Indus Valley Times

କପିଲ ଶର୍ମା ଶୋ’ର ସୁଟିଂ ସେଟ୍କୁ ସ୍ମୃତି ଇରାନୀଙ୍କୁ ଛାଡିଲେନି ଗାର୍ଡ, ରାଗିଯାଇ ବିନା ସୁଟିଂରେ ଫେରି ଆସିଲେ

 Breaking News

କପିଲ ଶର୍ମା ଶୋ’ର ସୁଟିଂ ସେଟ୍କୁ ସ୍ମୃତି ଇରାନୀଙ୍କୁ ଛାଡିଲେନି ଗାର୍ଡ, ରାଗିଯାଇ ବିନା ସୁଟିଂରେ ଫେରି ଆସିଲେ

କପିଲ ଶର୍ମା ଶୋ’ର ସୁଟିଂ ସେଟ୍କୁ ସ୍ମୃତି ଇରାନୀଙ୍କୁ ଛାଡିଲେନି ଗାର୍ଡ, ରାଗିଯାଇ ବିନା ସୁଟିଂରେ ଫେରି ଆସିଲେ
November 24
16:14 2021

ମୁମ୍ବାଇ ୨୪/୧୧: ଦି କପିଲ ଶର୍ମା ଶୋ’ର ନିର୍ମାତାଙ୍କ ଉପରେ ସ୍ମୃତି ଇରାନୀ କ୍ରୋଧିତ ହୋଇଥିବା ଦେଖାଯାଇଛି। ନିକଟରେ ଏକ ଆଲୋଚନା ହୋଇଥିଲା ଯେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ବହିର ପ୍ରମୋସନ ପାଇଁ ଶୋ’ରେ ପହଞ୍ଚିଥାନ୍ତେ। ବର୍ତ୍ତମାନ ରିପୋର୍ଟ ଅନୁଯାୟୀ ତାଙ୍କର ଏପିସୋଡ୍ ବାତିଲ୍ ହୋଇଛି।
କୁହାଯାଉଛି ଯେ ଯେତେବେଳେ ସ୍ମୃତି ଇରାନୀ ଗେଟ୍ ପାଖରେ ପହଞ୍ଚିଥିଲେ, ଗେଟକିପର ତାଙ୍କୁ ଚିହ୍ନି ପାରିନଥିଲେ। ମନ୍ତ୍ରୀଙ୍କ ଡ୍ରାଇଭରକୁ ଗାର୍ଡ ଅଟକାଇ ଭିତରକୁ ଯିବାକୁ ମନା କରିଦେଇଥିଲେ। ଡ୍ରାଇଭର ଏବଂ ଗାର୍ଡଙ୍କ ମଧ୍ୟରେ ବହୁତ ଯୁକ୍ତିତର୍କ ହୋଇଥିଲା କିନ୍ତୁ କିଛି ଲାଭ ହୋଇନଥିଲା। ଏହା ପରେ କେନ୍ଦ୍ର ମନ୍ତ୍ରୀ ରାଗି ଯାଇ ବିନା ସୁଟିଂରେ ଫେରି ଆସିଥିଲେ।
ଅନେକ ସେଲିବ୍ରେଟି ସେମାନଙ୍କ ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମାଙ୍କ ଶୋ’କୁ ଆସିଥାନ୍ତି। ଆଗାମୀ ଏପିସୋଡରେ ଅଭିନେତ୍ରୀ ସ୍ମୃତି ଇରାନୀ ତାଙ୍କ ପୁସ୍ତକ ‘ଲାଲ ସଲାମ’ର ପ୍ରମୋସନ ପାଇଁ ବି ଆସିଥାନ୍ତେ। ତେବେ ବର୍ତ୍ତମାନ ତାଙ୍କ ଆଗମନକୁ ବାତିଲ କରାଯାଇଛି।
ସୂଚନା ଅନୁଯାୟୀ, ସ୍ମୃତି ଇରାନୀ ଡ୍ରାଇଭର ଏବଂ ଦୁଇ ଜଣଙ୍କ ସହ କପିଲ ଶର୍ମାଙ୍କ ସେଟକୁ ସୁଟିଂ ପାଇଁ ଯାଇଥିଲେ। ଗେଟରେ ଥିବା ଗାର୍ଡ ତାଙ୍କୁ ଚିହ୍ନି ପାରିନଥିଲେ ଏବଂ ଭିତରକୁ ଯିବାକୁ ମନା କରିଦେଇଥିଲେ।
ଯେତେବେଳେ ତାଙ୍କୁ କୁହାଗଲା ଯେ ତାଙ୍କୁ ସୁଟିଂ ପାଇଁ ଡକାଯାଇଛି, ତାଙ୍କୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ସେ ଉତ୍ତର ଦେଇଥିଲେ । ସେହି ସମୟରେ ଫୁଡ୍ ଡେଲିଭରୀ ବ୍ୟକ୍ତି ସେଠାରେ ପହଞ୍ଚିଥିଲେ, ଗାର୍ଡ ତାଙ୍କୁ ଅଟକାଇନଥିଲେ ଏବଂ ସେ ନ ପଚାରି ଭିତରକୁ ଯାଇଥିଲେ। ଏହା ଦେଖି ସ୍ମୃତି ଇରାନୀ ରାଗିଯାଇ ସେଠାରୁ ଚାଲିଆସିଥିଲେ।
ଯେତେବେଳେ କପିଲ ଶର୍ମା ଏବଂ ପ୍ରଡକ୍ସନ ଏହା ବିଷୟରେ ଜାଣିଲେ, ସ୍ମୃତି ଇରାନୀଙ୍କୁ ମନାଇବା ପାଇଁ ବହୁ ଚେଷ୍ଟା କରିଥିଲେ। ତଥାପି, କିଛି ଲାଭ ହେଲା ନାହିଁ । ଖବର ଅନୁଯାୟୀ, ଯେତେବେଳେ ଗାର୍ଡ ଜାଣିବାକୁ ପାଇଲେ ଯେ ସେ ଯାହାକୁ ଅଟକାଇଛନ୍ତି ସେ କେନ୍ଦ୍ର ମନ୍ତ୍ରୀ, ସେତେବେଳେ ସେ ବହୁତ ନର୍ଭସ ହୋଇ ଫୋନ୍ ସୁଇଚ୍ ଅଫ୍ କରିଦେଇଥିଲେ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031