Indus Valley Times

କନ୍ଧମାଳ ମହୋତ୍ସବ ପାଇଁ ମଶାଲ ଓ ମାସ୍କଟର ଶୁଭାରମ୍ଭ : ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

 Breaking News

କନ୍ଧମାଳ ମହୋତ୍ସବ ପାଇଁ ମଶାଲ ଓ ମାସ୍କଟର ଶୁଭାରମ୍ଭ : ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା

କନ୍ଧମାଳ ମହୋତ୍ସବ ପାଇଁ ମଶାଲ ଓ ମାସ୍କଟର ଶୁଭାରମ୍ଭ : ଜିଲ୍ଲାର ବିଭିନ୍ନ ସ୍ଥାନରେ ଭବ୍ୟ ସମ୍ବର୍ଦ୍ଧନା
March 13
20:05 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା ,୧୩/୩ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀରେ ଚଳିତ ମାସ ମାର୍ଚ୍ଚ ୨୧ ରୁ ୨୫ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ପଲ୍ଲୀଶ୍ରୀ ମେଳା ଓ କନ୍ଧମାଳ ମହୋତ୍ସବ ପରିପ୍ରେକ୍ଷୀରେ ମଶାଲ ଓ ମାସ୍କଟ ର ଶୁଭାରମ୍ଭ ହୋଇଛି ।
ଆଦିମ ଜନଜାତି କୂଟିଆ ଆଦିବାସୀ ମାନଙ୍କ ଉତ୍ପତ୍ତି ସ୍ଥଳ ତୁମୁଡିବନ୍ଧ ବ୍ଲକ ର ଗୁମା ପଞ୍ଚାୟତ କ୍ରଞ୍ଜା ନିକଟ ଜଙ୍ଗଲ ମଧ୍ୟରେ ରହିଥିବା ସପାଙ୍ଗଡା ରୁ ପୂଜା ପାଠ ହୋଇ ଶୁଭାରମ୍ଭ ହୋଇଛି ।
କୂଟିଆ ଜନଜାତି ର ରୀତିନୀତି ରେ ଦିଶାରୀ ପୂଜା ପାଠ କରି ଶୁଭାରମ୍ଭ କରିଥିଲା । ମଶାଲ ଓ ମାସ୍କଟ କୁ ସ୍ଥାନୀୟ ପାରମ୍ପରିକ ନାଚ ଗୀତ ଓ ବାଦ୍ୟ ଯନ୍ତ୍ର ମାଧ୍ୟମରେ ସ୍ଵାଗତ କରାଯାଇ ବେଲଘର କୂଟିଆ ଜନଜାତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଆଣିବା ପରେ ତୁମୁଡିବନ୍ଧ, କୋଟଗଡ ଓ ବାଲିଗୁଡା ବ୍ଲକ ରେ ପ୍ରବେଶ କରିଥିଲା।
ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ରୁ ସ୍ଵାଗତ କରାଯିବା ସହ ମିନି ଷ୍ଟାଡିୟମ କୁ ଆଣି ରଖାଯାଇଥିଲା ।
