Indus Valley Times

କାଳୀ ପୂଜାରେ ଦକ୍ଷିଣକାଳୀ ପୀଠରେ ଲାଗିବ ୧୪୪ ଧାରା

 Breaking News

କାଳୀ ପୂଜାରେ ଦକ୍ଷିଣକାଳୀ ପୀଠରେ ଲାଗିବ ୧୪୪ ଧାରା

କାଳୀ ପୂଜାରେ ଦକ୍ଷିଣକାଳୀ ପୀଠରେ ଲାଗିବ ୧୪୪ ଧାରା
November 01
10:42 2021

ପୁରୀ, ୧/୧୧: କାଳୀ ପୂଜାରେ ଦକ୍ଷିଣକାଳୀ ପୀଠରେ ଲାଗିବ ୧୪୪ ଧାରା । ଆସନ୍ତା ୪ ଓ ୫ ତାରିଖରେ କାଳୀ ପୂଜା ଅବସରରେ ବୀରଗୋବିନ୍ଦପୁର ସ୍ଥିତ ଦକ୍ଷିଣକାଳୀଙ୍କ ପୀଠରେ ୧୪୪ ଧାରା ଜାରି କରାଯିବ । କରୋନା କଟକଣା ଦୃଷ୍ଟିରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।
କରୋନା କଟକଣାକୁ ଦୃଷ୍ଟିରେ ରଖି ଉପ ଜିଲ୍ଲାପାଳ ଭବତାରଣ ସାହୁଙ୍କ ଅଧ୍ୟକ୍ଷତାରେ ଦକ୍ଷିଣକାଳୀ ମନ୍ଦିର ପରିସରରେ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ମାତ୍ର ବିଗତ ବର୍ଷ ଭଳି ବିଧି ମୁତାବକ ନୀତିକାନ୍ତି ପାଳନ ହେବ ବୋଲି ଜଣାପଡିଛି । କଟକଣା ଅବଧି ସମୟରେ କେବଳ ସ୍ୱୀକୃତିପ୍ରାପ୍ତ ବ୍ୟକ୍ତିବିଶେଷମାନଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯିବ । ଏହାକୁ ପାଳନ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।

Tags
Share

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031