Indus Valley Times

କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

 Breaking News

କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ : ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
April 22
15:31 2022

ଭୁବନେଶ୍ୱର ୨୨/୪ : ଦେଶରେ ସଂକ୍ରମଣ ବଢ଼ୁଛି। ତେଣୁ ରାଜ୍ୟରେ ସଂକ୍ରମଣ ନ ବଢ଼ିବ ବୋଲି କହିହେବନି । ସତର୍କ ରହିବାକୁ ହେବ । ଆମର ସଂକ୍ରମଣ ଯଦି ବଢ଼ିବ ।
ତାକୁ କିଭଳି ଆୟତ୍ତ କରାଯିବ। ତାପରେ ଗୁରୁତ୍ୱ ଦିଆଯାଇଛି । ଆଜି ରାଜ୍ୟରେ ମାତ୍ର ୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର ସ୍ଥିତି ଏବେ ଭଲ ଅଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ।
ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରସ୍ତୁତ ଅଛି । ସରକାର ବାରମ୍ବାର କହୁଛନ୍ତି, ଯଦି ଆବଶ୍ୟକ ପଡ଼ିବ, ସଙ୍ଗେ ସଙ୍ଗେ ସ୍ୱାସ୍ଥ୍ୟ ଭିତ୍ତିଭୂମି ବଢ଼ାଯିବ । ଔଷଧ, ଅକ୍ସିଜେନ ରାଜ୍ୟରେ ବ୍ୟାପକ ମହଜୁଦ ଅଛି ।
ସେହିପରି କରୋନା ରୋକିବା ପାଇଁ ମାସ୍କ ବେଶ ଗୁରୁତ୍ୱପୂର୍ଣ୍ଣ । ଭିଡଠୁ ଦୂରେଇ ରହିବା ଦରକାର । ଅଲଗା ରାଜ୍ୟରେ ଯେହେତୁ ସଂକ୍ରମଣ ବଢ଼ୁଛି, ଆମକୁ ସତର୍କ ରହିବାକୁ ପଡ଼ିବ । ଯଦି ଆମେ ସବୁ ନିୟମ ପାଳନ କରିବା, ସଂକ୍ରମଣକୁ ରୋକିପାରିବା । ଦିଲ୍ଲୀ, ପଞ୍ଜାବରେ ସଂକ୍ରମଣ ହାର ବଢିବା ପରେ ମାସ୍କ ବାଧ୍ୟତାମୂଳକ କରଯାଇଛି । ଦଣ୍ଡବିଧାନ ବ୍ୟବସ୍ଥା ହୋଇଛି । ଯଦି ଆମ ରାଜ୍ୟରେ ସଂକ୍ରମଣ ବଢ଼େ, ମାସ୍କ ଲାଗି ନୂଆ ନିୟମ ଆସିପାରେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031