Indus Valley Times

କିଣା ଦରଠୁ ଚଢା ଦାମ୍‌ରେ ବିକ୍ରି ହେଉଥିଲା ମଦ, ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍

 Breaking News

କିଣା ଦରଠୁ ଚଢା ଦାମ୍‌ରେ ବିକ୍ରି ହେଉଥିଲା ମଦ, ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍

କିଣା ଦରଠୁ ଚଢା ଦାମ୍‌ରେ ବିକ୍ରି ହେଉଥିଲା ମଦ, ଦୋକାନୀଙ୍କୁ ୨୦ ଲକ୍ଷର ଫାଇନ୍
November 02
11:45 2023

ବାରଙ୍ଗ,୨/୧୧: ମହଙ୍ଗା ପଡ଼ିଲା ଚଢ଼ା ଦରରେ ମଦବିକ୍ରି କରିବା। ବୋତଲ ପ୍ରତି ୧୦ ଟଙ୍କା ଅଧିକ ନେଇ ୨୦ ଲକ୍ଷ ଟଙ୍କାର ତଣ୍ଡ ଗଣିଲେ ମଦ ଦୋକାନୀ। ଏହା ସହ ଦୋକାନକୁ ସିଲ୍ କରିଛି ଅବକାରୀ ବିଭାଗ। ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ରାମଦାସପୁର ଅଞ୍ଚଳରେ।
କିଛି ଦିନ ତଳେ ରାମଦାସପୁର ଅଞ୍ଚଳରେରେ ଥିବା ମଦ ଦୋକାନୀ ବୋତଲରେ ଯେତିକି ଗଜଚ ରହିଛି ତା’ ଠାରୁ ୧୦ ଟଙ୍କା ଅଧିକରେ ଲୋକମାନଙ୍କୁ ମଦ ବିକ୍ର କରୁଥିଲା। ଲୋକମାନେ ମଧ୍ୟ ୧୦ଟଙ୍କା ଅଧିକ ଦେଇ ମଦ କିଣିଥିଲେ।
ପରେ କଟକ ସିଡିଏ ଅଞ୍ଚଳର କିଛି ଗ୍ରାହକ ଏନେଇ କଟକ ଖାଉଟି ଅଦାଲତରେ ଦ୍ୱାରସ୍ଥ ହୋଇଥିଲେ। ଖାଉଟି ଅଦାଲତ ଘଟଣାର ତଦନ୍ତ କରି ଉକ୍ତ ଦୋକାନୀଙ୍କୁ ୨୦ ଲକ୍ଷ ଟଙ୍କାର ଜୋରିମାନା କରିଥିଲେ। ଏହା ସହିତ କଟକ ଜିଲ୍ଲା ଅବକାରୀ ବିଭାଗ ଦୋକାନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି।
କଟକ ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲ କହିଛନ୍ତି, ବିଗତ ଦିନ ମାନଙ୍କର ଏପରି ଘଟଣା ଯେଉଁଠି ହେବ ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହି ଦୋକାନ ଉପରେ ଜୋରିମାନା କରାଯିବ। ଏହାସହ ସେହି ଦୋକାନୀ ନାଁରେ ମାମଲା ରୁଜୁ କରାଯିବ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031