Indus Valley Times

କଳା କୃଷି ଆଇନ ରଦ୍ଦ : ଆନ୍ଦୋଳନରତ କୃଷକମାନଙ୍କୁ ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

 Breaking News

କଳା କୃଷି ଆଇନ ରଦ୍ଦ : ଆନ୍ଦୋଳନରତ କୃଷକମାନଙ୍କୁ ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

କଳା କୃଷି ଆଇନ ରଦ୍ଦ : ଆନ୍ଦୋଳନରତ କୃଷକମାନଙ୍କୁ ମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ କ୍ୟାଣ୍ଡେଲ ଶୋଭାଯାତ୍ରା
October 06
21:46 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୬/୧୦ : କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦନ କରାଯାଇଥିବା କଳା କୃଷି ଆଇନକୁ ତୁରନ୍ତ ରଦ୍ଦ କରାଯିବା ଏବଂ ଉତ୍ତରପ୍ରଦେଶର ଲକ୍ଷ୍ମୀପୁରଠାରେ ଅମାନୁଷିକ ଭାବରେ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପୁଅ ଗାଡି ଚଢାଇ ହତ୍ୟା କରିବା ପ୍ରତିବାଦରେ ବୌଦ୍ଧଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ସହିତ ଗାନ୍ଧୀଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।
ଜିଲ୍ଲା କଂଗ୍ରେସ କମିଟି ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ଏନଏସି ଛକଠାରୁ ଗାନ୍ଧୀଛକ ପର୍ଯ୍ୟନ୍ତ ଯାଇଥିବା ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଓ ବିକ୍ଷୋଭ ସମାବେଶରେ ସାମିଲ ହୋଇଥିଲେ । ହାତରେ ମଶାଲ,କ୍ୟାଣ୍ଡେଲ ଓ ଦଳୀୟ ପତାକା ଧରି କଂଗ୍ରେସ କର୍ମୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ଗିରଫ କରାଯିବା ଘଟଣାର ପ୍ରତିବାଦ କରିବା ସହିତ ଚାଷୀଙ୍କୁ ଗାଡି ଚଢାଇଥିବା କେନ୍ଦ୍ରମନ୍ତ୍ରୀଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତୁରନ୍ତ ଗିରଫ କରାଯିବାକୁ ଦାବି କରିଥିଲେ ।
କେନ୍ଦ୍ର ସରକାରଙ୍କ କୃଷକମାରଣ ନିତିକୁ କଂଗ୍ରେସ ପକ୍ଷରୁ ସମାଲୋଚନା କରାଯାଇ ତୁରନ୍ତ କଳା କୃଷି ଆଇନକୁ ରଦ୍ଦ କରାଯିବାକୁ ମଧ୍ୟ ଦାବି କରାଯାଇଥିଲା । ଏହି କ୍ୟାଣ୍ଡେଲ ଶୋଭାଯାତ୍ରା ଓ ବିକ୍ଷୋଭରେ ବରିଷ୍ଠ କଂଗ୍ରେସ ନେତା ସୁଧୀର କୁମାର କର୍ଣ୍ଣ,ପଙ୍କଜ କୁମାର କର୍ଣ୍ଣ,ସମରେଶ ମିଶ୍ର,କୁମୁଦ କୁଦେଇ,ଗଣେଶ ଅଗ୍ରୱାଲା,ପ୍ରଦିପ କୁମାର ଦାସ,ଅର୍ଜୁନ ମହାନନ୍ଦିଆ ଓ ତପନ କୁମାର ରାଉତରାୟ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ ।
ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପିତୃପୁରୁଷ ତିଳତର୍ପଣର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ

ବୌଦ୍ଧ,୬/୧୦: ପିତୃପକ୍ଷ ଶେଷ ଓ ମହାଳୟା ଅବସରରେ ଗତ ଆଶ୍ୱୀନମାସ ପ୍ରତିପଦା ଠାରୁ ଅମାବାସ୍ୟା ପର୍ଯ୍ୟନ୍ତ ୧୫ଦିନ ବ୍ୟାପି ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜ ତରଫରୁ ପିତୃଶ୍ରାଦ୍ଧ ଓ ପିତୃ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମହାନଦୀ ତୀର ଚନ୍ଦ୍ରଚୂଡ ମନ୍ଦିର ପରିସରରେ ତିଳ ତର୍ପଣ କାର୍ଯ୍ୟକ୍ରମର ପୁର୍ଣ୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପଣ୍ଡିତ ସଂଜିବ କୁମାର ପଣ୍ଡା, ରଂଜିତ କୁମାର ହୋତା, ଶଶାଙ୍କ ଶେଖର ମିଶ୍ର ଓ ହରି ଶତପଥି, ପୁଜାର୍ଚ୍ଚନା କରିଥିବା ବେଳେ ବ୍ରାହ୍ମଣ ସମାଜ ତରଫରୁ ସଂପାଦକ ଦେବାଶିଷ ପୁରୋହିତ, କାର୍ଯ୍ୟକାରୀ ସଦସ୍ୟ ରଘୁନାଥ ଷଡଙ୍ଗୀ, ସୂର୍ଯ୍ୟନାରାୟଣ ଶତପଥି, ହରିଶଙ୍କର ବିଶି ପ୍ରମୁଖ ପରିଚାଳନା କରିଥିଲେ ।
ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦାନ କରି ନିଜ ନିଜ ପିତୃପୁରୁଷ ଓ ବନ୍ଧୁବାନ୍ଧବମାନଙ୍କୁ ତିଳତର୍ପଣ ପ୍ରଦାନ କରିଥିଲେ । ଶେଷରେ ସାମୁହିକଭାବେ ଗତବର୍ଷ ମୃତ୍ୟୁବରଣ କରିଥିବା ଆତ୍ମାମାନଙ୍କ ଉଦ୍ଦେଶ୍ୟରେ ଶାନ୍ତି ନିମନ୍ତେ ତର୍ପଣ କରାଯାଇଥିଲା । ପୁର୍ଣ୍ଣାହୁତି ଦିବସ ଅବସରରେ ଧବଳେଶ୍ୱର ବଡମାଳୀ, ତୃପ୍ତିରଞ୍ଜନ ଦାନୀ, ବିଜୟ କୁମାର ସାହୁ, ଗଜେନ୍ଦ୍ର କୁମାର ସାହୁ, ସୁମିତା ସାହୁ ଓ ସଂଯୁକ୍ତାରାଣୀ ପଣ୍ଡା ପ୍ରମୁଖ ଯୋଗଦାନ କରିଥିଲେ । ଆସନ୍ତା ବର୍ଷ ଉକ୍ତ କାର୍ଯ୍ୟକ୍ରମକୁ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।
ବୌଦ୍ଧଜିଲ୍ଲା ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ୧୬ ବର୍ଷ ହେବ ଚାଲୁରହିଛି
