Indus Valley Times

କମ୍ପିଲା ନୟାଗଡ ଓଡ଼ଗାଁ, ପୁଣିଥରେ ନବୀନ ପୁଣି ଥରେ ଅରୁଣ

 Breaking News

କମ୍ପିଲା ନୟାଗଡ ଓଡ଼ଗାଁ, ପୁଣିଥରେ ନବୀନ ପୁଣି ଥରେ ଅରୁଣ

January 28
10:29 2024

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୨୮/୧: ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ଓଡ଼ଗାଁ ଏନ୍ଏସି ଓ ବ୍ଳକ ଅନ୍ତର୍ଗତ ୧୮ ପଞ୍ଚାୟତକୁ ନେଇ ବିଶାଳ ଗଣଦୌଡ଼ କାର‌୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । ୫ ହଜାରରୁ ଉର୍ଦ୍ଧ୍ବ ଯୁବକ ଶନିବାର ସକାଳେ ବିଶାଳ ଗଣଦୌଡରେ ଅଂଶଗ୍ରହଣ କରି
ଏଥରକବି ନବୀନ ଅରୁଣ ସ୍ଲୋଗାନ ଦେଇ ହାଇସ୍କୁଲ
ଖେଳପଡିଆଠାରେ ନିର୍ମିତ ଇଣ୍ଡୋର ଷ୍ଟାଡିୟମରୁ ବାହାରି
ମହୋତ୍ସବ ପଡ଼ିଆରେ ପହଁଞ୍ଚିଥିଲେ। ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ନିମନ୍ତେ ଯୁବପିଢିକୁ ଉତ୍ସାହିତ କରିବା ପାଇଁ ଆୟୋଜିତ ସାମୁହିକ ଗଣଦୌଡରେ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ଅଂଶ ଗ୍ରହଣ କରି ସ୍ଥାନୀୟ ଅଞ୍ଚଳର ପଠ୍ୟଟନ ସ୍ଥଳୀର ବିକାଶ ସମ୍ପର୍କରେ ଯୁବକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ସରକାରୀ ଶିକ୍ଷାନୁଷ୍ଠାନ ସହିତ ଧାର୍ମିକ ସ୍ଥଳ ଗୁଡିକର ପୁନରୁଦ୍ଧାର ଓ ରୁପାନ୍ତରିକରଣ ଦ୍ବାରା ସ୍ଥାୟୀ ଭିତିଭୂମିର ବିକାଶ ସମ୍ଭାବନା ସୃଷ୍ଟି କରିପାରିବ।
ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରର ଯୋଗ୍ୟ ହିତାଧ୍ୟାକାରୀଙ୍କୁ ସରକାରୀ ଯୋଜନା ମାଧ୍ୟମରେ ଆସୁଥିବା ସହାୟତା ମାନ ଉପଯୁକ୍ତ ବ୍ୟକ୍ତି ନିକଟରେ ପହଁଞ୍ଚାଇବା ପାଇଁ ଯୁବକଙ୍କର ସହଯୋଗ ଲୋଡିଥିଲେ । ନୟାଗଡ଼ ନିର୍ବାଚନ ମଣ୍ଡଳୀ ଯଥା ଓଡ଼ଗାଁ ଅଞ୍ଚଳର କାବ୍ୟ ପ୍ରଣାଳୀ ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ହୋଇପାରିବ ବୋଲି ବିଧାୟକ କହିଥିଲେ ।
ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁଙ୍କ ଉଦ୍ୟମରେ ଆୟୋଜିତ ଗଣଦୌଡ କାଠ୍ୟକ୍ରମରେ ଉପାଧ୍ୟକ୍ଷା ମୀରା ନାୟକ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ତଥା ଜିଲ୍ଲା ପରିଷଦ ସଭ୍ୟା ବିରଜାଲକ୍ଷ୍ମୀ ସାହୁ, ଝିଲି ପ୍ରଧାନ, ବ୍ଳକ ବିଜେଡି ସଭାପତି ସୂଲ୍ୟନାରାୟଣ ଚୌଧୁରୀ, ଯୁବ ବିଜେଡି ସଭାପତି ବିନାୟକ ରାଉତ, ଜିଲ୍ଲା ବିଜେଡି ଉପସଭାପତି
ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଯୋଗଦେଇ ବିଜେଡି ଦଳର ସମ୍ପର୍କରେ ସୂଚନା ଦେଇଥିଲେ ।
ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ତଥା ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଏବଂ ନୂଆ ଓ ଆନୁକୂଲ୍ୟରେ ମଡେଲ ଡିଗ୍ରୀ କଲେଜ ନୟାଗଡ଼ଠାରେ ‘ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ଶୀର୍ଷକରେ ଏକ ଆଲୋଚନାଚକ୍ର ଆୟୋଜନ
ନୟାଗଡ଼, ୨୮/୧ : ବିଶ୍ଵ ଓଡିଆ ଭାଷା ସମ୍ମିଳନୀ ତଥା ଜଗନ୍ନାଥ ପରିକ୍ରମା ପ୍ରକଳ୍ପ ଏବଂ ନୂଆ ଓ ଆନୁକୂଲ୍ୟରେ ମଡେଲ ଡିଗ୍ରୀ କଲେଜ ନୟାଗଡ଼ଠାରେ ‘ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି’ଶୀର୍ଷକରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଗ୍ରହ ତଥା ସମ୍ମାନ ବଢାଇବା ଉଦ୍ଦେଶ୍ୟରେ ଆଲୋଚନାଚକ୍ର ଆୟୋଜିତ ହୋଇଥିବାବେଳେ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ କୋରାପୁଟର ପୂର୍ବତନ ପ୍ରଫେସର ଡକ୍ଟର କୈଳାସ ଚନ୍ଦ୍ର ବାଣ୍ଠ ଏକ ସାରଗର୍ଭକ ଭାଷଣ ପ୍ରଦାନ କରି ଫକୀରମୋହନ ସାହିତ୍ୟ ଉପରେ ଆଲୋକପାତ କରିଥିଲେ।
ଆୟୋଜିତ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀ ପ୍ରାରମ୍ଭିକ ଅଭିଭାଷଣ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ। ପ୍ରାୟ ୧୫୦ଜଣ ଛାତ୍ରଛାତ୍ରୀଙ୍କୁ ଓଡିଆ ଭାଷା ପ୍ରତି ଆଗ୍ରହ ବଢାଇଥିବା ଡକ୍ଟର ବାଣ୍ଠଙ୍କୁ , ଡକ୍ଟର ଜ୍ୟୋତ୍ସ୍ନା ରାଣୀ କର ଧନ୍ୟବାଦ ପ୍ରଦାନ କରିଥିଲେ।ଛାତ୍ର ପ୍ରତିନିଧି ସୁଶ୍ରୀ ପ୍ରଜ୍ଞା ସାସମଲ ସଂଯୋଜନା କରିଥିବା ବେଳେ ଶ୍ରୀ ଗୈ।ରମୋହନ ସାହୁ,ଡକ୍ଟର ଜୟରାମ ସିଂ ସାମଲ ଓ ବିଜୟିନୀ ଶୁଭଦର୍ଶିନୀ ପ୍ରମୁଖ ଉପସ୍ଥିତ ରହି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲେ।
ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ ସଂସ୍କୃତି ଭବନ ଆଜି ଲୋକାର୍ପିତ
ନୟାଗଡ଼, ୨୮/୧: ପୁନଃ ନବୀକରଣ ହୋଇ ଅତ୍ୟାଧୁନିକ ପ୍ରେକ୍ଷାଳୟରେ ପରିଣତ ହୋଇଥିବା ପଠାଣି ସାମନ୍ତ ସଂସ୍କୃତି ଭବନ ଆଜି ଲୋକାର୍ପିତ ହୋଇଛି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଲୋକାର୍ପିତ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାପାଳ ଡ. ରବୀନ୍ଦ୍ରନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ ପ୍ରମୂଖ ଯୋଗ ଦେଇଥିଲେ । ପୌର ନିର୍ବାହୀ ଅଧିକାରୀ ସ୍ଵାତୀ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ କାର‌୍ୟ୍ୟକ୍ରମରେ ନୟାଗଡ଼ ସହରର ବହୁ ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସାହିତ୍ୟିକ ଏବଂ ଗଣମାଧ୍ୟମ ପ୍ରତିନିଧୂ ଯୋଗଦେଇଥିଲେ ।
