Indus Valley Times

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକରେ ଲାଗିଲା କଟକଣା : ଡଙ୍ଗା ଭସା ଓ ବୁଡ଼ ପକାଇବା ଉପରେ ରୋକ

 Breaking News

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକରେ ଲାଗିଲା କଟକଣା : ଡଙ୍ଗା ଭସା ଓ ବୁଡ଼ ପକାଇବା ଉପରେ ରୋକ

କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକରେ ଲାଗିଲା କଟକଣା : ଡଙ୍ଗା ଭସା ଓ ବୁଡ଼ ପକାଇବା ଉପରେ ରୋକ
November 16
15:27 2021

କଟକ ୧୬/୧୧: କାର୍ତ୍ତିକ ପୂର୍ଣ୍ଣି ପାଇଁ କଟକରେ ଲାଗିଲା କଟକଣା । ଡଙ୍ଗା ଭସା ଓ ବୁଡ଼ ପକାଇବା ଉପରେ ରୋକ ଲଗାଇଲା ପ୍ରଶାସନ । କୌଣସି ଘାଟରେ ଡଙ୍ଗା ଭସାଇ ପାରିବେନି କି ବୁଡ଼ ପକାଇ ପାରିବେନି ଶ୍ରଦ୍ଧାଳୁ । ଏ
ସ୍ଆର୍ସିଙ୍କ ଗାଇଡ଼ଲାଇନ୍ ଅନୁଯାୟୀ ଏହି କଟକଣା ଲାଗୁ କରାଯାଇଛି । ଯଦି କେହି ଏହି କଟକଣାକୁ ନମାନନ୍ତି, ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ଖବର ଅନୁଯାୟୀ, ଆଉ ମାତ୍ର ୨ ଦିନ ପରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ।ଏହି ଅବସରରେ ରାଜ୍ୟର ସମସ୍ତ ନଦୀ ପଠାରେ ଡଙ୍ଗା ଭସା ଓ ବୁଡ଼ ପକାଇଯାଇଥାଏ । କିନ୍ତୁ ବର୍ତ୍ତମାନର କରୋନା ସ୍ଥିତିକୁ ଦେଖି ଡଙ୍ଗା ଭସା ଓ ବୁଡ଼ ପକା ଉପରେ ରୋକ ଲଗାଯାଇଛି । ଏହାକୁ ନେଇ ଏସ୍ଆର୍ସିଙ୍କ ପକ୍ଷରୁ ଏକ ଗାଇଡ଼ଲାଇନ୍ ମଧ୍ୟ ଜାରି କରାଯାଇଛି ।
ତେବେ ଏବେ କଟକ ପୋଲିସ ମଧ୍ୟ କଟକଣା ଲଗାଇଛି । କାର୍ତ୍ତିକ ପୂର୍ଣ୍ଣିମା ଦିନ କୌଣସି ଭକ୍ତ ଘାଟରେ ଡଙ୍ଗା ଭସାଇ ପାରିବେନାହିଁ କି ବୁଡ଼ ପକାଇପାରିବେ ନାହିଁ ବୋଲି ଡିସିପି ସୂଚନା ଦେଇଛନ୍ତି । ଯଦି କେହି ଏହି ନିୟମକୁ ଭାଙ୍ଗନ୍ତି, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031