Indus Valley Times

କାହିଁକି ତାଇୱାନ୍‌କୁ ସହିପାରୁନି ଚୀନ୍‌

 Breaking News

କାହିଁକି ତାଇୱାନ୍‌କୁ ସହିପାରୁନି ଚୀନ୍‌

August 03
21:07 2022

ଭୁବନେଶ୍ୱର,୩/୮: ଆମେରିକା ସଭାର ସଭାପତି ନାନସି ପେଲୋସିଙ୍କ ତାଇୱାନ ଗସ୍ତ ଚୀନ୍ ପାଇଁ ବଡ଼ ସମସ୍ୟା ସୃଷ୍ଟି କରିଛି । ଏହା ଆଗାମୀ ଦିନରେ ଏକ ଯୁଦ୍ଧର ରୂପ ନେବ ବୋଲି ଆଶଙ୍କା କରାଯାଉଛି । ତାଇଓ୍ବାନ ଚାରିପଟେ ଚୀନ ନିଜର ସାମରିକ ଶକ୍ତି ପ୍ରଦର୍ଶନ ଆରମ୍ଭ କରିଦେଇଛି । ତାଇଓ୍ବାନ ମଧ୍ୟ ନିଜର ସେନାକୁ ପ୍ରସ୍ତୁତ ରଖିଛି ।
ତାଇଓ୍ବାନ ପୂର୍ବରୁ ଚୀନର କ୍ବିଙ୍ଗ ରାଜବଂଶ ଦ୍ବାରା ଶାସିତ ହେଉଥିଲା । ୧୮୯୫ରେ ହୋଇଥିବା ଚୀନ-ଜାପାନ ଯୁଦ୍ଧରେ ଜାପାନ ବିଜୟୀ ହେବା ସହ ତାଇଓ୍ବାନକୁ ଅଧିକାର କରିଥିଲା । ଏହା ପରେ ଜାପାନ ବେଶ କିଛି ବର୍ଷ ଧରି ତାଇଓ୍ବାନକୁ ଶାସନ କରିଥିଲା ଓ ଏହାକୁ ଏକ ସାମରିକ ଘାଟିରେ ପରିଣତ କରିଥିଲା । ୧୯୪୫ରେ ଦ୍ବିତୀୟ ବିଶ୍ବଯୁଦ୍ଧରେ ଜାପାନର ପରାଜୟ ପରେ ତାଇଓ୍ବାନ ପୁଣି ଚୀନ ଅଧିନକୁ ଆସିଥିଲା । କୁମିଙ୍ଗଟାଙ୍ଗ(କେଏମଟି)ଙ୍କ ନେତୃତ୍ବରେ ରିପବ୍ଲିକ ଅଫ ଚାଇନା ତାଇଓ୍ବାନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ । ତେବେ ୧୯୪୯ରେ ଚୀନରେ ହୋଇଥିବା ଗୃହଯୁଦ୍ଧରେ କମ୍ୟୁନିଷ୍ଟ ଦଳ ବିଜୟୀ ହୋଇଥିଲା, ଫଳରେ କେଏମଟିଙ୍କ ନେତୃତ୍ବରେ ରିପବ୍ଲିକ ଅଫ ଚାଇନା (ଆରଓସି) ଦଳ ତାଇଓ୍ବାନକୁ ପଳାଇ ତାହାକୁ ଏକ ସ୍ବତନ୍ତ୍ର ଦେଶ ଘୋଷଣା କଲା । ୧୯୮୦ ଦଶକରେ ତାଇଓ୍ବାନ ଏକ ଗଣତନ୍ତ୍ରରେ ପରିଣତ ହେଲା ଓ ୧୯୯୬ରେ ସେଠାରେ ପ୍ରଥମ ରାଷ୍ଟ୍ରପତି ନିର୍ବାଚନ ହେଲା ।
ଅନ୍ୟପକ୍ଷରେ ଚୀନକୁ ଏବେ ବି ଶାସନ କରୁଥିବା କମ୍ୟୁନିଷ୍ଟ ପାର୍ଟି ତାଇଓ୍ବାନକୁ ଚୀନର ଅଂଚଳ ବୋଲି କହୁଛି । ଦିନେ ନା ଦିନେ ଏହାକୁ ଅଧିକାର କରି ମୂଳ ଭୂଖଣ୍ଡରେ ମିଶାଇବାକୁ ଚୀନ ଲକ୍ଷ୍ୟ ରଖିଛି ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930