ଏହି ଅବସରରେ ନୟାଗଡ଼ ସହରର ବିକାଶ ଓ ଉନ୍ନତି ମୂଳକ କାର୍ଯ୍ୟକୁ ନେଇ ଦୁଇଟି ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା । ପରେ ପରୀକ୍ଷା ମୂଳକ ଭାବେ ରାକେଶ କୁମାର ଦାସ ,ସାମ୍ବାଦିକ ରାମକୃଷ୍ଣ ରଥ, ଡ. ଆଶୁତୋଷ ମିଶ୍ର କିଛି ନାଟକର ସଂଳାପ ପରିବେଷଣ କରିଥିବା ବେଳେ ସୁରଗନ୍ଧର୍ବ ନବକିଶୋର ମିଶ୍ର ଏକ ଭଜନ ପରିବେଷଣ କରିଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଡ. ସାହୁ ତାଙ୍କ ବକ୍ତବ୍ୟରେ ରୂପାନ୍ତରିତ ସଂସ୍କୃତି ଭବନର ସୁରକ୍ଷା ଏବଂ ରକ୍ଷଣାବେକ୍ଷଣ ପାଇଁ ସମସ୍ତେ ସଚେତନ ହେବା ଆବଶ୍ୟକ ବୋଲି କହିଥିଲେ ।
ନୟାଗଡ଼ ଜିଲ୍ଲାପାଳ ପଠାଣି ସାମନ୍ତ ସଂସ୍କୃତି ଭବନର ରହିଯାଇଥିବା ଆନୁସଙ୍ଗିକ କାର୍ଯ୍ୟ ପାଇଁ ଆବଶ୍ୟକ ଅର୍ଥ ପାଇଁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯିବା ସହିତ କାର୍ଯ୍ୟ କୁ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ଅନ୍ତର୍ନିହିତ ପ୍ରତିଭାକୁ ଆଗକୁ ଆଣିବା ନୂଆ ଓ କାର୍ଯ୍ୟକ୍ରମ ର ମୁଖ୍ୟ ଉଦ୍ଦେଶ୍ୟ
ନୟାଗଡ଼, ୨୮/୧ : ନୂଆ – ଓ ନୂଆ ଓଡ଼ିଶା, ଯୁବ ଓଡ଼ିଶା କାର୍ଯ୍ୟକ୍ରମ ନୟାଗଡ଼ ଲାଠିପଡ଼ା ଟାଙ୍ଗି ପଡ଼ିଆରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡା ଓ ଯୁବ ବ୍ୟାପାର ଓ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା, ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁ, ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ନୟାଗଡ଼ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଭିଡିଓ ବାର୍ତ୍ତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଥିଲେ। ଛାତ୍ରଛାତ୍ରୀମାନେ କିଭଳି ସମୟାନୁବର୍ତ୍ତିତା ଶିଖି ପାରିବେ, ତାହା ନୂଆ ଓ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ପାଣ୍ଡିଆନ କହିଥିଲେ। ବିଦ୍ୟାଳୟ ପରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜ ରୂପାନ୍ତରଣ ପାଇଁ ମୁଖ୍ୟମନ୍ତ୍ରୀ ଅନୁଦାନ ପ୍ରଦାନ କରିଛନ୍ତି। ୧୧ ଟି ମେଡିକାଲ କଲେଜ ରାଜ୍ୟରେ ଖୋଲିଛି। ବିଶ୍ଵ ଦକ୍ଷତା କେନ୍ଦ୍ର ସ୍ଥାପନ କରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଅନନ୍ୟ କାର୍ଯ୍ୟ କରିଛନ୍ତି। ନିଯୁକ୍ତି ଆଣିବାରେ ଶିଳ୍ପ, ଆଇଟି କ୍ଷେତ୍ରରେ ବିଶାଳ କାର୍ଯ୍ୟ କରାଯାଇଛି। ଅନେକ ନାମୀ ଦାମୀ କମ୍ପାନୀ ଓଡ଼ିଶାକୁ ଆସିଛନ୍ତି ବୋଲି ଅଧ୍ୟକ୍ଷ କହିଥିଲେ। ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କ୍ଷେତ୍ରଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ କାର‌୍ୟ୍ୟ ହାତକୁ ନେଇଛନ୍ତି ବୋଲି ଅଧ୍ୟକ୍ଷ କହିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ସ୍ୱାଭିମାନ ଓଡ଼ିଆ ଭାବେ ବଞ୍ଚିବା ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇଥିବା ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା କହିଥିଲେ। ଛାତ୍ରଛାତ୍ରୀମାନେ ନୀତିବାନ ହେବାକୁ ସଂକଳ୍ପ କରିବା ଆବଶ୍ୟକ ବୋଲି ରଣପୁର ବିଧାୟକ ଶ୍ରୀଯୁକ୍ତ ପ୍ରଧାନ କହିଥିଲେ। ଆମ ରାଜ୍ୟରେ ୫ ଟି ଏକ ବିପ୍ଳବରେ ପରିଣତ ହୋଇଛି ବୋଲି ନୟାଗଡ଼ ବିଧାୟକ ଡ. ସାହୁ କହିଥିଲେ।
୫ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଏହାର ନେତୃତ୍ୱ ନେଇ ଓଡ଼ିଶାକୁ ଆଗକୁ ନେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିକ୍ଷା ରୂପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ନୂଆ କଥା ଶିଖିବା, ନୂଆ କଥା ଦେଖିବା, ନୂଆ କାର୍ଯ୍ୟ କରିବା ପାଇଁ ନୂଆ ଓ କାର୍ଯ୍ୟକ୍ରମ ସୁଯୋଗ ଦେଇଛି। ଆନୁଷ୍ଠାନିକ ଶିକ୍ଷାରେ ସୀମିତ ନରହି, ବ୍ୟକ୍ତିଗତ ଅନ୍ତର୍ନିହିତ ପ୍ରତିଭାକୁ ଆଗକୁ ଆଣିବା ନୂଆ ଓ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା କହିଥିଲେ। ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ର ନାଥ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ, ଅତିରିକ୍ତ ଜିଲ୍ଲାପାଳ ଦିଲ୍ଲୀପ କୁମାର ବଳ, ଡେପୁଟି କଲେକ୍ଟର ତପସ୍ୱିନୀ ହାସଁଦା ପ୍ରମୂଖ ସାମିଲ ହୋଇଥିଲେ । ନୟାଗଡ଼ ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟରୁ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ । ୧୫ ହଜାର ଛାତ୍ରଛାତ୍ରୀ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ କାର‌୍ୟ୍ୟକ୍ରମ ଉତ୍କଣ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣା
