Indus Valley Times

କୁନି ଝିଅ ଆଦ୍ୟାସାର ସାହାରା ବନିଛି ଅନନ୍ୟା ଫାଉଣ୍ଡେସନ

 Breaking News

କୁନି ଝିଅ ଆଦ୍ୟାସାର ସାହାରା ବନିଛି ଅନନ୍ୟା ଫାଉଣ୍ଡେସନ

କୁନି ଝିଅ ଆଦ୍ୟାସାର ସାହାରା ବନିଛି ଅନନ୍ୟା ଫାଉଣ୍ଡେସନ
August 03
19:19 2021

କିଶୋର ମହାପାତ୍ରଙ୍କ ରିପୋର୍ଟ

ନୟାଗଡ଼, ୩/୮ : ଅନନ୍ୟା ଫାଉଣ୍ଡେସନ ତରଫରୁ ପ୍ରତି ମାସ ଭଳି ଏ ମାସରେ ମଧ୍ୟ ଅନନ୍ୟା ଫାଉଣ୍ଡେସନର ପୋଷ୍ୟ ସନ୍ତାନ କୁନି ଝିଅ ଆଦ୍ୟାସା ପାଖରେ ପହଞ୍ଚିଲା ମାସକର ଖାଦ୍ୟ ଓ ଔଷଧ। ସୂଚନାଯୋଗ୍ୟ ଯେ ମାଳିସର କୁନି ଝିଅ ଆଦ୍ୟାସା ପାଇଁ ପ୍ରତି ମାସରେ ମାସକର ପୃଷ୍ଟିକର ଶିଶୁ ଖାଦ୍ୟ ଓ ଆବଶ୍ୟକ ଅନୁସାରେ ଔଷଧ ପହଞ୍ଚୁଛି।
ମାଳିସର କୁନି ଝିଅ ଆଦ୍ୟାସା ବ୍ରେନ ଇନଫେକ୍ସନରେ ପୀଡ଼ିତ। ପୂର୍ବରୁ ଅନନ୍ୟା ଫାଉଣ୍ଡେସନ ତରଫରୁ ଚିକିତ୍ସା ପାଇଁ aiims ନିଆ ଯାଇଥିଲା। ଏବେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ଜାରି ରହିଛି। କୁନି ଝିଅର ଏଭଳି ରୋଗ ଦେଖି ତାର ଜନ୍ମ କଲା ମା’ ବାପା ପାଖରେ ଝିଅକୁ ଛାଡ଼ି ଦେଇ ତାର ବାପଘରକୁ ଚାଲି ଯାଇଛି।
ତେଣୁ ମା ବିନା ଦେଢ଼ ବର୍ଷର କୁନି ଝିଅର ଚିକିତ୍ସାରେ ବାଧକ ଉପୁଜୁଚି। ବାପା ଅଣ୍ଟା ଜନିତ ରୋଗରେ ଶିକାର ହୋଇ ଥିବାରୁ କେଉଁ ଆଡେ କାମକୁ ଯାଇ ପାରୁନି।
ତେଣୁ ଅନନ୍ୟା ଫାଉଣ୍ଡେସନ କୁନି ଝିଅକୁ ନିଜର ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ପ୍ରତି ମାସରେ ଶିଶୁ ଖାଦ୍ୟ ଓ ଔଷଧ ଯୋଗାଉଛି। ଏ ମାସରେ ଅନନ୍ୟା ଫାଉଣ୍ଡେସନର ସଦସ୍ୟ ଜୀବନ ଜ୍ୟୋତି କୁନି ଝିଅ ପାଖରେ ପହଁଚି ଖାଦ୍ୟ ପ୍ରଦାନ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031