Indus Valley Times

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବା ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

 Breaking News

କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବା ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

July 07
18:02 2021

ଭୁବନେଶ୍ୱର, ୭/୭ : ବୁଧବାର କେନ୍ଦ୍ର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବା ପୂର୍ବରୁ ଇସ୍ତଫା ଦେଲେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।
ଏମଏସଏମଇ ଓ ପଶୁ ସମ୍ପଦ ରାଷ୍ଟମନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଉଥିବା ବେଳେ ବୁଧବାର କ୍ୟାବିନେଟ୍ ସଂପ୍ରସାରଣ ପୂର୍ବରୁ ଇସ୍ତଫା ଦେଇଛନ୍ତି ପ୍ରତାପ ଷଡ଼ଙ୍ଗୀ ।
ପିଏମଓରୁ କଲ ଆସିବା ପରେ ପ୍ରତାପ ଷଡ଼ଙ୍ଗୀ ଇସ୍ତଫା ଦେଇଥିବା ସୂଚନା ମିଳିଛି । ତେବେ ଆଜି ମୋଦିଙ୍କ ପୁରା ଟିମ୍ ବଦଳିବାକୁ ଯାଉଛି ଏବଂ ଏହା ପୂର୍ବରୁ ଜଣଙ୍କ ପରେ ଜଣେ କେନ୍ଦ୍ର ମନ୍ତ୍ରୀ ଇସ୍ତଫା ଦେଉଛନ୍ତି । ଏହି ମନ୍ତ୍ରୀ ମାନଙ୍କ ଯାଗାରେ କିଛି ନୂଆ ମୁହଁ ସାମିଲ ହେବାଚ୍ଚର୍ଚ୍ଚା ଜୋର ଧରିଛି ।
ଏଭଳି ସ୍ଥିତିରେ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ୍ ଓ ବିଶେଶ୍ୱର ଟୁଡୁଙ୍କ ଭଳି ସାଂସଦ ନୂଆ ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇବାକୁ ଯାଉଛନ୍ତି ବୋଲି ସ୍ପଷ୍ଟ ହେଉଛି ।
ଏହାଛଡା ପାଖାପାଖି ୪୩ ଜଣ ଙ୍କୁ ନୂତନ ଭାବରେ ଆଜି ସଂଧ୍ୟାରେ କେନ୍ଦ୍ରମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ ବୋଲି ସୂଚନା ରହିଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ସଂପ୍ରସାରଣ ଆଜି ସଂଧ୍ୟାରେ ହେବାକୁ ଯାଉଛି ଯାହାକୁ ନେଇ ଏବେଠାରୁ ରାଜନୀତିକ ମାହୋଲ ସରଗରମ ରହିଛି ।।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031