Indus Valley Times

କରୋନାରୁ ସୁସ୍ଥ ହେଲେ ଆଉ ୩୪୫୫ ଜଣ, ସର୍ବାଧିକ ଖୋର୍ଦ୍ଧାରୁ ୫୭୧ ଜଣ

 Breaking News

କରୋନାରୁ ସୁସ୍ଥ ହେଲେ ଆଉ ୩୪୫୫ ଜଣ, ସର୍ବାଧିକ ଖୋର୍ଦ୍ଧାରୁ ୫୭୧ ଜଣ

October 07
21:33 2020

ଭୁବନେଶ୍ୱର,୭/୧୦: ରାଜ୍ୟରେ ବୁଧବାର ଆଉ ୩୪୫୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ଆଜି ସୁଦ୍ଧା ୨୧୩୬୭୨ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍ କରିଛି।
ଆଜି ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ସର୍ବାଧିକ ଖୋର୍ଦ୍ଧାରୁ ୫୭୧ ଜଣ ଅଛନ୍ତି। ସେହିପରି କଟକରୁ ୧୯୨, ପୁରୀରୁ ୨୫୪, ଅନୁଗୋଳରୁ ୧୭୫, ଯାଜପୁରରୁ ୧୬୬, ବରଗଡ଼ରୁ ୧୩୩, ମୟୂରଭଞ୍ଜରୁ ୧୨୬, ବାଲେଶ୍ୱରରୁ ୧୨୦, ସମ୍ୱଲପୁରରୁ ୧୧୬, ବଲାଙ୍ଗିରିରୁ ୧୦୪, କେନ୍ଦୁଝରରୁ ୧୦୧, କେନ୍ଦ୍ରାପଡ଼ାରୁ ୯୯, ଜଗତସିଂହପୁରରୁ ୮୪, ଝାରସୁଗୁଡ଼ାରୁ ୮୪, ନୂଆପଡ଼ାରୁ ୭୨, ନବରଙ୍ଗପୁରରୁ ୭୧, ନୟାଗଡ଼ରୁ ୭୦, ଢେଙ୍କାନାଳରୁ ୬୧, କନ୍ଧମାଳରୁ ୬୧, ମାଲକାନଗିରିରୁ ୫୮, ଭଦ୍ରକରୁ ୫୬, ସୋନପୁରରୁ ୫୬, ସୁନ୍ଦରଗଡ଼ରୁ ୫୪, କଳାହାଣ୍ଡିରୁ ୪୧, ରାୟଗଡ଼ାରୁ ୪୧, କୋରାପୁଟରୁ ୩୫, ଗଞ୍ଜାମରୁ ୩୪, ଗଜପତିରୁ ୩୩, ବୌଦ୍ଧରୁ ୩୧, ଦେବଗଡ଼ରୁ ୧୩ ଓ ଷ୍ଟେଟ୍ ପୁଲରୁ ୨୪୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031