ବୌଦ୍ଧ,୬/୧୦; କ୍ରୀଡାର ଭିତିଭୂମିର ବିକାଶ ପାଇଁ ସରକାର ଜିଲ୍ଲା ସଦର ମହକୁମା ଓ ବ୍ଲକସ୍ତରରେ ଷ୍ଟାଡିୟମ ନିର୍ମାଣ କରି ଆସୁଛନ୍ତି । ହେଲେ ବୌଦ୍ଧଜିଲ୍ଲା ସଦର ମହକୁମାରେ ଚଲିଥିବା ଜିଲ୍ଲା ଷ୍ଟାଡିୟମ କାର୍ଯ୍ୟ ସଂପୂର୍ଣ୍ଣ ହେବାରେ ନା ଧରୁନାହିଁ । ଯାହାଫଳରେ କ୍ରୀଡାବିତଙ୍କ ମହଲରେ ଅସନ୍ତୋଷ ଦେଖାଦେଇଛି । ଏହି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟଦୀର୍ଘ ୧୬ ବର୍ଷ ଧରି ଚାଲୁ ରହିଥିଲେ ମଧ୍ୟ ଷ୍ଟାଡିୟମ କାର୍ଯ୍ୟ କେବେ ଶେଷ ହେବା ତାହାକୁ ନେଇ କ୍ରୀଡାପ୍ରେମୀ ଅପେକ୍ଷା କରି ବସିଛନ୍ତି ।
ବୌଦ୍ଧଜିଲ୍ଲା କ୍ରୀଡା କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଜିଲ୍ଲାର ଖେଳାଳିମାନେ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର କ୍ରୀଡା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇ ଜିଲ୍ଲାକୁ ଗୌରାବାନ୍ନିତ କରିପାରିଛନ୍ତି । ଜିଲ୍ଲାରେ କ୍ରୀଡାର ଭିତ୍ତିଭୂମିର ଅଭାବ ରହିଥିଲେ ମଧ୍ୟ ଖେଳାଳୀମାନେ ଉତ୍ତମ କ୍ରୀଡା ପ୍ରଦର୍ଶନ କରି ଜିଲ୍ଲା ପାଇଁ ଗୈାରବ ଆଣିପାରିଛନ୍ତି । ଜିଲ୍ଲା ଓ ବ୍ଲକସ୍ତରରେ ଷ୍ଟାଡିୟମ ନିର୍ମାଣ କରି କ୍ରୀଡା ଓ ଭିର୍ତ୍ତି ଭୂମିର ବିକାଶ କରିବା ସହିତ ସେହି ଅଞ୍ଚଳରେ ଲୁକାୟିତ ପ୍ରତିଭାକୁ ଖୋଜିବାହର କରିବାରେ ସହାୟକ ହୋଇଥାଏ ।
ବୌଦ୍ଧଜିଲ୍ଲାରେ ଏକ ଷ୍ଟାଡିୟମର ଆବଶ୍ୟକତାକୁ ଉପଲ୍ଲଧ କରି ସରକାର ବୌଦ୍ଧ ପଂଚାୟତ ମହାବିଦ୍ୟାଳୟ ନିକଟରେ ୧୦ ଏକର ୨୦ ଡିସିମିଲ ଜାଗାରେ ଷ୍ଟାଡିୟମ ନିର୍ମାଣ ପାଇଁ ୨୦୦୬ ମସିହାରେ ସେତେବେଳର କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଦେବାଶିଷ ନାୟକ ଶିଳାନ୍ୟାସ କରିଥିଲେ । ସେତେବେଳେ ଜିଲ୍ଲାରେ କ୍ରୀଡାପ୍ରେମୀ ଓ ଖେଳାଳିମାନଙ୍କ ମଧ୍ୟରେ ଷ୍ଟାଡିୟମ ନିର୍ମାଣକୁ ନେଇ ଉତ୍ସାହ ଦେଖାଦେଇଥିଲା । ହେଲେ ଇତି ମଧ୍ୟରେ ଦୀର୍ଘ ୧୬ ବର୍ଷ ହୋଇଥିଲେ ମଧ୍ୟ ଷ୍ଟାଡିୟମ ନିର୍ମାଣ କର୍ଯ୍ୟା ଆଜିବି ଅନେକ ବାକି ରହିଛି । ଏହି ଷ୍ଟାଡିୟମରେ ବହୁ ଖେଳାଳୀ ଖେଳିବାର ଆଶା କରିଥିବା ବେଳେ ସେମାନଙ୍କ ଆଶା ଆଶାରେ ହିଁ ରହିଯାଇଛି ।
