Indus Valley Times

କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ: ଜିଲ୍ଲାପାଳ

 Breaking News

କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ: ଜିଲ୍ଲାପାଳ

କୋଭିଡ ମାର୍ଗଦର୍ଶିକା ଅନୁସାରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ: ଜିଲ୍ଲାପାଳ
January 18
20:23 2021

ଯାଜପୁର, ୧୮ ।୧ : ଆଗାମୀ ସାଧାରଣତନ୍ତ୍ର ଦିବସକୁ ସଦ୍ଭାବନା ପୂର୍ବକ ଓ ଶୃଙ୍ଖଳାର ସହ ପାଳନ ନିମିତ ଏକ ପ୍ରସ୍ତୁତି ବୈଠକ ସୋମବାର ଅପରାହ୍ନରେ ଜିଲ୍ଲାପାଳଙ୍କ କାର‌୍ୟ୍ୟାଳୟ ପ୍ରକୋଷ୍ଠରେ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଅଧ୍ୟକ୍ଷଧ୍ୟତା କରି ଜିଲ୍ଲାପାଳ ଚକ୍ରୱତୀ ସିଂହ ରାଠୋର ସରକାରୀ ମାର୍ଗଦର୍ଶିକା ଅନୁସାରେ ଚଳିତ ବର୍ଷର ସାଧାରଣତନ୍ତ୍ର ଦିବସ ପାଳିନ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି କୋଭିଡ ପରିପ୍ରେକ୍ଷୀରେ ସରକାର ଧାର‌୍ୟ୍ୟ କରିଥିବା ନିୟମାବଳୀ ଆଧାରରେ ନିରାଡମ୍ୱର ଭାବେ ଏହି ଜାତୀୟ କାର‌୍ୟ୍ୟକ୍ରମ କରାଯିବ ବୋଲି ଶ୍ରୀ ରାଠୋର ସୂଚନା ଦେଇଥିଲେ । ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ୍ ସମସ୍ତଙ୍କୁ ସ୍ୱାଗତ କରିବା ସହ କରୋନା ପାଇଁ ଗତ ସ୍ୱାଧୀନତନା ଦିବସ ଭଳି ଚଳିତ ସାଧାରଣତନ୍ତ୍ର ଦିବସ ପାଳିତ ହେବ ଓ ସମସ୍ତେ ଏଥିରେ ସହଯୋଗ କରିବାକୁ ସେ ଅନୁରୋଧ କରିଥିଲେ । ବିସ୍ତୃତ ଆଲୋଚନା ପରେ ସର୍ବ ସମ୍ମତିକ୍ରମେ ନିଷ୍ପି ହେଲା ଯେ, ଚଳିତ ସାଧାରଣତନ୍ତ୍ର ଦିବସ ଜିଲ୍ଲାସ୍କୁଲ ପଡିଆ ଠାରେ ଆୟୋଜିତ ହେବ । ସାଧାରଣତନ୍ତ୍ର ଦିବସ ଦିନ ପ୍ରତ୍ୟୁଷ ଘ. ୪.୩୦ ମିନିଟ୍ ସମୟରେ ସୂଚନା ଓ ଲୋକ ସଂପର୍କ ବିଭାଗ ଦ୍ୱାରା ଡାକବାଜି ଯନ୍ତ୍ର ଦ୍ୱାରା ସହର ମଧ୍ୟରେ ରାମଧୂନ ପରିବେଷଣ କରାଯିବ । ସମସ୍ତ ସରକାରୀ, ବେସରକାରୀ ଓ ଶିକ୍ଷାନୁଷ୍ଠାନ/ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ମାନେ ପୂର୍ବାହ୍ନ ଘ. ୭.୩୦ ମିନିଟ୍ ସୁଦ୍ଧା ଜାତୀୟ ପତାକା ଉୋଳନ କରିବେ । ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥିଙ୍କ ଦ୍ୱାରା ପୂର୍ବାହ୍ନ ଘ. ୮.୧୫ ମିନିଟ୍ ସମୟରେ ଗାନ୍ଧୀ ଚ୍ଥକ ସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିର୍ମୂୀ ଓ ପରେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ସ୍ଥିତ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯିବ । ପୂର୍ବାହ୍ନ ଘ. ୮.୩୦ ମିନିଟ୍ ସମୟରେ ଜିଲ୍ଲା ସ୍କୁଲ ପଡିଆ ଠାରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଜାତୀୟ ପତାକା ଉୋଳନ କରାଯିବ । ଏହି ସମୟରେ ପୋଲିସ ବ୍ୟାଣ୍ଡ ଦ୍ୱାରା ଜାତୀୟ ସଂଗୀତ ପରିବେଷଣ କରାଯିବ । ପ୍ୟାରେଡରେ କେବଳ ପୋଲିସ ବାହିନୀ ସାମିଲ ହେବେ । ଦର୍ଶକ ଭାବେ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି ଓ ଆଶାକର୍ମୀ ଏବଂ ସପେଂଇ କର୍ମଚାରୀ ଊପସ୍ଥିତ ରହିବେ । ସାଧାରଣ ଦର୍ଶକ ମାନଙ୍କୁ ଉତ୍ସବ ସ୍ଥଳକୁ ପ୍ରବେଶକୁ ବାରଣ କରାଯାଇଅଚ୍ଥି । ସଂଧ୍ୟାରେ ବିଭିନ୍ନ ବିଭାଗ ପକ୍ଷରୁ କାର‌୍ୟ୍ୟାଳୟ ଗୁଡିକୁ ନିଜସ୍ୱ ବ୍ୟୟରେ ