Indus Valley Times

କରୋନା ଚିକିତ୍ସା ପାଇଁ ସିପ୍ଲା ଲଞ୍ଚ୍ କଲା ସିପ୍ଲେଞ୍ଜା ଟାବଲେଟ୍, ଦାମ୍ ମାତ୍ର ୬୮ ଟଙ୍କା

 Breaking News

କରୋନା ଚିକିତ୍ସା ପାଇଁ ସିପ୍ଲା ଲଞ୍ଚ୍ କଲା ସିପ୍ଲେଞ୍ଜା ଟାବଲେଟ୍, ଦାମ୍ ମାତ୍ର ୬୮ ଟଙ୍କା

July 25
13:54 2020

ନୂଆଦିଲ୍ଲୀ, ୨୪। ୭: ଫାର୍ମାସ୍ୟୁଟିକାଲ କମ୍ପାନୀ ସିପ୍ଲା ଲିମିଟେଡ୍ କରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ସିପ୍ଲେଞ୍ଜା ବ୍ରାଣ୍ଡରେ ଫାବିପିରାବିର୍ ଲଞ୍ଚ୍ କରିବାକୁ ଘୋଷଣା କରିଛି । ଏଥିପାଇଁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ ଅଫ୍ ଇଣ୍ଡିଆର ଅନୁମତି ମିଳିସାରିଛି ।
କମ୍ପାନୀ କହିଛି ଯେ, କରୋନାକୁ ନଜରରେ ରଖି ଚାହିଦା ଦୃଷ୍ଟିକୋଣରୁ ଅଗଷ୍ଟ ପ୍ରଥମ ସପ୍ତାହରେ ସିପ୍ଲେଞ୍ଜା ଳଞ୍ଚ୍ କରାଯିବ । ପ୍ରତ୍ୟେକ ଟାବଲେଟ୍ର ଦାମ୍ ହେଉଛି ୬୮ ଟଙ୍କା । କମ୍ପାନୀ ନିଜ ଓ୍ୱେବସାଇଟରେ କହିଛି ଯେ, ଔଷଧର ଉଚିତ ବିତରଣକୁ ସୁନିଶ୍ଚିତ କରିବା ପାଇଁ ଏହା ବିଭିନ୍ନ ମେଡିକାଲରେ ମିଳିବ । ଯେଉଁ ସବୁ ସ୍ଥାନରେ କରୋନା ମାମଲା ଅଧିକ ରହିଛି ସେହି ସବୁ ଅଞ୍ଚଳକୁ ପ୍ରାଥମିକତା ଦିଆଯିବ ।
ଏହି ଔଷଧକୁ ସିପ୍ଲା ଓ ସିଏସଆଇଆର-ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ କେମିକାଲ ଟେକ୍ନୋଲୋଜିର ମିଳିତ ଉଦ୍ୟମରେ ବିକଶିତ କରାଯାଇଛି । ସିଏସଆଇଆର ଆଇଆଇସିଟି ଫାବିପିରାବିର ପାଇଁ ସୁବିଧାଜନକ ଓ ପ୍ରଭାବୀ ସିନ୍ଥେଟିକ୍ ପ୍ରକ୍ରିୟାକୁ ସଫଳତାପୂର୍ବକ ବିକଶିତ କରିଛି । ଔଷଧର ସମସ୍ତ ପ୍ରକ୍ରିୟା ଓ ସକ୍ରିୟ ଫାର୍ମାସ୍ୟୁଟିକାଲକୁ ସିପ୍ଲାକୁ ଟ୍ରାନ୍ସଫର କରାଯାଇଛି ଓ ଅଧିକ ଔଷଧ ନିର୍ମାଣ କରାଯାଉଛି ।

-News7

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031