Indus Valley Times

କୋଭିଡ କଟକଣା ମଧ୍ୟରେ ଖୁବ୍‌ଶୀଘ୍ର ଗଡ଼ିବ ପାସେଞ୍ଜର ଓ ମେମୁଟ୍ରେନ୍

 Breaking News

କୋଭିଡ କଟକଣା ମଧ୍ୟରେ ଖୁବ୍‌ଶୀଘ୍ର ଗଡ଼ିବ ପାସେଞ୍ଜର ଓ ମେମୁଟ୍ରେନ୍

March 24
10:01 2021

ଭୁବନେଶ୍ୱର, ୨୪/୩: କୋଭିଡ୍ କଟକଣା ମଧ୍ୟରେ ଖୁବ୍‌ଶୀଘ୍ର ଗଡ଼ିବ ପାସେଞ୍ଜର ଓ ମେମୁ ଟ୍ରେନ୍ । ଯାତ୍ରୀଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।
ଭୁବନେଶ୍ୱର-କେନ୍ଦୁଝରଗଡ଼-ଭୁବନେଶ୍ୱର ଓ ପୁରୀ-ଅନୁଗୋଳ-ପୁରୀ ମଧ୍ୟରେ ମେମୁ ଟ୍ରେନ୍ ଚଳାଚଳ କରିବ । ଏଥିସହ ପୁରୀ-ହାଟିଆ, ପୁରୀ-ସମ୍ବଲପୁର ଓ ପୁରୀ-ପାରାଦୀପ ମଧ୍ୟରେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍ ।
ଭୁବନେଶ୍ୱର-କେନ୍ଦୁଝରଗଡ଼ ମେମୁ ମାର୍ଚ୍ଚ ୩୦ରୁ ଅପରାହ୍ନ ୪ଟା ୩୫ରେ ଭୁବନେଶ୍ୱରରୁ ଛାଡ଼ି ରାତି ୯ଟା ୩୫ରେ କେନ୍ଦୁଝରଗଡ଼ରେ ପହଞ୍ଚିବ । କେନ୍ଦୁଝରଗଡ଼-ଭୁବନେଶ୍ୱର ମେମୁ ସକାଳ ୬ଟା ୩୦ରେ କେନ୍ଦୁଝରଗଡ଼ରୁ ବାହାରି ପୂର୍ବାହ୍ନ ୧୧ଟା ୫ରେ ଭୁବନେଶ୍ୱରରେ ପହଞ୍ଚିବ।
ସେହିପରି ପୁରୀ-ଅନୁଗୋଳ ମେମୁ ଏପ୍ରିଲ ୫ରୁ ଅପରାହ୍ଣ ୪ଟା ୪୫ରେ ପୁରୀରୁ ବାହାରି ରାତି ୯ଟା ୩୦ରେ ପହଞ୍ଚିବ । ଅନୁଗୋଳ-ପୁରୀ ମେମୁ ସକାଳ ୫ଟା ୪୫ରେ ଅନୁଗୋଳରୁ ବାହାରି ପୂର୍ବାହ୍ନ ୧୦ଟା ୨୦ରେ ପୁରୀରେ ପହଞ୍ଚିବ । ଅନ୍ୟପକ୍ଷରେ ପୁରୀ-ହାଟିଆ-ପୁରୀ ଟ୍ରେନ୍ ଏପ୍ରିଲ ପହିଲାରୁ ପୁରୀରୁ ରାତି ୮ଟା ୩୦ରେ ଛାଡ଼ି ପରଦିନ ପୂର୍ବାହ୍ନ ୧୦ଟା ୪୫ରେ ହାଟିଆରେ ପହଞ୍ଚିବ ।
ହଟିଆ-ପୁରୀ ଟ୍ରେନ୍ ଏପ୍ରିଲ ୨ରୁ ଅପରାହ୍ଣ ୪ଟାରେ ହଟିଆରୁ ବାହାରି ପରଦିନ ସକାଳ ୬ଟା ୧୦ରେ ପୁରୀରେ ପହଞ୍ଚିବ । ସମ୍ବଲପୁର-ପୁରୀ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ଏପ୍ରିଲ ୩ରୁ ସକାଳ ୬ଟାରେ ସମ୍ବଲପୁରରୁ ବାହାରି ଅପରାହ୍ଣ ୧୨ଟା ୫୦ରେ ପୁରୀରେ ପହଞ୍ଚିବ । ଏହାପରେ ଅପରାହ୍ନ ୩ଟା ୪୫ରେ ପୁରୀରୁ ବାହାରି ରାତି ୧୦ଟା ୧୦ରେ ସମ୍ବଲପୁରରେ ପହଞ୍ଚିବ ।
ପୁରୀ-ପାରାଦୀପ-ପୁରୀ ସ୍ୱତନ୍ତ୍ର ଟ୍ରେନ ଏପ୍ରିଲ ୭ରୁ ସକାଳ ୬ଟା ୧୫ରେ ପୁରୀରୁ ବାହାରି ପୂର୍ବାହ୍ନ ୧୦ଟା ୧୫ରେ ପାରାଦୀପରେ ପହଞ୍ଚିବ । ପରେ ସନ୍ଧ୍ୟା ୬ଟାରେ ପାରାଦୀପରୁ ଛାଡ଼ି ରାତି ୧୦ଟା ୧୦ରେ ପୁରୀରେ ପହଞ୍ଚିବ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031