କେମିତି ମୁକୁଳିବ ଓଡିଶା ଦାରିଦ୍ର୍ୟର ଅଭିଷାପର ନାଗଫାଶରୁ
ସ୍ୱାଗତିକା ଭୂତିଆଙ୍କ ରିପୋର୍ଟ
ଦାରିଦ୍ର୍ୟର କଷାଘାତରେ ପେଷି ହେଉଥିବା ମଣିଷ ହିଁ ଅନୁଭବ କରିପାରିବ ଯେ ଦାରିଦ୍ୟ୍ରତା ଏକ ଅଭିଷାପ ବୋଲି । ଦାରିଦ୍ର୍ୟତା ସେତେବେଳେ କୁହାଯିବ ଯେତେବେଳେ ମଣିଷ ଦୁଇ ମୁଠା ଖାଦ୍ୟ ଏବଂ ବସ୍ତ୍ର ପାଇଁ ଅହରହ ସଂଘର୍ଷ କରୁଥିବ । ଖାଲି ସେତିକି ନୁହେଁ ଦାରିଦ୍ର୍ୟତା ଖାଲି ଅର୍ଥନୈତିକ ସମସ୍ୟା ହୋଇନଥାଏ ଏହା ଏକ ସାମାଜିକ ସମସ୍ୟା ମଧ୍ୟ ।
ଓଡ଼ିଶା ପରିପ୍ରେକ୍ଷୀରେ ଦେଖିଲେ ଆଜି ବି ଏକ ଚାଷୀ ପରିବାରର ସଦସ୍ୟଙ୍କ ଦୈନିକ ଆୟ ୧୩ ଟଙ୍କା ତଳେ ରହିଛି । ଯାହାକି ସେମାନଙ୍କ ପରିବାର ପରିପୋଷଣ ପାଇଁ କାଠିକର ପାଠ ହୋଇପଡୁଛି ।
ଓଡ଼ିଶାର ଉନ୍ନତି ଏକ ଉଚ୍ଚ ଶିଖରରେ ପହଁଂଚି ବୋଲି ରାଜ୍ୟ ସରକାର ଯେଉଁ ବାହାସ୍ପଟ ମାରୁଛନ୍ତି ତାହା କେତେ ସତ ତାହା ନୀତି ଆୟୋଗର ସଦ୍ୟ ପ୍ରକାଶିତ ମଲ୍ଟି ପଭର୍ଟି ଡାଇମେନସନ ଇଂଡେକ୍ସ (ଏମ୍ପିଆଇ) ବା ବହୁମୁଖୀ ଦାରିଦ୍ର୍ୟ ରିପୋର୍ଟରେ ପ୍ରମାଣିତ ହୋଇଛି । ଏମ୍ପିଆଇ ରିପୋର୍ଟରେ ଦର୍ଶାଯାଇଛି ଯେ ଓଡ଼ିଶା ଭାରତର ଗରିବ ରାଜ୍ୟ ମଧ୍ୟରେ ତଳ ଆଡୁ ୫ ନମ୍ବରହିଛି । ଯାହାକି ଓଡ଼ିଶାର ଦାରିଦ୍ର୍ୟତା ୨୯.୩୫ ପ୍ରତିଶତ ରହିଛି ।
ଦକ୍ଷିଶ ଓଡ଼ିଶାର ଦାରିଦ୍ର୍ୟତା ସ୍ଥିତି ଅନ୍ୟ ଜିଲ୍ଲା ଗୁଡିକ ଅପେକ୍ଷା ଯଥେଷ୍ଟ ଅଧିକା ରହିଛି ।
ନବରଙ୍ଗପୁରର ଦାରିଦ୍ର୍ୟ ହାର ୫୯.୩୨ ପ୍ରତିଶତ । ସେହିଭଳି ମାଲକାନଗିରିରେ ୫୮.୭୧ପ୍ରତିଶତ ରହିଛି । ରାୟଗଡା ୪୮.୧୪ ପ୍ରତିଶତ ଏବଂ କୋରାପୁଟରେ ୫୧.୪ ପ୍ରତିଶତ ରହିଛି ।
ପଶ୍ଚିମ ଜିଲ୍ଲାର କୋରାପୁଟର ସ୍ଥିତି ଚିନ୍ତାଜନକ ରହିଛି । ସେଠାକାର ଦାରିଦ୍ର୍ୟତା ହାର ୪୮.୧୪ ପ୍ରତିଶତ ରହିଛି । ସେହିଭଳି ରାଜ୍ୟର ମଧ୍ୟ ଜିଲ୍ଲା କନ୍ଧମାଳ ୪୪.୭୫ ପ୍ରତିଶତ ରହିଛି ।
ଆଦିବାସୀ ବହୁଳ ଜିଲ୍ଲା ମୟୁରଭଞ୍ଜ ଦାରିଦ୍ର୍ୟତା ହାର ୪୪.୯୦ ପ୍ରତିଶତ ରହିଛି । ସେହିଭଳି ଖଣିଜ ସମ୍ପଦରେ ଭରପୁର ଥିବା କେନ୍ଦୁଝର ଜିଲ୍ଲାର ଦାରିଦ୍ର୍ୟତା ହାର ଆଶ୍ଚର୍ଯ୍ୟ କଲା ଭଳି ରହିଛି । ସେଠାକାର ଦାରିଦ୍ର୍ୟ ହାର ୪୧.୭୮ ପ୍ରତିଶତ ରହିଛି । କେନ୍ଦୁଝର ଜିଲ୍ଲାର ଏକ ଖଣି ସମ୍ପଦ ଜିଲ୍ଲା ହୋଇକି ବି ସେଠାକାର ଲୋକମାନେ ଦାରିଦ୍ର୍ୟତାର ସହ ସଂଘର୍ଷ କରୁଛିନ୍ତି ।
