Indus Valley Times

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍ଏଚ୍ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ

 Breaking News

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍ଏଚ୍ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ

କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଏନ୍ଏଚ୍ ୫୫ କାମ ତୁରନ୍ତ ସାରିବାକୁ ଅନୁରୋଧ
March 25
14:00 2023

ଭୁବନେଶ୍ବର,୨୫/୩: କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ଏହି ଚିଠିରେ ଉଦବେଗ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ୨୦୧୭ରୁ ଜାତୀୟ ରାଜପଥ ୫୫ର କାମ ଜାତୀୟ ରାଜପଥ ପ୍ରାଧିକରଣ କରୁଛି। ଇତିମଧ୍ୟରେ ୫ ବର୍ଷ ବିତି ଯାଇଥିଲେ ମଧ୍ୟ ଏ କାର୍ଯ୍ୟ ସରୁନି। ଜାତୀୟ ରାଜପଥ ୫୫ ପଶ୍ଚିମ ଓଡ଼ିଶାର ଜୀବନରେଖା।
ଲକ୍ଷ ଲକ୍ଷ ଲୋକ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି। ଦୁଇ ବର୍ଷ ମଧ୍ୟରେ ଏହି ଜାତୀୟ ରାଜପଥରେ ୩୯୯ଟି ଦୁର୍ଘଟଣା ଘଟିଛି। ସେଥିରେ ୧୯୬ ଜଣଙ୍କର ଜୀବନ ଯାଇଛି।
ଏହି କାରଣରୁ କଟକ-ଅନୁଗୁଳ-ସମ୍ବଲପୁର ଜାତୀୟ ରାଜପଥ ୫୫ର କାମରେ ହସ୍ତକ୍ଷେପ କରି ଏ ରାସ୍ତା କାମ ତୁରନ୍ତ ସାରିବା ପାଇଁ କେନ୍ଦ୍ର ପରିବହନ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଚିଠି ଲେଖି ଅନୁରୋଧ କରିଛନ୍ତି।
ଉଲ୍ଲେଖଯୋଗ୍ୟ, କଟକ ଜିଲ୍ଲାର ମଙ୍ଗୁଳିଠାରୁ ଆରମ୍ଭ ହୋଇ ସମ୍ବଲପୁର ଯାଏ ଲମ୍ବିଥିବା ୫୫ ନଂ ଜାତୀୟ ରାଜପଥ ନିର୍ମାଣ କାମକୁ ତ୍ବରାନ୍ବିତ କରିବା ପାଇଁ ୨୬୫ କିଲୋମିଟର ବ୍ୟାପ୍ତ ରାସ୍ତାକୁ ୩ ଭାଗରେ ବିଭକ୍ତ କରାଯାଇଛି।
କଟକରୁ ଅନୁଗୁଳ ଯାଏ ଲମ୍ବିଥିବା ପ୍ରାୟ ୧୧୨ କିଲୋମିଟର ରାସ୍ତାକୁ ପ୍ୟାକେଜ୍-୧(୦.୪୦୦କିମିରୁ ୬୦.୨୦୦କିମି) ଓ ପ୍ୟାକେଜ୍-୨(୬୦.୨୦୦କିମିରୁ ୧୧୨କିମି) ନାମରେ ଦୁଇଟି ସେକ୍ସନ୍ କରାଗଲା।
୧୧୨କିମିରୁ ୨୬୫କିମି ଯାଏ(ଅନୁଗୁଳରୁ ସମ୍ବଲପୁର)କୁ ପ୍ୟାକେଜ୍-୩ରେ ରଖି ପୂରା ରାସ୍ତାକୁ ତିନି ଭାଗ କରାଯାଇଛି।
ପ୍ୟାକେଜ୍-୧ କାମ ଆରମ୍ଭ ହୋଇଥିଲା ୨୦୧୮ମସିହା ଜାନୁଆରି ୧୯ରେ।
ଟେଣ୍ଡର୍ ନେଇଥିବା ସଂସ୍ଥାକୁ ଦିଆଯାଇଥିଲା ପ୍ରାୟ ଅଢ଼େଇ ବର୍ଷର ସମୟ। ୨୦୨୦ମସିହା ଜୁଲାଇ ୧୭ତାରିଖ ସୁଦ୍ଧା ପ୍ୟାକେଜ୍-୧ର କାମ ସମ୍ପୂର୍ଣ୍ଣ କରିବାକୁ ସଂସ୍ଥା ସହିତ ଚୁକ୍ତିନାମା କରାଯାଇଥିଲା। ୨୦୨୩ ମସିହା ଜୁନ୍ ୩୦ ସୁଦ୍ଧା ବାକି କାମ ସରିଯିବ ବୋଲି ସରକାର ଆଶା କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031