Indus Valley Times

କୋଟଗଡ:ଜମି ଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ,ଥାନା ରେ ମାମଲା ରୁଜୁ

 Breaking News

କୋଟଗଡ:ଜମି ଜମା ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ,ଥାନା ରେ ମାମଲା ରୁଜୁ

December 09
21:04 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ଥାନା ମାଦାଙ୍ଗୀ ଗାଁ ନିକଟରେ ଦୀର୍ଘ ଦିନ ହେଲା ରହିଆସୁଥିବା ଏକ ଜାଗା କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁ ମୁହିଁ ଗଣ୍ଡଗୋଳ ହୋଇଥିବା ଜଣାପଡିଛି । ଏ ନେଇ କୋଟଗଡ ଥାନାରେ ଦୁଇଟି ପୃଥକ ପୃଥକ ମାମଲା ରୁଜୁ ହୋଇଛି ।
ଘଟଣାରୁ ପ୍ରକାଶ ଯେ କୋଟଗଡ ତହସିଲ ଅନ୍ତର୍ଗତ ମାଦାଙ୍ଗୀ ଗାଁ ନିକଟ ଏକ ଖାଲି ସ୍ଥାନ ରେ ଦୀର୍ଘ ୮ ରୁ ୧୦ ବର୍ଷ ହେବ କିଛି ଅଣ ଆଦିବାସୀ ଲୋକ ଘର କରି ରହି ଆସୁଛନ୍ତି ।
ନିଜର ପେଟପାଟଣା ପିଲାଙ୍କ ପାଠ ପଢିବା ଓ ସୁସ୍ଥ ସେବା ସୁବିଧାରେ ପାଇବା ପାଇଁ ସହର ଠାରୁ ଅଳ୍ପ ଦୂର ରେ ଏଭଳି ଖାଲି ଜାଗା ଦେଖି ବସତି ସ୍ଥାପନ କରିଆସୁଛନ୍ତି । କିନ୍ତୁ ଏବେ କିଛି ଦିନ ହେବ କିଛି ଆଦିବାସୀ ବ୍ୟକ୍ତି ତାଙ୍କ ଜାଗା କହି ତାଙ୍କ ସହ ଝଗଡା କରିବା ସହ ସେଠାରୁ ଘର ଛାଡି ଚାଲିଯିବା ପାଇଁ କହିବା ସହ ମୁହାଁ ମୁହିଁ ହୋଇ ଗଣ୍ଡଗୋଳ କରୁଥିବା ନେଇ ଥାନାର ଦ୍ଵାରସ୍ତ ହୋଇଛନ୍ତି ପନିନା ନାୟକ ନାମକ ମହିଳା ।
ଏତଲା ରେ ଦର୍ଶାଇ ଛନ୍ତି ଗତ ଡିସେମ୍ବର ସାତ ତାରିଖ ଗୁରୁବାର ରାତି ରେ ଆଦିବାସୀ ୧୧ ଜଣ ଆସି ଘରେ ପଶି ନାନା ଗାଳିଗୁଲଜ କରିବା ସହ ମହିଳା ଙ୍କୁ ମାଡ଼ ମାରିଥିଲେ ଏବଂ ଦୁଇଟି ଘର ଭଙ୍ଗାରୁଜା କରିଦେଇଥିଲେ । ସେହି ପରି ଆଦିବାସୀ ପକ୍ଷରୁ ଉକ୍ତ ଜାଗା ଆମ ନାମରେ ରହିଛି ଏଣୁ ତୁରନ୍ତ ଖାଲି କରିବା ପାଇଁ କହିବା ପରେ ଆମକୁ ଅଣ ଆଦିବାସୀ ମାନେ ଗଣ୍ଡଗୋଳ କରୁଛନ୍ତି ବୋଲି ଏକ ଲିଖିତ ଏତଲା ଅନିଲ ବଡ଼ମାଝି ଥାନାରେ ଦେବା ସହ ତାଙ୍କ ନାମରେ ଆସିଥିବା ଅଭିଯୋଗ ଭିତ୍ତି ହୀନ ବୋଲି କହିଛନ୍ତି ।
ଅଣ ଆଦିବାସୀ ଓ ଆଦିବାସୀ ଏନକେ ପକ୍ଷରୁ ଥାନା ରେ ଦୁଇଟି ଲିଖିତ ଏତଲା ଆଧାରରେ କୋଟଗଡ ଥାନା ଅଧିକାରୀ ପ୍ରଦୀପ କୁମାର ରାଉଳ ଉଭୟ ଗୋଷ୍ଠୀ ବୁଝା ସୁଝା କରିବା ସହ କିଛି ନ ତୁଟିବା ରୁ ୧୬୬/୨୩ ଓ ୧୬୭ /୨୩ ଦୁଇଟି ମାମଲା ରୁଜୁ କରିବା ସହ ତଦନ୍ତ ଚାଲୁ ରହିଥିବା କହିଛନ୍ତି ।
