Indus Valley Times

କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ

 Breaking News

କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ

କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଗିରଫ କଲା ଭିଜିଲାନ୍ସ
February 03
14:33 2022

କଟକ, ୩/୨: ନୂଆପଡ଼ା ଜିଲ୍ଲାର କୋଟିପତି ସହକାରୀ ଯୋଗାଣ ବିଭାଗ ଅଧିକାରୀ ରତ୍ନାକର ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସୂଚନାଯୋଗ୍ୟ, କଟକର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଦିନ ଶ୍ରୀ ସେଠୀଙ୍କ କଟକ ଓ ନୂଆପଡ଼ା ବାସଭବନ ସମେତ ୬ଟି ସ୍ଥାନରେ ଏକକାଳୀନ ଚଢ଼ଉ ହୋଇଥିଲା। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କ ନିକଟରେ ୬କୋଟି ୭୩ଲକ୍ଷ ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି।
ମିଳିଥିବା ତଥ୍ୟ ଅନୁଯାୟୀ କଟକର ଚାଉଳିଆଗଞ୍ଜରେ ଶ୍ରୀ ସେଠୀଙ୍କର ୪ମହଲା ଘର, ନୂଆପଡା ବାଲିସାହିରେ ଦୁଇ ମହଲା ଘର, ଏକ ତିନି ମହଲାର କଲ୍ୟାଣ ମଣ୍ତପ, ଗୁରୁଡ଼ିଝାଟିଆ ଓରନ୍ଦାସ୍ଥିତ ଫାର୍ମ ହାଉସ ରହିଥିବା ବେଳେ ସେଠାରେ ଭିଜିଲାନ୍ସ ଟିମ୍ ଚଢଉ କରିଛି। ୨ କୋଟି ୧୨ ଲକ୍ଷ ୨୫ ହଜାର ଟଙ୍କାର ଚାଉଳିଆଗଞ୍ଜସ୍ଥିତ ୪ ମହଲା ଘରକୁ ଏକ ଘରୋଇ ଶିକ୍ଷାନୁଷ୍ଠାନ ଓ ନର୍ସି˚ହୋମକୁ ଭଡ଼ାରେ ଦିଆଯାଇଛି।
ଗୁରୁଡ଼ିଝାଟିଆସ୍ଥିତ ଓରନ୍ଦାରେ ୩ ଏକରର ଫାର୍ମ ହାଉସ, ଚାଉଳିଆଗଞ୍ଜରେ ୩ ଓ ବାଲିସାହିରେ ଗୋଟିଏ ପ୍ଲଟକୁ ଭିଜିଲାନ୍ସ ତଦନ୍ତ ପରିସରଭୁକ୍ତ କରିଛି। ଶ୍ରୀ ସେଠୀ ଓ ତାଙ୍କ ପରିବାର ଲୋକଙ୍କ ନାମରେ ଥିବା ୮୯ ଲକ୍ଷ ୨୪ ହଜାର ୮୧ ଟଙ୍କାର ବ୍ୟାଙ୍କ ଜମାକୁ ପ୍ରାଥମିକ ପର‌୍ୟ୍ୟାୟରେ ରେକର୍ଡ କରାଯାଇଛି। ସମୁଦାୟ ୧୦ଟି ସ୍ଥାୟୀ ଜମା ରହିଛି।
ଏହାର ପରିମାଣ ୮୮ ଲକ୍ଷ ଟଙ୍କାରୁ ଅଧିକ ହେବ। କେବଳ ୟୁକୋ ବ୍ୟାଙ୍କ ଆକାଉଣ୍ଟରେ ୮୭ ଲକ୍ଷ ଟଙ୍କା ଜମା ରହିଛି। ଏସବୁ ବାଦ୍ ୧ କୋଟି ୧୭ ଲକ୍ଷ ୫୪୮୨୮ ଟଙ୍କାର ବୀମା ତାଙ୍କ ପରିବାର ଲୋକଙ୍କ ନାମରେ ରହିଛି। ୨୦ ଲକ୍ଷ ୯୪ ହଜାର ଟଙ୍କାର ସୁନା ଓ ରୁପା ଗହଣା, ୧୬ ଲକ୍ଷ ୫୪ ହଜାର ୯୦୦ ଟଙ୍କାର ଘରୋଇ ଆସବାବପତ୍ର, ୩ଟି ଦୁଇଚକିଆ ଗାଡ଼ି ଇତ୍ୟାଦି ସହିତ ନଗଦ ଟଙ୍କା ଓ ସ୍ଥାବର, ଅସ୍ଥାବର ସମ୍ପତ୍ତିକୁ ମିଶାଇ ୬ କୋଟି ୭୩ ଲକ୍ଷ ଟଙ୍କାରୁ ଅଧିକ ସମ୍ପତ୍ତି ପ୍ରଥମ ଦିନରେ ଆକଳନ କରାଯାଇଛି।
ଏବେ ବି ଯାଞ୍ଚ ଜାରି ରହିଥିବାରୁ ଆଗକୁ ସଂପତ୍ତି ପରିମାଣ ଆହୁରି ବଢିବା ଆକଳନ କରାଯାଉଛି। ଶ୍ରୀ ସେଠୀଙ୍କ ପତ୍ନୀ ବି ଜଣେ ସରକାରୀ କର୍ମଚାରୀ। ସେମାନେ ୧୯୯୪/୯୫ ମସିହାରୁ ଚାକିରିରେ ଥିବାବେଳେ ବାସ୍ତବରେ ସେମାନଙ୍କର ଆୟ ବହିର୍ଭୂତ ସଂପତ୍ତିର ପରିମାଣ କେତେ, ତାହା ଆଗକୁ ସ୍ପଷ୍ଟ ହେବ ବୋଲି କୁହାଯାଉଛି।
ଚଢ଼ାଉ ସମୟରେ ଭିଜିଲାନ୍ସ ଟିମ୍ ନୂଆପଡ଼ା ଜିଲ୍ଲାପାଳ ଅଫିସ୍ ପଛପଟେ ଥିବା ଯୋଗାଣ ବିଭାଗର ଅଫିସ୍ରୁ କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି। ଚଢ଼ାଉ ପରେ ଶ୍ରୀ ସେଠୀଙ୍କୁ ନୂଆପଡ଼ା ଭିଜିଲାନ୍ସ ଅଫିସକୁ ନେଇ ସେଠାରେ ଜେରା କରାଯାଇଥିଲା। ଏହାପରେ ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା।
ଏହାପରେ ତାଙ୍କୁ ଭବାନୀପାଟଣାଠାରେ ଅଟକ ରଖାଯାଇଥିବା ଜଣାପଡ଼ିଛି। କଟକ ଭିଜିଲାନ୍ସ ଡିଏସ୍ପି ହେମନ୍ତ ମହାନ୍ତି, ଇନ୍ସପେକ୍ଟର ଅଂଶୁମାଳା ଦାସ, ଉଲିପି ବେହେରା, ଦୀନବନ୍ଧୁ ବେହେରା, ଏସ୍ଆଇ ବିବି ନନ୍ଦ, ଏସ୍. ବେହେରାଙ୍କ ସହ ୨ଜଣ କନେଷ୍ଟବଳ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031