Indus Valley Times

କାଳିଜାଇଙ୍କ ଦର୍ଶନ ଲାଗି ଯିବା ବେଳେ ଅଘଟଣ: ଚିଲିକା ମଝିରେ ଫସିଗଲା ଡଙ୍ଗା

 Breaking News

କାଳିଜାଇଙ୍କ ଦର୍ଶନ ଲାଗି ଯିବା ବେଳେ ଅଘଟଣ: ଚିଲିକା ମଝିରେ ଫସିଗଲା ଡଙ୍ଗା

କାଳିଜାଇଙ୍କ ଦର୍ଶନ ଲାଗି ଯିବା ବେଳେ ଅଘଟଣ: ଚିଲିକା ମଝିରେ ଫସିଗଲା ଡଙ୍ଗା
January 14
11:24 2023

କୃଷ୍ଣପ୍ରସାଦ,୧୪/୧: ଘନ କୁହୁଡ଼ିରେ ଆଚ୍ଛାଦିତ ଚିଲିକାର ଅଥଳ ଜଳରାଶିରେ ଫସିଲା ଡଙ୍ଗା । ମା’ କାଳିଜାଇଙ୍କ ଦର୍ଶନ କରିବାକୁ ଯାଇ ମଝି ଚିଲିକାରେ ହଟହଟା ହେଲେ ଯାତ୍ରୀ। ଘନ କୁହୁଡ଼ି ଯୋଗୁ ଆଜି ସକାଳେ ଚିଲିକା ମଝିରେ ପ୍ରାୟ ୪ଟି ଡଙ୍ଗା ଫସିଥିବା ଜଣାଯାଇଛି। ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଗୁଡ଼ିକ ଚିଲିକା ମଝିରେ ଫସି ଯାଇଥିବା ଜଣାଯାଇଛି। ସେଥିମଧ୍ୟରୁ ଗୋଟିଏ ଡଙ୍ଗା କୃଷ୍ଣପ୍ରସାଦ ପଟୁ ଯାଇଥିବା ବେଳେ ଆଉ ୩ଟି ବାଲୁଗାଁ ପଟୁ ଆସିଥିବା ଜଣାଯାଇଛି।
ଦୀର୍ଘ ଦେଢ଼ ଘଣ୍ଟା କାଳ ଚିଲିକା ମଝିରେ ଫସି ରହିବା ପରେ କୃଷ୍ଣପ୍ରସାଦ ପଟୁ ଯାଇଥିବା ଡଙ୍ଗାର ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କୁଳକୁ ଅଣାଯାଇଥିବା ଜଣାଯାଇଛି। ହେଲେ ଅନ୍ୟ ୩ ଡଙ୍ଗା ସମ୍ପର୍କରେ ସବିଶେଷ ସୂଚନା ମିଳିପାରିନି।
କୁହୁଡ଼ି ଯୋଗୁ ଚିଲିକାରେ ଡଙ୍ଗା ଫସୁଥିବା କାରଣରୁ କୁହୁଡ଼ି ନ କମିବା ଯାଏଁ ଚିଲିକାରେ ଡଙ୍ଗା ଚଳାଚଳକୁ ବନ୍ଦ କରି ଦିଆଯାଇଛି । ବାଲୁଗାଁରୁ ଚିଲିକା ଦେଇ କାଳିଜାଇ ଯାଉଥିବା ଡଙ୍ଗାରେ କଟକଣା ଲଗାଯାଇଛି। ଡଙ୍ଗା ଚଳାଚଳ ବନ୍ଦ ନେଇ ବାଲୁଗାଁ ଝଊଚଙ ସୂଚନା ଦେଇଛନ୍ତି ।
ଆଜି ପୂର୍ବାହ୍ନ ୧୦ଟା ପର‌୍ୟ୍ୟନ୍ତ ଚିଲିକାରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି। କୁହୁଡ଼ିର ଘନ ଆସ୍ତରଣ ଯୋଗୁ ୧୦ ମିଟିର ଦୂର ବି ଭଲ ଭାବେ ଦୃଶ୍ୟମାନ ହେଉ ନାହିଁ। ଏପରି ସ୍ଥିତିରେ ୨୦ ଯାତ୍ରୀଙ୍କୁ ନେଇ ସକାଳ ପ୍ରାୟ ୮ଟା ପରେ ଏକ ଡଙ୍ଗା କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠ ଅଭିମୁଖେ ବାହାରିଥିଲା। ସାଧାରଣତଃ କୃଷ୍ଣପ୍ରସାଦ ଜେଟିରୁ କାଳିଜାଇ ପୀଠ ଦୂରତା ୫ କିମି ହୋଇଥିବା ବେଳେ ଜଳରାଶିରେ ପ୍ରାୟ ୨୦ ମିନିଟ ସମୟ ଲାଗିଥାଏ।
ମାତ୍ର ମଝି ଚିଲିକାରେ ପହଞ୍ଚିବା ପରେ କିଛି ଦୃଶ୍ୟମାନ ନ ହେବାରୁ ଡଙ୍ଗାଟି ଆଉ କୁଆଡ଼େ ଯାଇପାରିଲାନି। ଫଳରେ ଦୀର୍ଘ ସମୟ ଚିଲିକା ପାଣିରେ ଫସି ଯାତ୍ରୀଙ୍କ ମଧ୍ୟରେ ଛନକା ପଶି ଯାଇଥିଲା। ଖବର ପାଇ ମଝି ଚିଲିକାରେ ଥିବା ଅନ୍ୟ ଡଙ୍ଗା ଉକ୍ତ ଡଙ୍ଗାଟିକୁ ଚିଲିକାକୁ ବାଟ କଢ଼ାଇ ନେଇଥିବା ଜଣାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031