Indus Valley Times

କନ୍ଧମାଳ : ମା ନାରାୟଣୀ ଯାତ୍ରାଙ୍କ ପାଇଁ ଶୁଭଖୁଣ୍ଟି ପ୍ରତିଷ୍ଠା

 Breaking News

କନ୍ଧମାଳ : ମା ନାରାୟଣୀ ଯାତ୍ରାଙ୍କ ପାଇଁ ଶୁଭଖୁଣ୍ଟି ପ୍ରତିଷ୍ଠା

କନ୍ଧମାଳ : ମା ନାରାୟଣୀ ଯାତ୍ରାଙ୍କ ପାଇଁ ଶୁଭଖୁଣ୍ଟି ପ୍ରତିଷ୍ଠା
April 15
20:06 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ,୧୫/୪: କନ୍ଧମାଳ ଜିଲ୍ଲା ଫୁଲବାଣୀ ର ପ୍ରସିଦ୍ଧ ମା ନାରାୟଣୀ ଙ୍କ ଯାତ୍ରା ପାଇଁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଯାତ୍ରାପଡିଆ ଠାରେ ଶୁଭ ଖୁଣ୍ଟି ପ୍ରତିଷ୍ଠା କରାଯାଇଛି ।
କମିଟି ସଦସ୍ୟ ଓ ଭକ୍ତ ମାନେ ମିଶି ଫୁଲବାଣୀ ସହରର ର ଏଫ୍.ସି.ଆଇ ନିକଟରୁ ଜଣେ ଭକ୍ତ ଙ୍କ ବାଡି ରଥିବା ବାଉଁଶ କୁ ପୂଜା ଅର୍ଚନା କରିବା ପରେ ଉକ୍ତ ବାଉଁଶ କୁ କଟାଯାଇ ଅଣା ଯିବାପରେ ଯାତ୍ରା ପଡିଆ ଠାରେ ଶୁଭଖୁଣ୍ଟି କୁ ପ୍ରତିଷ୍ଠା କରାଯାଇଥିଲା ।
ଏଇ ଅବସରରେ ଉପଜିଲାପାଳ ଶେଷ ଦେବ ମିଶ୍ର, ଯାତ୍ରାକମିଟି ସଭାପତି ପି .ସୁଧାଂଶୁ ସେନାପତି,ପୋୖରାଧ୍ୟାକ୍ଷା ସ୍ମିତା ମହାନ୍ତି, ଉପସଭାପତି ସୁଜିତ ବେହେରା ଙ୍କ ସମେତ ସମସ୍ତ କର୍ମକର୍ତ୍ତା , କାଉନସିଲର, ଭକ୍ତ, ଉପସ୍ଥିତ ଥିଲେ । କରୋନା କଟକଣା ପାଇଁ ଯାତ୍ରା ଦୁଇ ବର୍ଷ ହେଲା ହୋଇପାରିନଥିଲା ।
ଚଳିତ ବର୍ଷ ସରକାର କରୋନା କଟକଣା ଉଠାଇ ଦେଇଥିବା ରୁ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ପ୍ରଶାସନର ଅନୁମତି ପରେ ଅକ୍ଷିତୃତୀୟା ଠାରୁ ମା ନାରାୟଣୀ ଙ୍କ ମନ୍ଦିରରୁ ଆଜ୍ଞାମାଳ ଆଣିବା ପରେ ଆରମ୍ଭ ହେବ ଯାତ୍ରା ।
ଏ ବର୍ଷ ପଞ୍ଚବିଂଶ ତମ ଯାତ୍ରା ହେଉଥିବା ରୁ ଏହି ଯାତ୍ରା ଯେପରି ଯାକ ଜକମ ର ସହ ଶାନ୍ତି ଶୃଙ୍ଖଳା ରସହ ଅନୁଷ୍ଠିତ ହେବ ସେଥି ପ୍ରତି ସ୍ୱତନ୍ତ୍ର ଦ୍ରୁଷ୍ଟି ଦିଆଯାଉଥିବା ବିଷୟ ସଭାପତି ଶ୍ରୀ ସେନାପତି ପ୍ରକାଶ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031