Indus Valley Times

କାଶୀପୁର ବ୍ଲକର ଝାଡାବାନ୍ତି କାରଣର ପ୍ରକୃତ ସତ୍ୟ ଆସିଲା ସାମ୍ମାକୁ

 Breaking News

କାଶୀପୁର ବ୍ଲକର ଝାଡାବାନ୍ତି କାରଣର ପ୍ରକୃତ ସତ୍ୟ ଆସିଲା ସାମ୍ମାକୁ

କାଶୀପୁର ବ୍ଲକର ଝାଡାବାନ୍ତି କାରଣର ପ୍ରକୃତ ସତ୍ୟ ଆସିଲା ସାମ୍ମାକୁ
July 19
18:01 2022

କାଶୀପୁର,୧୯/୭: କାଶୀପୁର ବ୍ଲକର ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କର ମିଳିଲା ପ୍ରକୃତ କାରଣ । ‘ଭିବ୍ରିଓ କଲେରା’ ଯୋଗୁଁ ହେଉଛି ଝାଡାବାନ୍ତି । ଏନେଇ ରାୟଗଡ଼ା ସିଡିଏମ୍‌ଓ ସ୍ପଷ୍ଟ କରିଛନ୍ତି । ଝାଡ଼ାବାନ୍ତିକୁ ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କଲେ ରାୟଗଡ଼ା ସିଡିଏମ୍‌ଓ । ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କରିଛନ୍ତି ସିଡିଏମ୍‌ଓ ଲାଲମୋହନ ରାଉତରାୟ । ଆର୍‌ଏମ୍‌ଆର୍‌ସି ଲାବୋରେଟାରୀକୁ ଆକ୍ରାନ୍ତଙ୍କ ସାମ୍ପଲ ପଠାଯାଇଥିଲା । ପରେ ଏହା ଜଣାପଡ଼ିଥିଲା ।
ତେବେ ଭିବ୍ରିଓ କଲେରାକୁ ମାରାତ୍ମକ ବୋଲି କହିଲେ ସିଡିଏମ୍‌ଓ । ୨୦୦୭ରେ ଏହି ରୋଗ କାଶୀପୁରରେ ପ୍ରଥମେ ଚିହ୍ନଟ ହୋଇଥିଲା । ଦୂଷିତ ପାଣି ବ୍ୟବହାର ଦ୍ୱାରା ଏହି ରୋଗ ବ୍ୟାପିଥାଏ ବୋଲି ସେ କହିଛନ୍ତି । ଏଭଳି ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ପ୍ରଶାସନ ବୋଲି କହିଲେ ଜିଲ୍ଲାପାଳ । ତେବେ ଏନେଇ ହେଲ୍ପ ଲାଇନ୍ ନମ୍ବର ଓ ମୋବାଇଲ ନମ୍ବର ଜାରି କରାଯିବ । ୨ଟି ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରାଯାଇ ଲୋକଙ୍କୁ ସଚେତନ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930