ପରେ ପରେ କ.ନୂଆଗାଁ ବ୍ଲକ ଧୂଙ୍ଗିଆଦେଇ ଠାକୁରାଣୀଙ୍କ ପାଖରେ ପୂଜା ଅର୍ଚନା ପରେ ବ୍ଲକ ବିଡିଓ ଶୁଭ୍ରାଞ୍ଜଳି ପ୍ରଧାନ, ପଞ୍ଚାୟତ କାର୍ଯ୍ୟ ନିବାହୀ ଅଧିକାରୀ କେଶବ ଚନ୍ଦ୍ର କାମ୍ପୋ, ଶୁଭମ ମହାପାତ୍ର, ନିର୍ବାହୀ ଯନ୍ତ୍ରୀ ପ୍ରକାଶ ଚନ୍ଦ୍ର ସେଠି ଙ୍କ ସମେତ ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝି, ବ୍ଲକ ଅଧକ୍ଷା ସୁଲୋଚନା ଦଳବେହରା ଏବଂ ବିଭିନ୍ନ ଏସଏସଜି ମହିଳା ସଂଗଠକ ସଭ୍ୟା ପ୍ରମୁଖ ଉପସ୍ଥିତ ରହିବା ସହ ପାରମ୍ପରିକ ନୃତ୍ୟ ଡାକୁଲ (ସିଂଘ ନାଚ),ଢୋଲ, ନିଶାନ,ତାସା ସହ ଏକ ବାଇକ ରାଲି କରି ଏକ ରାଲି ଓ ପୂଜାଅର୍ଚନା କରି ବ୍ଲକ ଅଞ୍ଚଳରୁ ବିଦାୟ ନେଇ ଥିବାବେଳେ ଜିଲ୍ଲାର ୧୨ ବ୍ଲକରେ ମଶାଲ ଓ ମାସ୍କଟ ବୁଲିବା ସହ କନ୍ଧମାଳ ମହୋତ୍ସବ ର ବାର୍ତ୍ତା ପହଞ୍ଚାଇବା ସହ କିଭଳି କନ୍ଧମାଳ ମହୋତ୍ସବ ସୁରୁଖୁରୁରେ ଅନୁଷ୍ଠିତ ହୋଇ ଶେଷ ହେବ, ସେ ନେଇ ଶୁଭ ମନାସିଥିଲେ । ଜିଲ୍ଲାର ୧୨ ବ୍ଲକରେ ମଶାଲ ଓ ମାସ୍କଟ ବୁଲିବା ସହ କନ୍ଧମାଳ ମହୋତ୍ସବ ର ବାର୍ତ୍ତା ପହଞ୍ଚାଇବ ।

ବନ୍ଧୁକ ମୁନରେ ଲୁଟ ଘଟଣା: ଗିରଫ ହେଲେ ୫ ଡକାୟତ, ସୁନା ରୂପା ଅଳଙ୍କାର,ଟଙ୍କା ସମେତ ବହୁ ସାମଗ୍ରୀ ଜବତ

ବାଲିଗୁଡା, ୧୩/୩ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଦୀର୍ଘ ଦୁଇ ମାସ ଧରି ଆତଙ୍କ ଖେଳାଇଥିବା କୁଖ୍ୟାତ ଡକାୟତ ଗ୍ୟାଙ୍ଗକୁ ଗିରଫ କରିଛି ତୁମୁଡ଼ିବନ୍ଧ ପୋଲିସ।
ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ଏହି ଡକାୟତ ଗ୍ୟାଙ୍ଗ ମାସ୍କ ପିନ୍ଧି ବନ୍ଧୁକ ମୁନରେ ଡକାୟତି କରିବା ସହ ଭୁଜାଲି ଦେଖାଇ ଆତଙ୍କ ଖେଳାଇ ଠିକାଦାର ଓ ବ୍ୟବସାୟୀ ଘରେ ପଶି ଡକାୟତି କରୁଥିଲେ।
ଏହି କୁଖ୍ୟାତ ଡକାୟତ ଗ୍ୟାଙ୍ଗର ମୋଟ୍ ପାଞ୍ଚ ଜଣ ଦୁର୍ଦ୍ଦାନ୍ତ ଡକାୟତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।
