Indus Valley Times

କେନ୍ଦ୍ରାପଡା : ପାରିବାରିକ କଳହରୁ ଆତ୍ମହତ୍ୟା କଲେ ସମିତି ସଭ୍ୟା

 Breaking News

କେନ୍ଦ୍ରାପଡା : ପାରିବାରିକ କଳହରୁ ଆତ୍ମହତ୍ୟା କଲେ ସମିତି ସଭ୍ୟା

December 03
11:43 2022

କେନ୍ଦ୍ରାପଡା,୩/୧୨: ପାରିବାରିକ କଳହରୁ ଆତ୍ମହତ୍ୟା କଲେ ସମିତି ସଭ୍ୟା। ନିଜ ଘର ଫ୍ୟାନରୁ ମିଳିଲା ଝୁଲନ୍ତା ମୃତଦେହ। ଏପରି ଘଟଣା କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଦୁମୁକା ପଞ୍ଚାୟତରେ ଘଟିଥିବା ବେଳେ ମୃତା ସମିତିସଭ୍ୟାଜଣକ ହେଉଛନ୍ତି ଗୀତା ପ୍ରଧାନ ।
ଗତକାଲି ରାତିରେ ସ୍ୱାମୀ ଓ ୫ ବର୍ଷର ଝିଅ ସହ ନିଜ ରୁମ୍ରେ ଶୋଇଥିଲେ ଗୀତା । ଆଜି ସକାଳେ ଉଭୟ ବାପଝିଅ ଉଠି ଯାଇଥିବା ବେଳେ ଗୀତା କବାଟ ଦେଇଥିଲେ। ଦୀର୍ଘ ସମୟ ପର‌୍ୟ୍ୟନ୍ତ ସେ କବାଟ ନ ଖୋଲିବାରୁ ପରିବାର ଲୋକଙ୍କର ସନ୍ଦେହ ହୋଇଥିଲା ସେମାନେ କବାଟ ବାଡ଼େଇବା ସତ୍ତ୍ୱେ କୌଣସି ଉତ୍ତର ମିଳି ନ ଥିଲା। ଫଳରେ ସେମାନେ କବାଟ ଭାଙ୍ଗି ଗୀତାଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିବାକୁ ପାଇଲେ।
ତୁରନ୍ତ ତାଙ୍କୁ ନିକଟସ୍ଥ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କ ମୃତ ଘୋଷଣା କଲେ। ଖବରପାଇ ମାର୍ଶାଘାଇ ପୁଲିସ ଗୀତାଙ୍କ ଘରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି ।
ଗୀତାଙ୍କ ଘରେ ସବୁବେଳେ ପାରିବାରିକ କଳହ ଲାଗି ରହୁଥିବା ବେଳେ ଗତକାଲି ରାତିରେ ବି କୌଣସି କାରଣକୁ ନେଇ ଝଗଡ଼ା ହୋଇଥିଲା। ଏଥିଯୋଗୁ ଗୀତା ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ତେବେ ଏନେଇ ତାଙ୍କ ସ୍ୱାମୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି।
ସୂଚନାଯୋଗ୍ୟ, ଗୀତାଙ୍କ ଘର ଅଙ୍ଗୁଳାଇ ପଞ୍ଚାୟତର ମାଟିଆ ସାହିରେ ହୋଇଥିବା ବେଳେ ସେ ଦୁମୁକା ପଞ୍ଚାୟତର ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30