ଆଦିବାସୀ ଓ ଅଣ ଆଦିବାସୀ ଏହି ଜମି ଜମା କୁ ନେଇ ମୁହାଁ ମୁହିଁ ଘଟଣା କୁ ନେଇ ପୂର୍ବରୁ କୋଟଗଡ ଚର୍ଚା ରହିଥିବାରୁ ପୁଣି ସେହି ଘଟଣା ର ପୁନରାବୃତ୍ତି ନ ହେବ ପୂର୍ବରୁ କିଭଳି ଘଟଣା ର ସମାଧାନ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ର ମୁଣ୍ଡ ବ୍ୟଥା ବଢିଯାଇଛି ।
ବାଲିଗୁଡାରେ ସିରିଜ ଦୁର୍ଘଟଣା ପରେ ପୋଲିସର ଯାନବାହନ ଯାଞ୍ଚ କଡାକଡି
ବାଲିଗୁଡା,୯/୧୨: କନ୍ଧମାଳ ଜିଲ୍ଲା ବାଲିଗୁଡା ସହରରେ ଦୀର୍ଘ ଦିନ ଧରି ଦିନକୁ ଦିନ ନିଶା ବ୍ୟବସାୟ ବୃଦ୍ଧି ପାଇବା ଓ ଟ୍ରାଫିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ସହ ଯାନବାହନ ଯାଞ୍ଚ ବ୍ୟବସ୍ଥା ଶିଥିଳ ହୋଇଯାଇଥିବାରୁ ଅଞ୍ଚଳରେ ପ୍ରତିଦିନ ଗୋଟିଏ ଦୁଇଟି ଛୋଟ ବଡ଼ ଦୁର୍ଘଟଣା ହେଉଛି ।
ବିଶେଷ କରି ଏଥିରେ ଯୁବପିଢ଼ି ସଂଶ୍ଲିଷ୍ଟ ରହୁଥିବାରୁ ପୋଲିସ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରେ ବିହିତ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।
ଯାହା ଫଳରେ ଦିନକୁ ଦିନ ଏ ଭଳି କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏପରି ସ୍ଥିତିରେ ଶୁକ୍ରବାର ସନ୍ଧ୍ୟାରେ ସହରର ମଧ୍ୟ ଭାଗରେ ଥିବା ରାଜସ୍ୱ ବଙ୍ଗଳା ସମ୍ମୁଖରେ ସିରିଜ ଦୁର୍ଘଟଣା ଘଟାଇ ଜଣେ ଯୁବକ ନିଶାଗ୍ରସ୍ତ ହୋଇ ଏ ଦ୍ରୁତ ଗତିରେ ବାଇକ ଚାଳନା କରି ବିଭିନ୍ନ ସ୍ଥାନରେ ସିରିଜ ଦୁର୍ଘଟଣା ପରେ ଏକ ଜଳଖିଆ ଦୋକାନ କୁ ଧକ୍କା ଦେବାରୁ ସେଠାରେ ଥିବା ୭ଜଣରୁ ଊର୍ଧ୍ଵ ଲୋକ ଆହତ ହୋଇଥିବା ବେଳେ ଜଣେ ନିରୀହ ଯୁବ ଡ୍ରାଇଭର ପ୍ରାଣ ହରାଇଥିଲେ କ୍ଷ ଏହାକୁ ନେଇ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା ।
ଏ ନେଇ ଶନିବାର ଦିନ ଡ୍ରାଇଭର ସଂଘ ତରଫରୁ ବାଲିଗୁଡାରେ ରାସ୍ତାରୋକ କରି ସହରରେ ଆଇନ ଶୃଙ୍ଖଳା ଓ ଟ୍ରାଫିକ ବିପର୍ଯ୍ୟସ୍ତ ନେଇ ପୋଲିସକୁ ଘେରିଥିଲେ ଏହା ପରେ ପୋଲିସ ଶନିବାର ସନ୍ଧ୍ୟାରେ ଆକ୍ସନ ମୁଡକୁ ଆସିଛି କ୍ଷ ଥାନା ଅଧିକାରୀ ସୁଶାନ୍ତ ସାହୁଙ୍କ ଉପସ୍ଥିତରେ ଶନିବାର ସନ୍ଧ୍ୟାରେ ବାଲିଗୁଡାର ଗାନ୍ଧୀ ଛକ ନିକଟରେ ଷ୍ଟ୍ରୀଟ ରୋମିଓ, ଦ୍ରୁତ ଗତିରେ ଚଳାଉଥିବା ବାଇକ ଚାଳକ, ବାଇକ ରେ ଦୁଇରୁ ଅଧିକ ଯାଉଥିବା ବ୍ୟକ୍ତି ମାନଙ୍କୁ ଅଟକାଇବା ସହ ଏଣେ ତେଣେ ବାଇକ ରଖୁଥିବା ବାଇକ ଚାଳକ ମାନଙ୍କୁ ଜୋରିମାନା ଆଦାୟ କରି ତାଗିଦ ମଧ୍ୟ କରିଛନ୍ତି ।ବର୍ତ୍ତମାନ ଆଲୋଚନାର ବିଷୟ ପୋଲିସ କେତେଦିନ ଏଭଳି ଆକ୍ସନ ମୂଡ଼ରେ ରହିବା ସହ ସହରର ଟ୍ରାଫିକ ସମସ୍ୟାକୁ କିପରି ସୁଧାରିପାରିବ ସେ ବିଷୟ ଦେଖିବାକୁ ବାକି ରହିଲା ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031