Indus Valley Times

କେନ୍ଦୁଝର: ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର

 Breaking News

କେନ୍ଦୁଝର: ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର

କେନ୍ଦୁଝର: ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର
March 20
15:42 2022

କେନ୍ଦୁଝର,୨୦/୩: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ ଦୁଃଖଦ ଘଟଣା ଘଟିଛି। ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ରବିବାର ସକାଳେ ରାସ୍ତାକଡ଼ରେ ଥିବା ପିଚୁ କଡ଼େଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ସେମାନେ ପିଚୁ କଡ଼େଇରେ ପଡ଼ି ଯାଇଥିଲେ।
ଆଉ ଜଣେ ପିଲା ସେମାନଙ୍କୁ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ପଡ଼ିଯାଇଥିଲେ। ଗାଁ ଲୋକେ କିରୋସିନ ଢ଼ାଳି ପିଲାମାନଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଠିକାଦାର କାମ ସାରିବା ପରେ ପିଚୁ କଡ଼େଇକୁ ଢାଙ୍କି ନଥିଲା। ଫଳରେ ପିଲାମାନେ ପିଚୁ କଡ଼େଇରେ ପଡ଼ିଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930