Indus Valley Times

କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ରାଜଧାନୀରୁ ଗିରଫ

 Breaking News

କେବିଏନ୍ ଗ୍ୟାଙ୍ଗର ମୁଖ୍ୟ ବୁବୁ ଜେନା ରାଜଧାନୀରୁ ଗିରଫ

January 28
15:31 2022

ଭୁବନେଶ୍ୱର,୨୮/୧: ୨ ମାସ ପୂର୍ବେ ରାଜଧାନୀ ଛାତି ଉପରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭି ନହିଁ (କେବିଏନ୍) ଗ୍ରୁପ୍ର ମାଷ୍ଟର ମାଇଣ୍ଡ ବୁବୁ ଜେନା ଶେଷରେ ବନ୍ଧା ହୋଇଛି । କେବିଏନ୍ ଗ୍ରୁପ୍ର ୯ ସଦସ୍ୟଙ୍କୁ ପୂର୍ବରୁ କମିଶନରେଟ ପୁଲିସ୍ ବାନ୍ଧି ସାରିଥିବା ବେଳେ ବୁବୁକୁ ଖୋଜିବାକୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିଲେ। ଶେଷରେ ଡେଲ୍ଟା ଅଞ୍ଚଳରୁ ବନ୍ଧା ହୋଇଛି ବୁବୁ। ତା’ ପାଖରୁ ଏକ ଖଣ୍ଡା ମଧ୍ୟ ଜବତ ହୋଇଛି ।
କିଛି ମାସ ପୂର୍ବେ ରାଜଧାନୀର ରାଜରାସ୍ତାରେ ଖଣ୍ଡା ବୁଲାଇ ଆତଙ୍କରାଜ ସୃଷ୍ଟି କରିଥିଲେ କେବିଏନ୍ ଗ୍ରୁପର ସଦସ୍ୟ। ଏପରିକି ଭୟାନକ ଭିଡିଓ କରି ସୋଶାଲ ମିଡିଆରେ ଗୋଟିଏ ପରେ ଗୋଟିଏ ଛାଡ଼ିବା ପରେ ଏମାନଙ୍କୁ ଖୋଜିବା ଆରମ୍ଭ କରିଥିଲା ପୁଲିସ୍।
କେତେବେଳେ ରାଜରାସ୍ତାରେ ଗାଡ଼ି ରଖି ଫିଲ୍ମି ଷ୍ଟାଇଲ୍ରେ ତା’ ଉପରେ ମସ୍ତି କରୁଥିଲେ, ତ କେତେବେଳେ ରାସ୍ତା ଉପରେ ବାର୍ଥ ଡେ ପାର୍ଟି କରି ଭିଡିଓ ଭାଇରାଲ କରୁଥିଲେ । ଏପରିକି ବିଳମ୍ବିତ ରାତିରେ ରାଜଧାନୀର ରାଜରାସ୍ତାକୁ ନିଜ କବଜାକୁ ନେଇ ଯାଉଥିଲେ। ଏପରି ଭିଡିଓ ଭାଇରାଲ ହେବା ପରେ ଖୁବ୍ ଆତଙ୍କିତ ହୋଇ ପଡ଼ିଥିଲେ ରାଜଧାନୀବାସୀ।
ଏହାପରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପୁଲିସ୍ ଗ୍ରୁପ୍ର ୯ ସଦସ୍ୟଙ୍କୁ ନିଜ ହେପାଜନକୁ ନେଇଥିବା ବେଳେ ମୁଖିଆ ବୁବୁକୁ ଖୋଜିବାକୁ ଆରମ୍ଭ କରିଥିଲା ଅଭିଯାନ । ଶେଷରେ ଦୀର୍ଘ ୨ ମାସ ପରେ ପୁଲିସ୍ ହାତରେ ଧରା ପଡ଼ିଛି ବୁବୁ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031