ପୁରୀ ଭଳି ଉପକୂଳ ବର୍ତ୍ତି ଜିଲ୍ଲାରେ ଦାରିଦ୍ର୍ୟତାର ହାର ତୁଳାତ୍ମକ ଭାବରେ ବେଶ୍ କମ୍ ରହିଛି । ଏଠାରେ ଦାରିଦ୍ର୍ୟ ହାର ୧୧.୬୪ ପ୍ରତିଶତ ରହିଛି । ଜଗତସିଂହପୁର ଜିଲ୍ଲାରେ ଦାରିଦ୍ର୍ୟ ହାରି ୧୧.୮୩ ପ୍ରତିଶତ ରିହିଥିଲା ବେଳେ ଖୋଦ୍ଦା ଜିଲ୍ଲାରେ ୧୫.୪୯ ପ୍ରତିଶତ ରହିଛି । କଟକରେ ଦାରିଦ୍ର୍ୟ ହାର ୧୬.୬୨ ପ୍ରତିଶତ ଏବଂ ଝାରସୁଗୁଡାରେ ୧୬.୬୨ ପ୍ରତିଶତ ରହିଛି । ରାଜ୍ୟରେ ବାକି ଅନ୍ୟ ୩ ଜିଲ୍ଲାର ୨୦ ପ୍ରତିଶତ ତଳେ ରହୁଛି ଦାରିଦ୍ର୍ୟତାର ହାର ।
ଇିଶେଷଜ୍ଞ ଏବଂ ଆଦିବାସୀଙ୍କ ଉନ୍ନତି ପାଇଁ କାମ କରିଆସୁଥିବା ସମାଜସେବୀ ପ୍ରଫୁଲ କୁମାର ଧଳ କୁହନ୍ତି ରାଜ୍ୟରେ ଅଧିକାଂଶ ଆଦିବାସୀଙ୍କ ଦାରିଦ୍ର୍ୟତାରେ ଜୀବନ ବିତାଉଛନ୍ତି ।
ସରକାରଙ୍କର ସମସ୍ତ ଯୋଜାନା ଗରିବଙ୍କ ପାଇଁ ଥାଇ ସୁଦ୍ଧା ସେମାନଙ୍କ ନିକଟରେ ତା’ର ସୁଫଳ ଠିକ୍ ଭାବରେ ପହଂଚି ପାରୁନାହିଁ ।
ଆଦିବାସୀ ବହୁଳ ଅଂଚଳର ଉନ୍ନତି ପାଇଁ ବହୁଳ ପରିମାଣରେ ଟଙ୍କା ଖର୍ଚ୍ଚ ହେଉଛି । କେବିକେ ଯୋଜନା, ବିଜୁ କେବିକେ ପ୍ଲାନ୍, ପଛ ୁଆ ଅଂଚଳ ବିକାଶ ଯୋଜନା ଇତ୍ୟାଦି କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ଦକ୍ଷିଶ ଓଡ଼ିଶାରେ ଗରିବର ଚିତ୍ର କଛି ପରିବର୍ତ୍ତନ ହୋଇନାହିଁ ।
ରାଜ୍ୟରେ ଗରିବି ନିରାକରଣର ପାଇଁ ସରକାର ଏତେ ସବୁ ଯୋଜନା କାର୍ଯ୍ୟକାରୀ କରୁଥିବା ସତ୍ୱେ ରାଜ୍ୟର ଶ୍ରମୀକମାନେ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି । ବହୁ ସଂଖ୍ୟାରେ ନାରୀମାନେ ମଧ୍ୟ ନିଜର ପରିବାର ଛାଡି ସେମାନେ ବାହାର ରାଜ୍ୟକୁ ଯାଇ ଦାଦନ ଖଟୁଛନ୍ତି । ଏବଂ ଅଧିକାଂଶରେ ଦେଖାଯାଏ ଛୋଟ ଛୋଟ ଝିଅ ଛୁଆଙ୍କୁ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତି ଦଲାଲମାନେ ବୋଲି ଶ୍ରୀ ଧଳ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ସରକାର ଆଗାମୀ ୫ବର୍ଷ ଭିତରେ ୫ ଟ୍ରିଲିଅନ ଡଲାର ବା ପାଂଚ ଲକ୍ଷ କୋଟି ଟଙ୍କାର ଅର୍ଥନୀତି କରିବା ପାଇଁ ସ୍ୱପ୍ନ ଦେଖୁଛନ୍ତି । ହେଲେ ଖଣିଜ ଦ୍ରବ୍ୟ ଏବଂ ପ୍ରାକୃତିକ ସମ୍ପଦ ଅଭାର ଅର୍ଥନୀତି କ୍ଷେତ୍ରରେ ଗୁରୁତ୍ୱପୁର୍ଣ୍ଣ ପ୍ରଭାବ ପକାଇବ ।