ଏହି ପାଞ୍ଚ ଜଣିଆ ଗ୍ୟାଙ୍ଗ ତୁମୁଡିବନ୍ଧ ଅଞ୍ଚଳରେ ମାସ୍କ ପିନ୍ଧି ଭୁଜାଲି ଓ ବନ୍ଧୁକ ମୁଣ୍ଡରେ ରଖି ଡକାୟତି କରିବା ପରେ ମୁନିଗୁଡ଼ା ଅଞ୍ଚଳର ବିଭିନ୍ନ ଜଙ୍ଗଲରେ ଯାଇ ଆତ୍ମଗୋପନ କରୁଥିଲେ। ତେବେ କୋଟଗଡ଼ରୁ ଏହି ଗ୍ୟାଙ୍ଗ ମୁନିଗୁଡ଼ା ଯାଉଥିବା ସମୟରେ ପୋଲିସ କାବୁ କରି ଗିରଫ କରିଥିବା ନେଇ ବାଲିଗୁଡା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।
ଏହି ପାଞ୍ଚ ଡକାୟତଙ୍କଠାରୁ ୧୫୦ ଗ୍ରାମ ସୁନା ଅଳଙ୍କାର, ୧୬ଗ୍ରାମ ରୁପା ଅଳଙ୍କାର ସମେତ ନଗଦ ୩୩୩୦୦ ଟଙ୍କା, ଦୁଇଟି ମୋବାଇଲ ଓ ପାଞ୍ଚଟି କଳା ମାସ୍କ ଜବତ କରିଛି ତୁମୁଡିବନ୍ଧ ପୋଲିସ। ଗିରଫ ୫ ଅଭିଯୁକ୍ତଙ୍କ ନାଁରେ ପୂର୍ବରୁ ମଧ୍ୟ ଚୋରି ଡକାୟତି ନେଇ ବିଭିନ୍ନ ଥାନାରେ ମାମଲା ରହିଥିବା ମଧ୍ୟ କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ।
ଗିରଫ ୫ ଅଭିଯୁକ୍ତ ହେଲେ ତୁମୁଡ଼ିବନ୍ଧ ଥାନା ମାଲିପଡ଼ାର ପ୍ରିୟରଞ୍ଜନ ମଣ୍ଡଳ, ମୋତିରାମ ପରାସେଠ୍‌, ବୁଡ଼ାପଡାର ପିଙ୍କୁ ନାୟକ, ଶଗଡ଼ିଆ ସାହିର ରିଚାର୍ଡ ନାୟକ ଓ ଦାରିଙ୍ଗିବାଡ଼ି ଥାନା କୁପିବାଡ଼ିର ଜନକ ନାୟକ। ତେବେ ଗିରଫ ୫ ଅଭିଯୁକ୍ତଙ୍କ ବହୁତ ବଡ଼ ନେଟ୍‌ଓ୍ବର୍କ ରହିଥିବା ବେଳେ ଏହି ଗ୍ୟାଙ୍ଗରେ ଆଉ କେହି ସାମିଲ ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରହିଥିବା କହିଛନ୍ତି ବାଲିଗୁଡ଼ା ଏସ୍‌ଡିପିଓ ରମେନ୍ଦ୍ର ପ୍ରସାଦ।
ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ କାର୍ଯ୍ୟ କାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ
ବାଲିଗୁଡ଼ା, ୧୩/୩ : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ସଭାଗୃହ ଠାରେ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତି ପକ୍ଷରୁ ଏକ କାର୍ଯ୍ୟ କାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି କ୍ଷ ଏହି ବୈଠକରେ ଭତ୍ତା ହିତାଧିକାରୀ ମାନଙ୍କ ସୁରକ୍ଷା ଓ ନ୍ୟାର‌୍ୟ୍ୟ ଦାବୀ ପୂରଣ ସମ୍ପର୍କରେ ଆଲଚନା ହୋଇଥିଲା ।
