Legatus

କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପ୍ରବନ୍ଧନ ସମିତି ବୈଠକ

 Breaking News

କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧ ପ୍ରବନ୍ଧନ ସମିତି ବୈଠକ

August 08
20:21 2023

ବୌଦ୍ଧ,୮/୮ : ମଙ୍ଗଳବାର କେନ୍ଦ୍ରୀୟ ବିଦ୍ୟାଳୟ ବୌଦ୍ଧର ପୁସ୍ତକାଳୟ କକ୍ଷରେ ବିଦ୍ୟାଳୟ ପ୍ରବନ୍ଧନ ସମିତିର ଚଳିତ ଶିକ୍ଷା ବର୍ଷର ପ୍ରଥମ ବୈଠକ ବୌଦ୍ଧ ଜିଲ୍ଲାପାଳ ତଥା ବିଦ୍ୟାଳୟ ପ୍ରବନ୍ଧନ ସମିତି ଅଧ୍ୟକ୍ଷ ଶ୍ରୀଯୁକ୍ତ ନୃସିଂହ ଚରଣ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଦରିଦ୍ର ଭଞ୍ଜନ ମଦନ ମୋହନ ପାତ୍ର, ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧକାରୀ ଶ୍ରୀଯୁକ୍ତ ଜୟକୃଷ୍ଣ ମିଶ୍ର, ଜବାହାର ନବୋଦୟ ବିଦ୍ୟାଳୟର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସୁରେଶ କୁମାର ସାହୁ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଘନଶ୍ୟାମ ମେହେରଉପସ୍ଥିତ ଥିଲେ ।
ବୈଠକ ପ୍ରାରମ୍ଭରେ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ବାଳ ସମିତି ସଦସ୍ୟ ମାନଙ୍କୁ ସ୍ବାଗତ କରିବା ସହ ବିଗତ ପ୍ରବନ୍ଧନ ସମିତି ବୈଠକ ବିବରଣୀ ଆଲୋଚନା କରିବାସହ ପୂର୍ବ ଶିକ୍ଷା ବର୍ଷରେ ସି.ବି.ଏସ୍.ଇ ବୋର୍ଡ ପରୀକ୍ଷାରେ ଦଶମ ଓ ଦ୍ବାଦଶ ଶ୍ରେଣୀର ଉତ୍ତମ ସଫଳତା ଆଲୋକପାତ କରିଥିଲେ ।
ବୈଠକରେ ବିଦ୍ୟାଳୟ ଖେଳ ପଡିଆର ଉନ୍ନତ୍ତି କରଣ, ବିଦ୍ୟାଳୟ ସମ୍ମୁଖଭାଗ ସ୍ବଚ୍ଛତା, ବନ୍ୟା କ୍ଷତିଗ୍ରସ୍ଥ ବିଦ୍ୟାଳୟ ପାଚେରୀ କଡରେ ବନ୍ୟାରୋଧି କଂକ୍ରିଟ ସ୍ଲାବ ନିର୍ମାଣ, ୧୧ କେ.ଭି ବିଦ୍ୟୁତ ଲାଇନ୍ ର ସ୍ଥାନାନ୍ତରଣ, ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ଦ୍ବାରା ଓଡିଆ ବହି ଯୋଗାଣ ପ୍ରଭୃତି ପ୍ରସ୍ତାବ ଗୁଡିକ ଉପରେ ଆଲୋଚନା ହୋଇଥିଲା ।
ବିଦ୍ୟାଳୟ ସମିତି ଅଧ୍ୟକ୍ଷ ପ୍ରସ୍ତାବ ଗୁଡିକ ସମ୍ବନ୍ଧରେ ଆଲୋଚନା କରିସଂପୃକ୍ତ ବିଭାଗ ଗୁଡିକୁ ନିର୍ଦେଶ ଦେବାପାଇଁ ପ୍ରତିଶୃତି ଦେଇଥିଲେ ।
ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ତଥା ଜିଲ୍ଲା ଜନସ୍ବାସ୍ଥ୍ୟ ଅଧକାରୀ ଛାତ୍ର ଛାତ୍ରୀଙ୍କ ଲିଖନ ଅଭ୍ୟାସ ଉନ୍ନତ୍ତି ଓ କ୍ୟାରିୟର କାଉନସେଲିଂର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରି ତାହାର କାର୍ଯ୍ୟକାରିତା ଉପରେ ପ୍ରସ୍ତାବ ଦେଇଥିଲେ ।
ଅଭିଭାବକ ସଦସ୍ୟା ଶ୍ରୀମତୀ ଶୁଭ୍ରସ୍ମିତା ଶ୍ରେଣୀ କକ୍ଷରେ ସହଶୈକ୍ଷିକ କାର୍ଯ୍ୟକ୍ରମ ସମ୍ବନ୍ଧରେ ପ୍ରସ୍ତାବ ଦେଇଥିଲେ । ଅଭିଭାବକ ସଦସ୍ୟ ଶ୍ରୀଯୁକ୍ତ ମୀନକେତନ ଦାସ ଛାତ୍ର ଛାତ୍ରୀଙ୍କ ମାନସିକ ସ୍ବାସ୍ଥ୍ୟର ଉନ୍ନତ୍ତି ନିମିତ୍ତ ଅଧ୍ୟାତ୍ମବୋଧ ଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ପରିଶେଷରେ ବିଦ୍ୟାଳୟ ଭାରପ୍ରାପ୍ତ ଅଧ୍ୟକ୍ଷା ଶ୍ରୀମତୀ ରାଜଲକ୍ଷ୍ମୀ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିବା ସହ ବୈଠକର ପରିସମାପ୍ତି ହୋଇଥିଲା।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930