ଶ୍ରୀ ଧଳଙ୍କ ଭାଷାରେ ଏହା ଏକ ନିଷ୍ଠୁର ସତ୍ୟ ଯେ ଅନେକ ସମ୍ବଳ ସମୃଦ୍ଧ ଜିଲ୍ଲା ଏବେ ବିକାଶର ସୂଚକାଙ୍କରେ ବହୁତ ପଛରେ ରହିଛନ୍ତି । ଏହାର କାରଣ ଜଳବାୟୁ ପରିବର୍ତନ ଓ ସରକାରୀ ଯୋଜନା ଗୁଡିକର ଅସଫଳ କାର୍ଯ୍ୟକାରିତା । ଆସନ୍ତା ୨୦୩୬ ମସିହାରେ ଓଡିଶା ତା’ର ୧୦୦ ବର୍ଷ ଜନ୍ମ ଜୟନ୍ତୀ ପାଳନ କରିବାକୁ ଯାଉଥିବା ବେଳେ ଏବେଠୁ ଦାରିଦ୍ର୍ୟ ହଟାଇବା ନେଇ ପ୍ରୟାସ କରିବା ଦରକାର ।
ଦାରିଦ୍ୟ ଯୋଗୁ ରାଜ୍ୟର ଉପାନ୍ତ ଅଚଂଳର ଠାରୁ ଆରମ୍ଭ କରି ଉପକୂଳ ଜିଲ୍ଲା ରେ ଛୋଟ ଛୋଟ ଶିଶୁମାନେ ପାଠ ପଢ଼ିପାରୁ ନାହାଁନ୍ତି ବା କୌଣସି କାରଣରୁ ପାଠ ପଢ଼ା ଅଧାରୁ ଛାଡିବାକୁ ପଡୁଛି ।
ଅନେକ ସମୟରେ ଦେଖାଯାଏ ରାଜ୍ୟର କୋଣ ଅନୁକୋଣରୁ ଛୋଟ ଛୋଟ ଶିଶୁମାନେ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଥାନ୍ତି । କିଶୋର ବୟସରୁ ପିଲାମାନେ ବିଭିନ୍ନ ପ୍ରକାର କାମ କରି ତାଙ୍କ ପରିବାର ଭରଣପୋଷଣ କରିନ୍ତି । ଏବେବି ରାଜ୍ୟର ଅନେକ ଗାଁ ରହିଛି ଯେଉଁଠି ଉଚ୍ଚ ଶିକ୍ଷାର ସୁବିଧା ଛାତ୍ରଛାତୀମାନେ ପାଉନାହାଁନ୍ତି । ଶିକ୍ଷା ପାଇଁ ବିଦ୍ୟାଳୟ ଥିଲେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନାହାଁନ୍ତି । ନାକୁ ମାତ୍ର୍ର ସ୍ଲୁଲ ଚାଲୁଛି ।
କରୋନାର ପ୍ରଥମ ଲହରୀ ବେଳେ ଆମେ ସମସ୍ତେ ଦେଖିଛେ ଯେ ଯେତେବେଳେ ବାହାର ରାଜ୍ୟରୁ ଶ୍ରମୀକମାନେ ନିଜ ରାଜ୍ୟକୁ ଫେରୁଥିଲେ ସାଙ୍ଗରେ ଛୋଟ ଛୋଟ ପିଲାମାନଙ୍କୁ ଧରି ଫେରୁଥିଲେ । ସେ ଛାତି ଥରା ଦୃର୍ଶ୍ୟ ହିଁ ବୟାନ କରୁଛି ଓଡ଼ିଶା ରାଜ୍ୟ କେତେ ଅସହାୟ ହୋଇପଡିଛି ଯେ ନିଜ ରାଜ୍ୟର ନାଗରିକ ବାହାର ରାଜ୍ୟକୁ ଦାଦନ ଖଟି ବାକୁ ଯିବାକୁ ପଡୁଛି ।
ଯେତେବେଳେ ଗୋଟେ ଶିଶୁ କୋମଳ ବୟଷରୁ ପାଠପଢ଼ା ଛାଡି ପରିବାରକୁ ଦୁଇମୁଠା ଖାଦ୍ୟ ଦେବା ପାଇଁ ବିଭିନ୍ନ ପ୍ରକାର କଠିନ କାର୍ଯ୍ୟରେ ନିୟୋଜିତ ରହୁଛି, ତା’ର ଭବିଷ୍ୟତ ଆପଣା ଛାଏଁ ଜଳିପୋଡି ଯାଉଛି । ସମାଧିସ୍ଥ ହେଉଛି ତା’ର ସ୍ୱପ୍ନ ।
Title: How Odisha can overcome poverty
Writer Swagatika Bhutia