Indus Valley Times

କେନାଲକୁ ଖସିଲା ବରଯାତ୍ରୀ ଗାଡି, ୬ ମୃତ

 Breaking News

କେନାଲକୁ ଖସିଲା ବରଯାତ୍ରୀ ଗାଡି, ୬ ମୃତ

March 31
08:19 2023

ସମ୍ବଲପୁର,୩୧/୩: ଭୋଜି ଖାଇ ଫେରିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା। ରାତିର ଅନ୍ଧକାରରେ ଏକ କେନାଲକୁ ବର ଯାତ୍ରୀ ଗାଡ଼ି ଖସି ପଡ଼ିବାରୁ ଅକାଳରେ ଚାଲି ଗଲା ୬ ଜୀବନ ।
ଏହି ଦୁର୍ଘଟଣାରେ ୨ ଜଣ ଗୁରୁତର ହୋଇଛନ୍ତି। ଏପରି ଏକ ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ସମ୍ବଲପୁର ଜିଲ୍ଲା ଶାସନ କେନାଲ ନିକଟରେ ଘଟିଛି। ସମସ୍ତ ମୃତାହତ ଝାରସୁଗୁଡ଼ା ଲଖନପୁର ବ୍ଲକ ବଡ଼ଧରା ଗାଁର ବୋଲି ସୂଚନା ମିଳିଛି।
ବଡ଼ଧରା ଗାଁର ଜଣେ ଯୁବକଙ୍କର ପରମାଣୁପୁରର ଜଣେ ଯୁବତୀଙ୍କ ସହ ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଏକ କାର୍ ଯୋଗେ ୧୧ ଜଣ ବର ଯାତ୍ରୀ ପରମାଣୁପୁରକୁ ଯାଇଥିଲେ।
ସେମାନେ ଭୋଜି ଖାଇ ରାତି ପ୍ରାୟ ୧ଟା ପରେ ଘରକୁ ଫେରୁଥିଲେ। ମାତ୍ର ଶାସନ କେନାଲ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ କେନାଲ ଭିତରକୁ ଖସି ପଡ଼ିଥିଲା।
ଉକ୍ତ ସମୟରେ ଗାଡ଼ି ଆଗରେ ଥିବା ୩ ଜଣ ପାଣିରୁ ବାହାରି ଆସିଥିବା ବେଳେ ଅନ୍ୟମାନେ ବାହାରି ପାରି ନ ଥିଲେ। ବହୁ ସମୟ ପରେ ସ୍ଥାନୀୟ ଲୋକେ ପହଞ୍ଚି ଗାଡ଼ିରେ ଫସିଥିବା ଅନ୍ୟମାନଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ୬ ଜଣଙ୍କୁ ମୃତ ଘୋଷଣା କରିଥିଲେ। ବର ଯାତ୍ରୀ ଗାଡ଼ି ଚଳାଉଥିବା ଡ୍ରାଇଭରଙ୍କ ପତ୍ତା ମିଳିପାରିନି।
ଖବର ପାଇ ପୁଲିସ୍ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ମଧ୍ୟରେ ୨ ଭାଇ ଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ପରମାଣୁପୁର ଗାଁରେ ଶୋକର ଛାୟା ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

October 2024
M T W T F S S
 123456
78910111213
14151617181920
21222324252627
28293031