Indus Valley Times

କରାଳ ସମୟରେ ନାହିଁ ନାହିଁର ନାଗଫାଶରେ କବଳିତ ଭାରତ

 Breaking News

କରାଳ ସମୟରେ ନାହିଁ ନାହିଁର ନାଗଫାଶରେ କବଳିତ ଭାରତ

କରାଳ ସମୟରେ ନାହିଁ ନାହିଁର ନାଗଫାଶରେ କବଳିତ ଭାରତ
May 10
20:53 2021

ସ୍ୱାଗତିକା ଭୂତିଆ
ଭୁବନେଶ୍ୱର,୧୦/୫: ସାରା ଦେଶରେ କରୋନାର ଭୟାନକ ସ୍ଥିତି ଲାଗି ରହିଛି । କରୋନାର ପ୍ରଥମ ଲହର ସଂକଟ ଠାରୁ ଦ୍ୱିତୀୟ ଲହର ସଂକଟ ଦ୍ୱିଗୁଣିତ ମାରାତ୍ମକ ବୋଲି ବିଶେଷଜ୍ଞ ମତ ଦେଉଛନ୍ତି । ଯାହା ଆମେ ପ୍ରତ୍ୟେକ ଦିନ ଗଣମାଧ୍ୟମରେ ଦେଖୁଛେ ।
କରୋନା ମହାମାରୀର ଦ୍ୱିତୀୟ ଲହର ଝଡ ଭଳି ମାଡି ଆସିଛି । ସାରାଦେଶରେ ଏବେ ଅନେକ ଜୀବନ ନେଇ ସାରିଲାଣି । ଏହି ମହାମାରୀର ତାଣ୍ଡବ ଲୀଳା ଦିନକୁ ଦିନ ଅଧିକ ଉଗ୍ର ହେଉଛି । କିଛି ରାଜ୍ୟରେ ମହାମାରୀ ତା’ର କରାଳ ରୂପରେ ହଜାର ହଜାର ଜୀବନକୁ ଗ୍ରାସ କରିସାରିଲାଣି ।
ଜାତୀୟ ରାଜଧାନୀ ଦିଲ୍ଲୀ ଏବଂ ରାଜ୍ୟ ରାଜଧାନୀରେ ଭୁବନେଶ୍ୱରରେ ସମେତ ଅନ୍ୟାନ୍ୟ ରାଜ୍ୟରେ ଏବେ କୋକୁଆ ଭୟ ସୃଷ୍ଟି ହୋଇଛି । ଘରେ ଘରେ ଲୋକ ମହାମାରୀରେ ପୀଡିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ।
କରୋନାରେ ସଂକ୍ରମିତ ହୋଇ ଜୀବନ ସହ ସଂଗ୍ରାମ କରିଥବା ରୋଗୀଙ୍କ ଚିକିତ୍ସା ପାଇଁ ହସ୍ୱିଟାଲରେ ବେଡ ନାହି ତ ପୁଣି କେଉଁଠି ଅକ୍ସିଜେନ ବା ଅମ୍ଳଜାନ ମିଳୁନି । ରୋଗୀ ମରିଗଲେ ମୃତ ଦେହ ସତ୍କାର ପାଇଁ ସ୍ଥାନ ଟିଏ ବି ମିଳୁନି । ସବୁଠି ଅଭାବର ନୈରାଶ୍ୟ… ନାହିଁ ନାହିଁର ନାଗଫାଶ । ଏହି ଚିତ୍ର ହିଁ ବୟାନ କରୁଛି ଭାରତରେ କରୋନାର କରୁଣ କାହାଣୀ ।
ଦେଶ ଏବେ ଭାଇରସ୍‌ର ଦ୍ୱିତୀୟ ବିପଦଜ୍ଜନକ ଆକ୍ରମଣର ଶୀକାର ହୋଇଛି । ସଂକ୍ରମଣ
ରୋକିବାକୁ ହେଲେ ଶୃଙ୍ଖଳା ଭାଙ୍ଗିବାକୁ ପଡିବ । ମହାରାଷ୍ଟ୍ର, ଦିଲ୍ଲୀ ଏବଂ ହରିୟାନାର ସମେତ ଅନ୍ୟାନ୍ୟ ରାଜ୍ୟର ସ୍ଥିତି ସଙ୍ଗୀନରୁ ଅତି ସଙ୍ଗୀନ ହୋଇପଡିଛି ।
ଗତ ବର୍ଷର୍ର୍ ମାର୍ଚ୍ଚରେ ଆରମ୍ଭ ହୋଇଥିଲା କରୋନା ସଂକ୍ରମଣ ।ସେହିସମୟରେ ଦେଶରେ ସେପ୍ଟମ୍ବର ମାସ ବେଳକୁ ଶିର୍ଷରେ ପହଁଂଚି ଥିଲା । ସେତେବେଳେ ସଂକ୍ରମିତଙ୍କ ସଂଖ୍ୟା ଥିଲା ୯୭ ହଜାର ଏହାପରେ ସଂକ୍ରମଣ ହ୍ରାସ ପାଇ ଗତ ଫେବୃଆରିରେ ୮ହଜାର ୬୦୦କୁ ଖସି ଆସିଥିଲା । କିନ୍ତୁ ମାର୍ଚ୍ଚ ଶେଷରେ ପୁଣି ହୁହୁ ହୋଇ ବଢ଼ିଲା ସଂକ୍ରମଣ ମାମଲା । ଏପ୍ରିଲ ୫ ତାରିଖ ପରେ ଏହା ଏକ ଲକ୍ଷ ଛୁଇଁବା ପରେ ଆଉ ଖସିବାର ନାଁ ଧରୁନି ।
