅମୂଲ୍ୟ କୁମାର ଜେନା ଯୋଗ ଦେଇ ଶିଶୁ ଵିଜ୍ଞାନୀମାନଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କୁ ବିଜ୍ଞାନ କ୍ଷେତ୍ରରେ ଅଗ୍ରଗତି କରିବା ପାଇଁ ସୁନ୍ଦର ଗଳ୍ପ ମାଧ୍ୟମରେ ପ୍ରେରଣା ଯୋଗାଇଥିଲେ।
ଯେଉଁମାନେ ଆଜିର ବିଜ୍ଞାନୀ ମେଳାରେ ନୂତନ ପ୍ରୟୋଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ସଂକୁଳ ସ୍ତରକୁ ମନୋନୀତ ହୋଇଛନ୍ତି ବୋଲି ପ୍ରକାଶ କରିଥିଲେ। ଅନ୍ୟତମ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ତଥା ବରିଷ୍ଠ ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା, ସମ୍ପାଦକ ତଥା ଜଣାଶୁଣା ଅବସର ପ୍ରାପ୍ତ ଇଂରାଜୀ ଶିକ୍ଷକ ବିରଞ୍ଚି ନାରାୟଣ ମିଶ୍ର ଓ ସଦସ୍ୟ ମାନେ ଉପସ୍ଥିତ ରହି ଉତ୍ସାହିତ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031