Indus Valley Times

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ

 Breaking News

କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ଶିବକୁମାରଙ୍କ ଘରେ ସିବିଆଇ ଚଢ଼ଉ

October 05
13:12 2020

ବାଙ୍ଗାଲୁରୁ,୫/୧୦: କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ତଥା ବରିଷ୍ଠ ନେତା ଡ଼ି.କେ.ଶିବକୁମାର ଓ ତାଙ୍କ ଭାଇ ଡ଼ି.କେ.ସୁରେଶଙ୍କ ଘରେ ଚାଲିଛି ସିବିଆଇ ଚଢ଼ଉ। ବେଙ୍ଗାଲୁରୁ, ଦୋଦଲାହାଲ୍ଲି, କନକପୁରା, ସଦାଶିବନଗର ସମେତ ବିିଭିନ୍ନ ୧୫ସ୍ଥାନରେ ଚାଲିଛି ଚଢ଼ଉ। ବିମୁଦ୍ରିକରଣ ପରଠାରୁ ଡ଼ି.କେ.ଶିବକୁମାର ଅନୁସନ୍ଧାନକାରୀ ସଂସ୍ଥା ନଜରରେ ରହିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଆୟକର ବିଭାଗର ଟିକସ ଚୋରି ଅଭିଯୋଗଗୁଡ଼ିକ ଆଧାରରେ ଏକ ଟଙ୍କା ହେରଫେର ମାମଲାର ତଦନ୍ତ କରୁଥିଲା। ଏଥିରେ ଯେଉଁସବୁ ତଥ୍ୟ ଇଡିର ହସ୍ତଗତ ହୋଇଛି, ତାହା ଗତବର୍ଷ ସିବିଆଇକୁ ପଠାଇଦିଆଯାଇଛି। ଆଉ ସେହି ଇନପୁଟ୍ ଆଧାରରେ ସିବିଆଇ ନୂଆ ମାମଲା ରୁଜୁ କରିଛି, ଯାହା ଆଧାରରେ ଡିକେ ଶିବକୁମାରଙ୍କ ଏକାଧିକ ବାସଭବନ ତଥା ସମ୍ପର୍କୀୟଙ୍କ ଘରେ, କାର‌୍ୟ୍ୟାଳୟ ଆଦିରେ ଚଢ଼ାଉ କରାଯାଇଛି।
ଗତ ବର୍ଷ ଟଙ୍କା ହେରଫେର୍ ମାମଲାରେ ଇଡି ଶିବକୁମାରଙ୍କୁ ୪ଦିନ ଜେରା କରିବା ପରେ ଗିରଫ କରିଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031