Indus Valley Times

କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି; ଆଜି କୋଲକାତାରେ ଶବ ବ୍ୟବଚ୍ଛେଦ କରାଯିବ

 Breaking News

କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି; ଆଜି କୋଲକାତାରେ ଶବ ବ୍ୟବଚ୍ଛେଦ କରାଯିବ

କେ.କେ.ଙ୍କ ମୁହଁ ଓ ମୁଣ୍ଡରେ ଆଘାତ ଲାଗିଛି; ଆଜି କୋଲକାତାରେ ଶବ ବ୍ୟବଚ୍ଛେଦ କରାଯିବ
June 01
10:58 2022

ମୁମ୍ବାଇ, ୧/୬: ଆରପାରିରେ ବଲିଉଡର ପ୍ରସିଦ୍ଧ ସିଙ୍ଗର କେ.କେ ଓରଫ କ୍ରିଷ୍ଣକୁମାର କୁନାଥ । ମଙ୍ଗଳବାର କୋଲକାତାରେ ବିବେକାନନ୍ଦ କଲେଜ ଫେଷ୍ଟିଭାଲରେ ଗୀତ ଗାଇବା ବେଳେ ଅସୁସ୍ଥ ଅନୁଭବ କରିଥିଲେ କେ.କେ । ଏହାପରେ ତାଙ୍କୁ କୋଲକାତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କେକେଙ୍କ ପରଲୋକରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି।
ମାତ୍ର ୫୩ ବର୍ଷ ବୟସରେ କେ.କେଙ୍କ ମୃତ୍ୟୁ ପରେ ବଲିଉଡ ସଂଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ୯୦ ଦଶକରେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ କେ.କେ ।
‘ରେହ ନା ହେ ତେରେ ଦିଲ ମେ’ ଫିଲ୍ମର ‘ସଚ କେହରାହା ହେ ଦୀଲ’ ଗୀତ ତାଙ୍କୁ ବଲିଉଡରେ ଦେଇଥିଲା ଭଏସ ଅଫ୍ ଲଭ୍ ର ପରିଚୟ । ଏହାପରେ ବଲିଉଡକୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦେଇ ଚାଲିଥିଲେ ।
ଏକ ୨ ଦିନିଆ କନସର୍ଟରେ ଯୋଗ ଦେବାକୁ କେକେ କୋଲକତା ଯାଇଥିଲେ । ସେଠାରେ ସୋମବାର ସେ ଏକ କନସର୍ଟରେ ଯୋଗ ଦେଇଥିଲେ। ଏହାପରେ ମଙ୍ଗଳବାର ବିବେକାନନ୍ଦ କଲେଜରେ ତାଙ୍କର ଏକ କନସର୍ଟ ଥିଲା। ଏହାପରେ ସେ ଅସୁସ୍ଥତା ଅନୁଭବ କରିଥିଲେ।
ତାଙ୍କୁ ମେଡିକାଲ ନିଆଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କେକେଙ୍କ ମୃତ୍ୟୁ ଖବର ପାଇ ଆଜି ପତ୍ନୀ ଓ ପରିବାର ସଦସ୍ୟ କୋଲକତାରେ ପହଞ୍ଚିବେ । ଏହାପରେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।
କେକେଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୋକ ପ୍ରକଟ କରି ସଙ୍ଗୀତ ଜଗତରେ ଏକ ଅପୂରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି। ଏଥିସହ ଗୃହମନ୍ତ୍ରୀ ଅମତ ଶାହଙ୍କ ସମେତ ବଲିଉଡର ବହୁ ବଡ଼ ବଡ଼ କଳାକାର ମଧ୍ୟ କେ.କେଙ୍କ ମୃତ୍ୟୁକୁ ସହଜେ ଗ୍ରହଣ କରିପାରି ନାହାନ୍ତି।
୧୯୯୯ ମସିହାରେ କେ.କେଙ୍କ ପ୍ରଥମ ଆଲବମ ‘ପଲ’ ରିଲିଜ ହୋଇଥିବା ବେଳେ ଏହା ସୁପରହିଟ ସାବ୍ୟସ୍ତ ହୋଇଥିଲା। ସଙ୍ଗୀତ ସମୀକ୍ଷକ ଏହାକୁ ଖୁବ୍ ପ୍ରଶଂସା କରିଥିଲେ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031