ଆମ ରାଜ୍ୟରେ ନୂତନ ସରକାର ଗଠନ ହେବା ପୂର୍ବରୁ ଏକ ହଜାର ଟଙ୍କା ପାଉ ଥିବା ଭତ୍ତା ହିତାଧିକାରୀ ତିନି ହଜାର ଟଙ୍କା ପାଇବେ ବୋଲି ପ୍ରତିଶୃତି ଦେଇଥିଲେ, କିନ୍ତୁ ଏପର୍ଯ୍ୟନ୍ତ ସରକାର ନିଜ ପ୍ରତିଶୃତି ରଖି ନାହାନ୍ତି ଯାହାରି ଫଳରେ ସମସ୍ତ ଙ୍କ ମନରେ ଅସନ୍ତୋଷ ଦେଖା ଦେଇଛି ।
ସରକାରଙ୍କ ଠାରୁ ପାଉଥିବା ଭତ୍ତା ରାଶି ଦ୍ୱାରା ଗରିବ, ବିଧବା, ଭିନ୍ନକ୍ଷମ, ବାର୍ଦ୍ଧକ୍ୟ, ସ୍ୱାମୀ ପରିତ୍ୟାକ୍ତା ଅସହାୟ ହିତାଧିକାରୀ ମାସ ତମାମ ସୁରୁଖୁରୁ ରେ ଅତି କଷ୍ଟର ସହ ଚଳି ଆସୁଥିବା ସ୍ଥଳେ, ଠିକ ସମୟ ରେ ଭତ୍ତା ନପାଇବା, ଓ ବ୍ୟାଙ୍କ ଦ୍ୱାରା ଭତ୍ତା ପାଉଥିବା ହିତାଧିକାରୀ ବହୁତ କଷ୍ଟ ରେ ଟଙ୍କା ଉଠାଉଛନ୍ତି, ଏବଂ ଅନେକ ସମୟରେ ବ୍ୟାଙ୍କ କର୍ମଚାରୀଙ୍କ ଦ୍ରୁବ୍ୟବହାର ଯୋଗୁଁ ଅସନ୍ତୋଷ ପ୍ରକାଶ ପାଉଛି , ସରକାର ମଙ୍ଗଳ ଯୋଜନାରେ ଅସହାୟ ବିଧବା ର ଉପକାର ନିମନ୍ତେ ଯେଉଁ ସହାୟତା ରାଶି ପ୍ରଦାନ କରୁଛନ୍ତି, ତାହା ମଧ୍ୟ ହିତାଧିକାରୀ ଆବେଦନ କରୁଛନ୍ତି ସତ ହେଲେ ବର୍ଷ ବର୍ଷ ଧରି ଉକ୍ତ ଟଙ୍କା ମିଳିବାରେ ବିଳମ୍ୱ ହେଉଛି, ଶେଷରେ ନିରାଶ ହୋଇ ନିଜ ଭାଗ୍ୟ କୁ ଆଦରି ରହୁଛନ୍ତି ହିତାଧିକାରୀ ।
ନୂତନ ଭତ୍ତା ମଞ୍ଜୁର ହେବାରେ ବିଳମ୍ୱ ସହ କିଛି ଭତ୍ତାଧାରୀ ଙ୍କ ନୂତନ ଭତ୍ତା ମଞ୍ଜୁର ହୋଇଥିଲେ ସୁଧା ଭତ୍ତା ଧାରୀ ଜାଣିପାରୁ ନାହାନ୍ତି ।
ଷାଠିଏ ବର୍ଷ ରୁ ଉର୍ଦ୍ଧ ହୋଇଥିଲେ ସୁଧା କାଗଜ ପତ୍ର ର ସଂଶୋଧନ ପ୍ରଶାସନ ଦ୍ୱାରା ସୁବିଧା ମିଳୁନ ଥିବାରୁ ଅନେକ ଯୋଗ୍ୟ ହିତାଧିକାରୀ ସରକାର ଙ୍କ ଭତ୍ତା ଯୋଜନା ରୁ ବଞ୍ଚିତ ହେଉଛନ୍ତି, ।
ଭିନ୍ନକ୍ଷମ, ବିଧବା ମହିଳା ଙ୍କୁ ସ୍ୱତନ୍ତ୍ର ପକ୍କା ଘର ଯେପରି ସୁବିଧାରେ ମିଳି ପାରିବ , ସେ ଦିଗରେ ସରକାର ଗୁରୁତ୍ୱ ଦେବା ନିହାତି ଦରକାର ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ ।