ନୟାଗଡ଼, ୨୮/୧ : ନୟାଗଡ଼ ଜିଲ୍ଲା ଦଶପଲ୍ଲା ରେଞ୍ଜରେ ହାତୀର ଗଳିତ ମୃତ ଦେହ ଘଟଣାର ଆଜି ପର୍ଦାଫାସ କରିଛନ୍ତି ନୟାଗଡ଼ ଡିଏଫଓ କ୍ଷମା ଷଡ଼ଙ୍ଗୀ । ଏହି ଘଟଣାରେ ୫ ଜଣ ଶିକାରୀଙ୍କୁ ଗିରଫ କରାଯିବା ସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଏଥ୍ ସହ ଦୁଇଟି ହାତୀ ଦାନ୍ତ ଜବତ କରିଛି । ଉକ୍ତ ଘଟଣା ବେଳେ ବନ କର୍ମଚାରୀଙ୍କ ଅବହେଳାକୁ ସ୍ବୀକାର କରିଛନ୍ତି ନୟାଗଡ଼ ଡିଏଫଓ ।
ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୁଚନା ଦେଇଛନ୍ତି । ନୟାଗଡ ଜିଲ୍ଲା ଦଶପଲ୍ଲା ରେଞ୍ଜ ବିଲୁଆପଡା ଘାଟିରୁ ଗତ ୨୫ ତାରିଖ ଦିନ ଦନ୍ତା ହାତୀର ଗଳିତ ମୃତଦେହ ଠାବ କରିଥିଲା ବନ ବିଭାଗ । ଦୁର୍ବୃତ୍ତମାନେ କରେଣ୍ଟ ଲଗାଇ ହାତୀକୁ ମରିବା ପରେ ତାର ଦାନୁ କାଟି ନେଇଥିଲେ । ଦନ୍ତା ହାତୀର ବୟସ ୨୦ ବର୍ଷ ହେବ ବୋଲି ଅନୁମାନ କରୁଛନ୍ତି ଡିଏଫଓ ।
ବାଇଶିପଲ୍ଲି ଅଭୟାରଣ୍ୟର ଏହି ଅଞ୍ଚଳରେ ସବୁଦିନେ ହାତୀଙ୍କ ଚଳପ୍ରଚଳ ରହିଥାଏ । ଏହାର ସୁଯୋଗ ନେଇ ଶିକାରୀମାନେ ଏହି ଅଞ୍ଚଳରେ ସକ୍ରିୟ ହୋଇ ହାତୀ ଏବଂ ଅନ୍ୟ ବନ୍ୟଜନ୍ତୁ ଶିକାର କରୁଥିଲେ ମଧ୍ୟ ବନ ବିଭାଗ ନୀରବଦ୍ରଷ୍ଟା ସାଜୁଥିବା ଅଭିଯୋଗ ହେଉଥିଲା ।
ଘଟଣାସ୍ଥଳରୁ ବନ ବିଭାଗ ତାର ଜବତ କରିବା ପରେ ତନାଘନା କରି ୬ ଜଣଙ୍କୁ ଗିରଫ କରିଛି । ଜବତ ଦୁଇ ଦାନ୍ତର ଓଜନ ୩ କେଜି ହେବ ବୋଲି ଡିଏଫଓ କହିଛନ୍ତି ।
ଗିରଫ ଶିକାରୀମାନେ ହେଲେ ତୁଷାର ଘଣ୍ଟ ସୁମନ୍ତ ଘଣ୍ଟ, ଶତ୍ରୁଘନ ସାହୁ, ସନ୍ତୋଷ ନାୟକ, ସନାତନ ନାୟକ ଏବଂ ଗଣିଆ ଅଞ୍ଚଳର ବେପାରୀ ଅବଦୁଲ୍ଲ ସଲିମ ଖାଁ ।
ସଲିମ ଦୁଇଟି ଦାନ୍ତକୁ ୧୨ ହଜାର ଟଙ୍କାରେ ଶିକାରୀଙ୍କ ଠାରୁ କିଣି ରଖୁଥିଲା । ସଲିମ ପୂର୍ବରୁ ମଧ୍ୟ ବାଘଛାଲ କାରବାର ଘଟଣାରେ ଗିରଫ ହୋଇଥିଲା ବୋଲି ଡିଏଫଓ କହିଛନ୍ତି । ଅଭିଯୁକ୍ତମାନଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ।
୧୫ ଦିନ ତଳୁ ହାତୀକୁ ମରାଯାଇଥିଲେ ମଧ୍ୟ ସ୍ଥାନୀୟ ବନ ବିଭାଗ କିପରି ଜାଣିପାରିଲେ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ବନ ବିଭାଗ କର୍ମଚାରୀଙ୍କ ଅବହେଳାକୁ ଡିଏଫଓ ସ୍ବୀକାର କରିବା ସହ ଦୋଷୀ କର୍ମଚାରୀଙ୍କ ବିରୁଦ୍ଧରେ କାଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ।
ଶାଳଭଙ୍ଗା ହଙ୍ଗଲ ନିକଟରେ ଟ୍ରକ – ବସ ମୁହାମୁହିଁ ଧକ୍କା
