Indus Valley Times

କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସରକାର ଆଇନ୍ରେ କଲେ ପରିବର୍ତ୍ତନ; ଏଥର ଆର୍ଥିକ ଜରିମାନା ସହ କଠୋର ଦଣ୍ଡ : ମୁଖ୍ୟ ଶାସନ ସଚିବ

 Breaking News

କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସରକାର ଆଇନ୍ରେ କଲେ ପରିବର୍ତ୍ତନ; ଏଥର ଆର୍ଥିକ ଜରିମାନା ସହ କଠୋର ଦଣ୍ଡ : ମୁଖ୍ୟ ଶାସନ ସଚିବ

କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ପାଇଁ ସରକାର ଆଇନ୍ରେ କଲେ ପରିବର୍ତ୍ତନ; ଏଥର ଆର୍ଥିକ ଜରିମାନା ସହ କଠୋର ଦଣ୍ଡ : ମୁଖ୍ୟ ଶାସନ ସଚିବ
July 31
20:35 2020

ଭୁବନେଶ୍ୱର,୩୧/୭: ରାଜ୍ୟରେ କୋଭିଡ୍ ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାରଙ୍କର ସମସ୍ତ ଅଙ୍ଗ ନିୟୋଜିତ ଅଛି ଏବଂ ରାଜ୍ୟରେ କୋଭିଡ୍ ସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି। ତେବେ, କୋଭିଡ୍ ମୁକାବିଲା ସହ ରାଜ୍ୟରେ ଜୀବନ ଓ ଜୀବିକାକୁ ମଧ୍ୟ ସ୍ୱାଭାବିକ କରିବାର ଆବଶ୍ୟକତା ରହିଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଡାଉନର ଅନେକ ନିୟମକୁ କୋହଳ କରିଛନ୍ତି। ଏଥିସହ କୋଭିଡ୍ ସଂକ୍ରମଣକୁ ରୋକିବା ସହ ଜନଜୀବନକୁ ରକ୍ଷା କରିବା ପାଇଁ କିଛି ନିୟମକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ଆଜି ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି ଏବଂ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନ୍କୁ ସଂଶୋଧନ କରିଛନ୍ତି ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ।
ଆଜି ସନ୍ଧ୍ୟାରେ ସ୍ଥାନୀୟ ଗୀତଗୋବିନ୍ଦ ସଦନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ ଅନ୍ୟ ରାଜ୍ୟ ତୁଳନାରେ ଆମ ରାଜ୍ୟରେ କୋଭିଡ୍ ସ୍ଥିତି ଭଲ ରହିଛି। ସର୍ବ ଭାରତୀୟ ସ୍ତରରେ ରାଜ୍ୟରେ ମୁତ୍ୟୁହାର ସର୍ବନିମ୍ନ ରହିଛି। ସେହିପରି ଆକ୍ରାନ୍ତଙ୍କ ତୁଳନାରେ ଆରୋଗ୍ୟଙ୍କ ଅନୁପାତ ମଧ୍ୟ ବେଶ ଭଲ ରହିଛି। ଆମ କରୋନା ପଜିଟିଭ୍ଙ୍କ ସଂଖ୍ୟା କମୁଛି। ଏହା ଏକ ଲମ୍ବା ଯୁଦ୍ଧ। ଏଥିପାଇଁ ଆମକୁ ଅନେକ ଆହ୍ଵାନର ସମ୍ମୁଖୀନ ହେବାକୁ ପଡ଼ିବ। ଏହାକୁ ଦୃଷ୍ଟିରେ ରଖି କିଛି ନିୟମକୁ ଆସନ୍ତା ଅଗଷ୍ଟ ୩୧ ତାରିଖ ପର‌୍ୟ୍ୟନ୍ତ କଡ଼ାକଡ଼ି ଭାବେ ପାଳନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି କରିଛନ୍ତି। କୋଭିଡ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆଇନ୍କୁ ସଂଶୋଧନ କରାଯାଇଛି।
ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ରକ୍ଷା କରିବା, ସର୍ବସାଧାରଣରେ ଛେପ ନ ପାକାଇବା, ବାହାଘର ଓ ଶୁଦ୍ଧିଘରରେ ନିର୍ଦ୍ଧାରିତ ଲୋକଙ୍କ ଠାରୁ ଅଧିକ ଲୋକ ଯୋଗ ନଦେବା ଏବଂ ଏକ ସ୍ଥାନରେ ୧୦ରୁ ଅଧିକ ଲୋକ ଏକାଠି ନହେବାକୁ ସରକାର ବାରଣ କରିଛନ୍ତି। ଯଦିଓ ନବେ ପ୍ରତିଶତ ଲୋକ ଏହାକୁ ପାଳନ କରୁଛନ୍ତି ତଥାପି ଦଶ ପ୍ରତିଶତ ଲୋକ ଏହାକୁ ମାନୁ ନାହାନ୍ତି। ସେଥିପାଇଁ ସରକାର ଆଇନ୍କୁ ସଂଶୋଧନ କରି ଉଲ୍ଲଘଂନକାରୀଙ୍କ ବିରୋଧରେ ଅର୍ଥଦଣ୍ଡ ଲାଗୁ କରିଛନ୍ତି। ମାସ୍କ ନପିନ୍ଧି ପ୍ରଥମ ଦୁଇଥର ନିୟମ ଭାଙ୍ଗୁଥିବା ଲୋକଙ୍କ ଠାରୁ ୧ ହଜାର ଟଙ୍କା ଜୋରମାନା ଆଦାୟ କରାଯିବ। ଏହାପରେ ବି ମାସ୍କ ନପିନ୍ଧିଲେ ୫ ହାଜର ଟଙ୍କାର ଜୋରିମାନା ଦେବାକୁ ପଡ଼ିବ। ଏହାକୁ ଆଗାମୀ ଦିନରେ ସରକାର ଏହାକୁ ଆହୁରି ବଢ଼ାଇବେ।

-Sambad

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031