ଦେଶରେ ଗତ ୨୪ଘଂଟାରେ ଏହା ୩ଲକ୍ଷ ୬୬ହଜାର ୧୬୧ରେ ପହଁଂଚିଛି । ୩ହଜାର ୭୫୪ଜଣଙ୍କ ମୃତ୍ୟୁ ଘଟିଛି । ଦେଶରେ ମୋଟ ସଂକ୍ରମଣ ୨କୋଟି ୨୬ଲକ୍ଷ ୬୨ ହଜାର ୫୭୫ରେ ପହଂଚିଛି । ମୋଟ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୪୬ହଜାର ୧୧୬ରେ ପହଁଂଚିଛି । ଗତ ୨୪ଘଂଟାରେ ସୁସ୍ଥ ହୋଇଛନ୍ତି ୩ଲକ୍ଷ ୫୩ ହଜାର ୮୧୮ ଜଣ ।
ରାଜ୍ୟରେ ଲଗାତାର ୫ଦିନ ହେଲା ୧୦ହଜାର ଉପରେ ରହୁଛି ସଂକ୍ରମଣ ମାମଲା । ଗତ ୨୪ଘଂଟାରେ ୧୦ହଜାର ୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲା ବେଳେ ମୃତ୍ୟୁ ସଂଖ୍ୟ ଆଜି ୧୭ରେ ପହଁଞ୍ଚିଛି । ଓଡ଼ିଶାରେ ମୋଟ ୫ଲକ୍ଷ ୪୪ହଜାର ୮୭୩ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା ୨ହଜାର ୧୯୭ରେ ପହଁଞ୍ଚିଛି । ମୋଟ ସୁସ୍ଥ ହୋଇଛନ୍ତି ୪ଲକ୍ଷ ୫୭ହଜାର୫୬୯ ଜଣ । ଏଥିରୁ ଅନୁମାନ କରିହେଉଛି କେତେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି ପୁରା ଭାରତ ବର୍ଷରେ ।
ଗତ ବର୍ଷ ଏହି ସମୟରେ ଆମେରିକା ଓ ଇଟାଲିରେ ଯେଉଁ ପରିସ୍ଥିତି ଦେଖାଦେଇଥିଲା ଏବେ ଭାରତରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି ।
ଗତ ବର୍ଷ ଆମେରିକା ଓ ଇଟାଲିରେ ଗୋଟେ ଦିନରେ ଲକ୍ଷ ଲକ୍ଷ ସଂକ୍ରମିତ ହେଉଥିଲେ ହଜାର ହଜାର ମୃତ୍ୟୁ ଘଟୁଥିଲା । ଏବେ ଭାତରରେ ସେଇ ସଂଖ୍ୟା ବଦଳି ଯାଇଛି ।
ଏଥିରୁ ଅନୁମାନ କରାଯାଉଛି ଯେ କେତେ ବିପଜ୍ଜନକ ପରିସ୍ଥିତି ସୃଷ୍ଠି ହୋଇଛି । ଦେଶରେ ଏବେ ହାହାକାର ପଡିଯାଇଛି ।
ଅକ୍ସିଜେନ ପାଇଁ ଲୋକ ବିକଳ ହୋଇ ପଡୁଛନ୍ତି । ଶେଷରେ ଟିକେ ଅକ୍ସିଜେନ ପାଇଁ ଜୀବନ ହାରୁଛନ୍ତି । ଜାତୀୟ ସ୍ତରରେ ସ୍ୱାସ୍ଥ ସେବା ଏକ ପ୍ରକାର ଭୁଷୁଡି ପଡିବା ସ୍ଥିତିକୁ ଆସିଗଲାଣି ।
ଶ୍ରମିକମାନେ ବାହାର ରାଜ୍ୟରୁ ପୁଣି ନିଜ ନିଜ ରାଜ୍ୟ ମୁହାଁ ହେଲେଣି । ଜୀବନ ଜୀବିକାର ଦୋଛକିରେ ଛିଡା ହୋଇଛି ମଣିଷ । କରୋନା ଆଗରେ ନାଚାର ପାଲଟି ଯାଉଛି ମଣିଷ ।ଲୋକଙ୍କ ଭିତରେ ଗୋଟେ ପଟେ ଲଗଡାଉନ୍ ସଟଡାଉନ୍ ର ଚିନ୍ତା ଘାରୁଛି ତ ଅନ୍ୟପଟେ କରୋନାଠାରୁ ବଂଚିବାର ଉପାୟ ଖୋଜୁଛି ।
ଏହାରି ଭିତରେ ରାଜ୍ୟ ଓ କେନ୍ଦ୍ର ସରକାର ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁଁ ଲକଡାଉନ୍ ଓ ସଟଡାଉନ୍‌ର ସାହାରା ନେଇଛନ୍ତି । ଏବଂ କହିଛନ୍ତି, କେବଳ ଏକମାତ୍ର ଉପାୟ ଜନସାଧାରଣଙ୍କ ସତେଚନତା ହିଁ ଆମର ରକ୍ଷା କବଚ ହେବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031