ନୟାଗଡ଼, ୨୮/୧ : ଶୁକ୍ରବାର ରାତି ୧୧ ଟା ସମୟରେ ଶାଳଭଙ୍ଗା ହଙ୍ଗଲ ନିକଟରେ ଟ୍ରକ – ବସ ମୁହାମୁହିଁ ଧକ୍କା ହୋଇଛି । ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ୍ ଆହାତ ହୋଇଛନ୍ତି । ମୃତକ ମାନେ ଟାକରା ର ଅମ୍ରିତା ସାହୁ, ଟାଙ୍ଗୀଆ ପଲ୍ଲୀ ଗ୍ରାମର ଚିନ୍ମୟୀ ପ୍ରିୟଦର୍ଶିନୀ ଓ ଖଜୁରୀପଡାର ଲୋପାମୁଦ୍ରା ପ୍ରଧାନ । ସୁଚନା ଯୋଗ୍ୟ ଯେ, ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ର ଛାତ୍ରୀ ପିକନିକ ଯାଉଥବା ସମୟରେ ଏଭଳି ଦୁଃଖଦ ଘଟଣା ଘଟିଛି । ଗସ୍ତ ଆରମ୍ଭ କରିବାର ମାତ୍ର ୨୫ କିଲୋମିଟର ଦୂରରେ ଏଭଳି ଘଟଣା ଘଟିଛି ।
ଗୁରୁତର ମାନଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ଜ୍ଝ ଘଟଣା ସ୍ଥଳରେ ଏସ୍ ପି, ଏସଡିପିଓ ଙ୍କ ସମେତ ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି ।
ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା
ନୟାଗଡ଼, ୨୮/୧ : ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ଦୁଇ ବ୍ୟାଙ୍କର ଏଟିଏମ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ନୟାଗଡ଼ ଟାଉନ ଥାନା ସବ୍ ଇନିସ୍ପେକ୍ଟର ଧର୍ମେନ୍ଦ୍ର ଶିଆଳ ଲୁଟେରାକୁ ମାଡି ବସିଥିଲେ । ସୁଚନାନୁସାରେ ଇଟାମାଟି ଥାନା ଅନ୍ତର୍ଗତ ଇକିରି ଗ୍ରାମର ପ୍ରଫୁଲ୍ଲ ଦାସଙ୍କ ପୁଅ ନିତ୍ୟାନନ୍ଦ ଦାସ ଓରଫ ରାଜା ନୟାଗଡ଼ର ମହାରାଷ୍ଟ୍ର ବ୍ୟାଙ୍କ ଓ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଟିଏମ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ମାଡି ବସିଥିଲା ।
ମହାରାଷ୍ଟ୍ର ବ୍ୟାଙ୍କର ପରିଚାଳକ ପୁଜାଶ୍ରୀ ସାହୁ ନୟାଗଡ଼ ଟାଉନ ଥାନାକୁ ଏତଲା ଦେଇଥିଲେ । ନୟାଗଡ଼ ଟାଉନ ଥାନା ପକ୍ଷରୁ କେସ ନଂ ୩୨/୨୪ ରେ ମାମଲା ରୁଜୁ କରାଯାଇ ନିତ୍ୟାନନ୍ଦକୁ ଗିରଫ କରାଯାଇଛି ।
ଏଥ୍ ସହ ନିତ୍ୟାନନ୍ଦଙ୍କ ଠାରୁ ଗ୍ୟାସ କଟର, ହାମର, ପେଚକସ, ପ୍ଳାସ, ଛୁରୀ ଓ ଦୁଇଟି ଏଟିମକୁ ଜବତ କରାଯାଇଛି । ଆଇଆଇସି ବିଜୟା ସାହୁ ସୂଚନା ଦେଇଛନ୍ତି କ୍ଷ

ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜେଡି: ବିଜେଡିରେ ଯୋଗ ଦେଲେ ବିଜେପି କର୍ମୀ
ନୟାଗଡ଼,୨୮/୧ : ଦିନକୁ ଦିନ ଶକ୍ତିଶାଳୀ ହେଉଛି ନୟାଗଡ଼ ବିଜୁ ଜନତା ଦଳ । ନୟାଗଡ଼ ନିର୍ବାଚନ ମଣ୍ଡଳୀରେ ବହୁ ବିଜେପି କର୍ମୀ ବିଜେଡିରେ ଯୋଗ ଦାନ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୁଳକ କାର୍ଯ୍ୟକ୍ରମ ସାମିଲ ହେବା ପାଇଁ ବିରୋଧୀ ଦଳର କର୍ମୀମାନେ ବିଜେଡିରେ ଯୋଗ ଦାନ କରୁଛନ୍ତି ।
ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ବିକାଶ ମୁଳକ କାର୍ଯ୍ୟକ୍ରମ, ନୀତି ଓ ଆଦର୍ଶରେ ସନ୍ତୁଷ୍ଟ ହୋଇ ବିରୋଧୀ ଦଳର କର୍ମୀ ବିଜେଡିରେ ସାମିଲ ହେବାରେ ଲାଗିଛନ୍ତି । ଆଜି ନୟାଗଡ଼ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଇଟାମାଟି ଗ୍ରାମ ପଞ୍ଚାୟତର ବିଜେପିର ବହୁ ନେତା ଓ କର୍ମୀ ବିଜେଡିରେ ସାମିଲ ହୋଇଛନ୍ତି ।
ଇଟାମାଟି ଗ୍ରାମର ସସ୍ମିତା ଜେନା, ଜୟନ୍ତୀ ବେହେରା, ମଞ୍ଜୁଲତା ମହାନ୍ତି, ସସ୍ମିତା ମହାନ୍ତି, ଗିତାଞ୍ଜଳୀ ମହାନ୍ତି, ମଞ୍ଜୁବାଳା ବେହେରା, ସୀତା ଦେଇ, ସୁଲୋଚନା ମହାରଣା, ସଂଯୁକ୍ତା ଦାସ, ସସ୍ମିତା ସାହୁ, ପତକ ସାହୁ, ସନାତନ ଦାସ, ଯୁଧିଷ୍ଠିର ମହାନ୍ତି, ରମୋ ଚନ୍ଦ୍ର ସାହୁ, ଜିତେନ ବେହେରା, ବିର ଡାକୁଆ, ପପୁନ, ଦୀପନ, ବିଭୁତି, ରାଧାମୋହନ ପୃଷ୍ଟି, କୋକିଳା ଦେଇ, ବିରଞ୍ଚି ନାରାୟଣ ସାହୁ, ରଘୁନାଥ ବେହେରା, ରାହୁଲ କୁମାର ଦାସ, ଛବି ନାୟକ, ରତନ ମହାପାତ୍ର, ସିଦ୍ଧାନ୍ତ ନାୟକ, ରତ୍ନାକର ପରିଡ଼ା, ବୁଲୁ ସୁନ୍ଦରା ଓ ମାନସ ନାୟକ ଏହିପରି ୩୦ ପରିବାର ଆଜି ବିଜେଡିରେ ଯୋଗ ଦେଇଛନ୍ତି ।
ବହୁ ସଂଖ୍ୟାରେ ମହିଳା ବିଜେଡିରେ ଯୋଗ ଦେଇଥିବାରୁ ଆଗାମୀ ଦିନରେ ଇଟାମାଟି ଗ୍ରାମ ପଞ୍ଚାୟତ ବିଜେଡି ଶକ୍ତିଶାଳୀ ହେବ ବୋଲି ଜଣାପଡିଛି ।
ଇଟାମାଟି ପଞ୍ଚାୟତରେ ବିଜେଡିକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ବିଜେଡିରେ ସାମିଲ ହୋଇଥିବା ମହିଳାମାନେ ବକ୍ତବ୍ୟ ରଖିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ ନୟାଗଡ଼ ବିଧାୟକଙ୍କ ସମେତ ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଆଶିଷ କୁମାର ଅଗ୍ରୱାଲ, ସମାଜସେବୀ ପ୍ରଦୀପ ସେଠୀ, ସମିତି ସଭ୍ୟା ଗୋଲାପ ରାଣୀ ସେଠୀ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ ପ୍ରସାଦ ସାହୁ, ସମାଜସେବୀ ପ୍ରଫୁଲ କୁମାର ଜେନା, ଶରତ ସାହୁ, କିଶୋର ନାୟକ, ଉମେଶ ସାହୁ, ନୟାଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ସଚି ସାଥୁଆ, ଭାଗିରଥି ବାଇ, ସତ୍ୟନାରାୟଣ ସୁବୁଦ୍ଧି, ଗଗନ ବିହାରୀ ମିଶ୍ର, ଦିଲ୍ଲୀପ କୁମାର ପଟ୍ଟନାୟକ, ସୁଧିର କୁମାର ପୃଷ୍ଟି, ମାନଓ ସାହୁ, ଦୀପକ କୁମାର ପଟ୍ଟନାୟକ, ବଛେଇ ରାଉତରାୟ ଓ ସୁଶାନ୍ତ କୁମାର ରାୟ ପ୍ରମୁଖ ନେତାମାନେ ଉପସ୍ଥିତ ରହିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031