ସେମାନେ ଯେଉଁ ସମୟରେ ଖେଳିବାର ଆଶା ରଖିଥିଲେ ବର୍ତ୍ତମାନ ସେମାନେ ଖେଳରୁ ଅବସରର ନେଇ ସାରିଥିବା ବେଳେ ଅନେକଙ୍କ ଅବସରରେ ନେବାର ସମୟ ଆସି ଗଲାଣି କିନ୍ତୁ ଷ୍ଟାଡିୟମ କାର୍ଯ୍ୟ ସଂପୂର୍ଣ୍ଣ ହେବାର ନାମ ଧରୁନାହିଁ । ହେଲେ ଜିଲ୍ଲା କ୍ରୀଡା ବିଭାଗ ଜିଲ୍ଲାରେ ଷ୍ଟାଡିୟମ ନିର୍ମାଣ ସଂପୂର୍ଣ୍ଣ ଯେପରି ଖୁବ ଶିଘ୍ର ଶେଷ ହେବା ଓ ଜିଲ୍ଲାର ଖେଳାଳୀମାନେ ଏହି ଷ୍ଟାଡିୟମରେ କିପରି ଶୀଘ୍ର ଖେଳିବେ ସେଥିପାଇଁ ଉଦ୍ୟମ ଜାରିରଖିଛନ୍ତି । ଜିଲ୍ଲାରେ ସଦର ମହକୁମାରେ ଏକ ମାତ୍ର କଚେରୀ ପଡିଆ ଯେଉଁଠାରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ । ପଡିଆ ଅଭାବରୁ ଖେଳାଳୀମାନେ ଏଠାରେ ଖେଳର ଅଭ୍ୟାସ କରିବା ସହିତ ବିଭିନ୍ନ କ୍ରୀଡାର ମ୍ୟାଚ ମଧ୍ୟ ଅନୁଷ୍ଠିତ ହୋଇଥାଏ ।
ଯଦି କୌଣସି ସରକାରୀ କାର୍ଯ୍ୟକ୍ରମ ହୁଏ ତାହାହେଲେ ଖେଳାଳୀମାନଙ୍କ ମ୍ୟାଚ ଓ ଅଭ୍ୟାସ ପାଇଁ ସମସ୍ୟା ଦେଖାଦେଇଥାଏ । ଯଦି ଷ୍ଟାଡିୟମଟି ଖେଳ ଉପଯୋଗୀ ହୋଇ ପାରନ୍ତା ତାହାହେଲେ ଖେଳାଳୀମାନଙ୍କ ଖେଳରେ ବ୍ୟାଘାତ ସୃଷ୍ଟି ହୁଅନ୍ତା ନାହିଁ । ସେପଟେ ଗୋଟିଏ ପଟେ କାର୍ଯ୍ୟ ଆରମ୍ଭ ହୋଇ ଶେଷ ହେବାକୁ ବସିଥିବା ବେଳେ ଅନ୍ୟପଟେ ଷ୍ଟାଡିୟମରେ ପାଚେରୀରେ ଫାଟଦେଖା ଦେଲାଣିତ କେଉଁଠି ଢଳି ପଡିବା ସ୍ଥିତରେ ରହିଛି । ଷ୍ଟାଡିୟମର ଗ୍ୟାଲେରୀ ଓ ପାଚେରୀଟିର ନିର୍ମାଣ କାର୍ଯ୍ୟ ପୂର୍ତ୍ତବିଭାଗ କରିଥିବା ବେଳେ ଫାଟକ କାର୍ଯ୍ୟଟି ବ୍ଲକ ପ୍ରଶାସନ କରିଛି । ହେଲେ ଖେଳ ପଡିଆ କାର୍ଯ୍ୟ ଆଜିିବି ଅସଂପୂର୍ଣ୍ଣ ହୋଇ ପଡି ରହିଛି । ପଡିଆ ସାରା ଘାସ ଓ ଅନାବନା ଗଛ ସବୁ ଉଠି ଜଙ୍ଗଲ ଭଳି ହୋଇପଡିଛି ।
ଯାହାକି ଖେଳ ଉପଯୋଗୀ ହୋଇ ପାରୁନାହିଁ । ଜିଲ୍ଲା କ୍ରୀଡା ବିଭାଗକୁ ଷ୍ଟାଡିୟମର ଗ୍ୟାଲେରୀ ଓ ଇଣ୍ଡୋର ଷ୍ଟାଡିୟମ ହସ୍ତାନ୍ତର କରାଯାଇଛି । ହେଲେ ମୁଖ୍ୟ କାର୍ଯ୍ୟ ପଡିଆ ହୋଇଥିଲେ ମଧ୍ୟ ଏହି କାର୍ଯ୍ୟ ଅଟକି ରହିଛି । ପଡିଆରେ ଉପଯୋଗୀ ମାଟି ପକାଯାଇ ସମତଳ କାରାଗଲେ ଖେଳ ଉପଯୋଗୀ ହୋଇପାରିବ ହେଲେ ତାହାର କାର୍ଯ୍ୟ ଆଗେଇ ପାରୁନଥିବାରୁ ପଡିଆ ସମତଳ ହୋଇପାରୁନାହିଁ । ଯାହାଫଳରେ ଜିଲ୍ଲା କ୍ରୀଡା ବିଭାଗ ପଡିଆର ରକ୍ଷଣାବେକ୍ଷଣ କରିପାରୁନାହିଁ । ଯଦି ଏପରି ଚାଲେ ତାହାହେଲେ ଏହି ଷ୍ଟାଡିୟମ କେବେ ଖେଳାଳିମାନେ ଖେଳିବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ଜିଲ୍ଲାର ଖେଳାଳୀମାନଙ୍କ ଭବିଶ୍ୟତକୁ ଆଖି ଆଗରେ ରଖି ଷ୍ଟାଡିୟମକୁ ତୁରନ୍ତ ଖେଳ ଉପଯୋଗୀ କରିବାକୁ ଦାବି ହେଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031