Indus Valley Times

କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି

 Breaking News

କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି

କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି
September 14
19:38 2021

ଗଣେଶ କୁମାର ରାଜୁଙ୍କ ରିପୋର୍ଟ
ପାରଳାଖେମୁଣ୍ଡି,୧୪/୯: ଗଜପତି ଜିଲ୍ଲା କାଶୀନଗର ଠାରେ ପ୍ରବାହିତ ହେଉଥିବା ବଂଶଧାରା ନଦୀର ଜଳସ୍ତର ସତର୍କ ସଂକେତ ଉର୍ଦ୍ଧ୍ୱରେ ପ୍ରବାହିତ ହେଉଛି। ଉପର ମୁଣ୍ଡରେ ବର୍ଷା ଲାଗି ରହିଲେ ଜଳସ୍ତର ବିପଦ ସଂକେତ ନିକଟତର ହୋପାରେ ବୋଲି କାଶୀନଗର ଠାରେ ଥିବା କେଂଡିୟ ଜଳ ଆୟୋଗ ପକ୍ଷରୁ ଅନୁମାନ କରାଯାଇଛି ।
କାଶୀନଗର ଠାରେ ବଂଶଧାରା ନଦୀର ସତର୍କ ସଂକେତ ୫୪-୧୦ ମି: ଥିବାବେଳେ ବର୍ତ୍ତମାନ ଜଳସ୍ତର ଅପରାହ୍ନ ୫ ଟା ବେଳକୁ ଏହା ୫୪-୧୫ ମି: ଉଚ୍ଚତାରେ ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୫୪-୬୦ ମିଟର ରହିଛି ।
ଗତ ୨୪ ଘଣ୍ଟା ମଧ୍ୟରେ କାଶୀନଗର ଉପର ମୁଣ୍ଡରେ ରହିଥିବା ବିଭିନ୍ନ ସ୍ଥାନ ଯଥା ମୋହନା ଠାରେ ୧୬-୦୪ ମିମି: , ମହେନ୍ଦ୍ରଗଡ଼ ଠାରେ ୮ ମିମି:, କାଟ୍ରାଗଡ ଠାରେ ୫୩-୮ ମିମି: , ଗୁଡାରୀ ଠାରେ ୨୪-୦୨ ମିମି:, ଗୁଣୁପୁର ଠାରେ ୯-୦୨ ମିମି: ଏବଂ କାଶୀନଗର ଠାରେ ୨-୦୨ ମିମି: ବର୍ଷା ହୋଇଥିବା ରେକର୍ଡରୁ ଜଣାଯାଇଛି ।
ବର୍ତ୍ତମାନ ଏହିସବୁ ଉପରୋକ୍ତ ଅଞ୍ଚଳରେ ଆକାଶ ମେଘୁଆ ରହିଥିବା ସହ ମଝି ମଝିରେ ଝିପିଝିପି ବର୍ଷା ଲାଗିରହିଛି । ଏହା ଯଦି ଲାଗିରହି ବର୍ଷାହୁଏ , ତାହା ହେଲେ କାଶୀନଗର ଠାରେ ବଂଶଧାରା ନଦୀର ଜଳସ୍ତର ବୃଦ୍ଧିପାଇ ବିପଦ ସଂକେତ ଆଡକୁ ଗତିକରିବା ସମ୍ଭାବବା ରହିଛି ।
ବଂଶଧାରା ନଦୀର ଏହି ବନ୍ୟାଜଳ ସ୍ତରକୁ ନିୟନ୍ତ୍ରଣ କରିବା ପାଇଁ କାଶୀନଗର ବଂଶଧାରା ନଦୀର ତଳ ମୁଣ୍ଡରେ ଥିବା ପଡୋଶୀ ଆନ୍ଧ୍ରର ଗୋଟ୍ଟା ବ୍ୟାରେଜ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀ ଓ କର୍ମଚାରୀ ସଜାଗ ରହିଛନ୍ତି । ସେଠାରେ ଥିବା ବ୍ୟାରେଜର ମୋଟ ୨୨ ଟି ସ୍ଲୁଇସ ଗେଟ ମଧ୍ୟରୁ ୨୧ ଟି ଗେଟ’କୁ ୨୦ ସେଣ୍ଟିମିଟର ଉଚ୍ଚତାରେ ଖୋଲି ଦିଆଯାଇଛି ।
ସେହି ଗେଟ ମଧ୍ୟଦେଇ ପ୍ରତି ସେକେଣ୍ଡରେ ୧୫ ହଜାର କ୍ୟୁସେକ ଜଳ ନିଷ୍କାସନ କରାଯାଉଛି ବୋଲି ଗୋଟ୍ଟା ବ୍ୟାରେଜ କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031