Indus Valley Times

କାଉନସେଲିଂ ପରେ ଆର୍ଯ୍ୟନ୍‌ଙ୍କ ପ୍ରତିଜ୍ଞା: ଭଲ ପିଲା ହେବି, ଗରିବଙ୍କୁ ସାହାଯ୍ୟ କରିବି

 Breaking News

କାଉନସେଲିଂ ପରେ ଆର୍ଯ୍ୟନ୍‌ଙ୍କ ପ୍ରତିଜ୍ଞା: ଭଲ ପିଲା ହେବି, ଗରିବଙ୍କୁ ସାହାଯ୍ୟ କରିବି

October 18
11:43 2021

ମୁମ୍ବାଇ, ୧୮/୧୦ : କ୍ରୁଜ୍ ଡ୍ରଗ୍ସ ମାମଲାରେ ଗିରଫ ହୋଇଥିବା ଅଭିନେତା ଶାହାରୁଖ ଖାନ୍ ପୁଅ ଆର୍ଯ୍ୟନ୍‌ଏବେ ମୁମ୍ବାଇର ଆର୍ଥର ରୋଡ ଜେଲ୍ରେ ଅଛନ୍ତି। ମୁମ୍ବାଇର ସ୍ବତନ୍ତ୍ର ଏନ୍ଡିପିଏସ୍ କୋର୍ଟ ଗୁରୁବାର ଆର୍ଯ୍ୟନ୍‌ଙ୍କ ଜାମିନ ଆବେଦନର ଶୁଣାଣି ସୁରକ୍ଷିତ ରଖିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨୦ରେ ହେବ।
ଇତିମଧ୍ୟରେ ଖବର ମିଳିଛି ଆର‌୍ୟନ୍ ଏନ୍ସିବି ହେପାଜତରେ ଥିଲାବେଳେ ତାଙ୍କୁ କାଉନସେଲିଂ କରାଯାଇଥିଲା। ରିପୋର୍ଟ ମୁତାବକ, କାଉନସେଲିଂ ବେଳେ ଆର୍ଯ୍ୟନ୍ ଏନ୍ସିବି ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖଡେଙ୍କ ନିକଟରେ ପ୍ରତିଜ୍ଞା କରି କହିଛନ୍ତି, ‘ଭଲ ମଣିଷ ହେବି। ଭଲ କାମ କରିବି। ଦିନ ଆସିବ ଆପଣ ମୋତେ ନେଇ ଗର୍ବ କରିବେ।
ଜେଲ୍ରୁ ବାହାରିବା ପରେ କୌଣସି ପ୍ରକାର ଭୁଲ୍ କାମ କରିବି ନାହିଁ। ଗରିବ ଏବଂ ଦୁର୍ବଳ ଶ୍ରେଣୀର ଲୋକମାନଙ୍କୁ ଯଥାସମ୍ଭବ ସାହାଯ୍ୟ କରିବି।’ ଆର୍ଯ୍ୟନ୍‌ଙ୍କୁ କାଉନସେଲିଂବେଳେ ୱାଙ୍ଖଡ଼େଙ୍କ ସହ ସ୍ବେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ, ଆର୍ଯ୍ୟନ୍‌ଙ୍କ ସହ ଅରବାଜ ମର୍ଚାଣ୍ଟ, ମୁନ୍ମୁନ ଧମେଚାଙ୍କ ସମେତ ଅନ୍ୟ ଅଭିଯୁକ୍ତମାନେ ଆଗାମୀ ୨୦ ତାରିଖ ପର‌୍ୟ୍ୟନ୍ତ ଜେଲ୍ରେ ରହିବେ।
୨୦ରେ ସେମାନଙ୍କ ଜାମିନ ଆବେଦନର ଶୁଣାଣି ହେବ। ଜେଲ୍ରେ ଆର୍ଯ୍ୟନ୍‌ଙ୍କୁ କଏଦୀ ନମ୍ବର ୯୫୬ ବ୍ୟାଚ୍ ମିଳିଛି। ଜେଲ୍ ଖାଦ୍ୟ ଭଲ ଲାଗୁ ନଥିବାରୁ ଆର୍ଯ୍ୟନ୍‌ଙ୍କ ନିକଟକୁ ଶାହାରୁଖ ୧୧ ତାରିଖ ଦିନ ୪,୫୦୦ ଟଙ୍କା ମନି ଅର୍ଡର ପଠାଇଥିଲେ।
-ସମ୍ବାଦ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031