ପରେ ପରେ ବାଲିଗୁଡା ଉପଖଣ୍ଡ ଭତ୍ତା ହିତାଧିକାରୀ ସୁରକ୍ଷା ସମିତିର ନୂତନ କର୍ମକର୍ତ୍ତା ଗଠନ କରାଯାଇଥିଲା ।
ଏଥିରେ ସର୍ବସମ୍ମତି କ୍ରମେ ତିନି ଜଣ ଉପଦେଷ୍ଟା ଙ୍କୁ ମନୋନୟନ କରାଯାଇଥିଲା, ସେମାନେ ହେଲେ ରଘୁନାଥ ମଲିକ, ଫିଲିପ କୁମାର ଦିଗାଲ, ଇମାନୁଏଲ ନାୟକ, ସଭାପତି ଭାବେ ପରମାନନ୍ଦ ନାୟକ, ସମ୍ପାଦକ ଭାବେ ସୁରକ୍ଷିତ ନାୟକ, ଉପ ସଭାପତି ଭାବେ ଶ୍ୟାମସନ ନାୟକ, ସୁଲେଶ୍ଵର ବେହେରା ମାଝୀ, ଯୁଗ୍ନ ସମ୍ପାଦକ କୁମଶ୍ରୀ ପ୍ରଧାନ, କୋଷାଧକ୍ଷ ମହେଶ ଦିଗାଲ, କାର୍ଯ୍ୟକାରି ସଦସ୍ୟ ଶାମ ଦିଗାଲ, ଉଦୟ ନାଥ ନାୟକ ଦେବ କୁମାର, ପୂର୍ଣ୍ଣ୮ଚନ୍ଦ୍ର ନାୟକ, ଜଳେଶ୍ୱର ନାୟକ, ବାସୁଦେବ ଦିଗାଲ, ଜିସାୟ ନାୟକ, ଜୁଆନ ପ୍ରଧାନ, ଦୟାନିଧି ଦିଗାଲ, ନାହକା ଦିଗାଲ, ରବୀନ୍ଦ୍ର ବଡ଼ ମାଝୀ, ସୁଶାନ୍ତ ମୁଠା ମାଝୀ, ସିମାଞ୍ଚଳ ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇ ଏହି ସମିତି ଉପଖଣ୍ଡ ସ୍ତରରେ ଭତ୍ତା ହିତାଧିକାରୀ ଙ୍କ ସୁରକ୍ଷା ଓ ମୌଳିକ ସମସ୍ୟା ର ସମାଧାନ ନିମନ୍ତେ ସ୍ୱର ଉଠାଇବା ସହ ସହ ନିସ୍ଵାର୍ଥ ପର ଭାବେ କାମ କରିବେ ବୋଲି ନବ ନିର୍ବାଚିତ ସଦସ୍ୟ ମାନେ ମତ ପ୍ରକାଶ କରିଥିଲେ ।
ଏ ସମସ୍ତ ଅଭାବ ଅସୁବିଧା ସମ୍ପର୍କରେ ଖୁବ ଶୀଘ୍ର ବାଲିଗୁଡା ରେ ଉପଜିଲ୍ଲାପାଳ ଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ୭ ଦଫା ସମ୍ବଳିତ ଦାବୀ ପତ୍ର ଭତ୍ତା ଧାରୀ ଙ୍କ ନ୍ୟାର୍ଯ୍ୟ ଦାବୀ ପୂରଣ ନିମନ୍ତେ ପ୍ରଦାନ କରାଯିବ ବୋଲି ନିଷ୍ପତି ନିଆଯାଇଛି ।
ଉକ୍ତ ବୈଠକରେ ଉପଖଣ୍ଡ ସ୍ତରୀୟ ପ୍ରତ୍ୟେକ ବ୍ଲକ ରୁ ହିତାଧିକାରୀ ମାନେ ଉପସ୍ଥିତ ରହି ନିଜ ନିଜ ର ସମସ୍ୟା ଉପସ୍ଥାପନା କରିବା ସହ ସମସ୍ତେ ଖୁସୀ ବ୍ୟକ୍ତ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031