Indus Valley Times

କଲବଲ କରୁଛି ତାତି, ୪୧.୮ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

 Breaking News

କଲବଲ କରୁଛି ତାତି, ୪୧.୮ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର

କଲବଲ କରୁଛି ତାତି, ୪୧.୮ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭୁବନେଶ୍ୱର
April 23
16:43 2024

ଭୁବନେଶ୍ବର, ୨୩/୪: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ବି ରାଜ୍ୟ ସାରା ପ୍ରବଳ ଖରା ସହିତ ଗୁଳୁଗୁଳି ଅନୁଭୂତ ହୋଇଛି। ସକାଳ ୮ଟା ପରଠାରୁ ଅପରାହ୍ଣ ସାଢ଼େ ୩ଟା ପର‌୍ୟ୍ୟନ୍ତ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି। ଟାଣ ଖରାଯୋଗୁଁ ରାସ୍ତାଘାଟ ଖାଲିଖାଲି ଅନୁଭୂତ ହୋଇଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି, ଦିନ ୨ଟା ୩୦ରେ ଭୁବନେଶ୍ବରର ତାପମାତ୍ରା ସର୍ବାଧିକ ୪୧.୮ ଡିଗ୍ରି ରେକର୍ଡ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ଦିନ ୨ଟା ୩୦ରେ ଚାନ୍ଦବାଲିରେ ୪୦.୪, ବାଲେଶ୍ବରରେ ୪୦.୩, ଝାରସୁଗୁଡ଼ାରେ ୩୯.୫, ପାରାଦୀପରେ ୩୮.୮, ରାଉରକେଲାରେ ୩୭.୯, କେନ୍ଦୁଝରରେ ୩୭.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି।
କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ହ୍ରାସ ପାଇଛି। ଗତକାଲିଠାରୁ କାଳବୈଶାଖୀ ପାଇଁ ବାୟୁମଣ୍ଡଳର ମଧ୍ୟ ଓ ଉପରି ଭାଗରେ ବାୟୁ ଚଳାଚଳ ସମ୍ପୂର୍ଣ୍ଣ ଅନୁକୂଳ ରହିଛି।
ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ପବନ ତଥା କିଛି ଜିଲ୍ଲାରେ କୁଆପଥର ବର୍ଷା ଜାରି ରହିଛି। ଏହାଦ୍ବାରା ଆଗାମୀ ଦୁଇ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରି ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031