Indus Valley Times

କୋଭିଡ କଟକଣା ମଧ୍ୟରେ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଂପୂର୍ଣ୍ଣ ହେଲା ଠାକୁରଙ୍କର ରଥଯାତ୍ରା

 Breaking News

କୋଭିଡ କଟକଣା ମଧ୍ୟରେ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସଂପୂର୍ଣ୍ଣ ହେଲା ଠାକୁରଙ୍କର ରଥଯାତ୍ରା

July 12
19:54 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ; ୧୨/୭ : କୋଭିଡ କଟକଣା ମଧ୍ୟରେ ବୌଦ୍ଧ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ସ୍ୱଳ୍ପ ସେବାୟତଙ୍କୁନେଇ ଆଜି ଠାକୁରଙ୍କର ରଥଯାତ୍ରା ସଂପୂର୍ଣ୍ଣ ହୋଇଛି । ଗତକାଲି ରାତିରେ ଠାକୁରଙ୍କୁ ସେନାପଟା ଲାଗି କରାଯାଇ ବେଶକାରୀ ମାନେ ପହଣ୍ଡି ବେଶରେ ସଜ୍ଜିତ କରିଥିଲେ । ଆଜି ସକାଳେ ଠାକୁରଙ୍କର ମଙ୍ଗଳ ଆଳତୀ, ନିତ୍ୟ ଭୋଗ ଲାଗିହେବାପରେ ଚତୁର୍ଦ୍ଦାହମୂର୍ତ୍ତିଙ୍କୁ ଚକାଛଡା ନୀତି କରାଯାଇ ପହଣ୍ଡିବିଜେ କରାଯାଇଥିଲା । ସହରର ପୋଡାପଡା ଓ ନୁଆସାହୀ ଟାହିଆ ସେବକମାନେ ଟାହିଆ ତିନି ଠାକୁରଙ୍କୁ ଲାଗି କରାଯିବାପରେ ବ୍ରାହ୍ମଣ ସେବକମାନେ ସଂକୀର୍ତ୍ତନ୍ୟ ମଣ୍ଡଳୀସହ ମନ୍ଦିରର ଚର୍ତୁପାଶ୍ୱର୍ରେ ଚାରିବେଢା ଠାକୁରଙ୍କୁ ପହଣ୍ଡି କରି ମନ୍ଦିର ପରିସରରେ ଥିବା ଅସ୍ଥାୟୀ ମାଉସୀ ମା ମନ୍ଦିରରେ ପ୍ରବେଶ କରାଇଥିଲେ । ଏହି ମାଉସୀ ମା ମନ୍ଦିରରେ ନବଦିନ ବ୍ୟପି ଠାକୁର ମାନେ ଦଶଅବତାର ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଜିଲ୍ଲା ଦେବୋତ୍ତର ନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେରଙ୍କ ତତ୍ୱାବଧାନରେ ମନ୍ଦିର ପରିଚାଳନା କମିଟି ଓ ବ୍ରାହ୍ମଣ ସମାଜ ଓ ବୌଦ୍ଧ ପୋଲିସର ମିଳିତ ସହଯୋଗରେ ଠାକୁରଙ୍କର ଏହି ଯାତ୍ରା ସୁରୁଖୁରୁରେ ସଂପୁର୍ଣ୍ଣ ହୋଇଥିଲା । ମନ୍ଦିରର ମୁଖ୍ୟ ପୁଜକ ସୁରମଣୀ ପଣ୍ଡା,ସହପୁଜକ ବିଭୁଦତ୍ତ ପଣ୍ଡା, ସନ୍ତୋଷ ଶତପଥି ପ୍ରମୁଖ ଠାକୁରଙ୍କର ସମସ୍ତ ନୀତି ସମ୍ପର୍ଣ୍ଣ କରିଥିଲେ ।
ବୌଦ୍ଧଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଜ୍ଞାନ ରଂଜନ ମହାନ୍ତିଙ୍କ ଦାୟିତ୍ୱ ଗ୍ରହଣ
ବୌଦ୍ଧ,୧୨/୭ : ବୌଦ୍ଧଜିଲ୍ଲାର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଜ୍ଞାନ ରଂଜନ ମହାନ୍ତି ସୋମବାର କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀମହାନ୍ତି ପୂର୍ବରୁ ଭୁବନେଶ୍ୱରସ୍ଥିତ ଓଡ଼ିଶା ପୋଲିସର ଅର୍ଥନୈତିକ ଅପରାଧ ଶାଖାରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭାବରେ କାର୍ଯର୍୍ୟରତ ଥିଲେ । ଗତ ୩୦ ତାରିଖ ଦିନ ଭି.ରଘୁନାଥ ରାଓ ଆରକ୍ଷୀ ଅଧିକ୍ଷକ ପଦବୀରୁ ଅବସର ଗ୍ରହଣ କରିବା ପରେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ଖାଲି ରହିଥିଲା । ତେବେ ନୂତନ ଆରକ୍ଷୀ ଅଧିକ୍ଷକ ଜିଲ୍ଲାରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବୌଦ୍ଧ କନ୍ଧମାଳ ସୀମାନ୍ତରେ ମାଓବାଦୀମାନେ ନିଜର ସ୍ଥିତି ଜାହିର କରିବାସହ ଜିଲ୍ଲା ପୋଲିସ ପାଇଁ ଏକ ନୂତନ ଚ୍ୟାଲେଂଜ ସୃଷ୍ଟି କରିଛନ୍ତି । ଜିଲ୍ଲାରେ ଗଂଜେଇ ମାଫିଆମାନେ ଅଧିକ ସକ୍ରିୟ ହେବା ସହିତ ବ୍ୟାପକ ଭାବରେ ନିଶାଦ୍ରବ୍ୟର କାରବାର ମଧ୍ୟ ବୃଦ୍ଧି ପାଇବା ସହିତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଛି । ଏହାବ୍ୟତୀତ ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ମଧ୍ୟ ପାଖେଇ ଆସୁଛି । ତେଣୁ ନୂତନ ଭାବରେ ଜିଲ୍ଲା ପୋଲିସର ମୁଖ୍ୟ ଭାବରେ ଦାୟିତ୍ୱ ଗ୍ରହଣ କରିବାପରେ ଶ୍ରୀମହାନ୍ତି କିପରି ଏସବୁ ସମସ୍ୟାର ମୁକାବିଲା କରୁଛନ୍ତି ତାହାକୁ ନେଇ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031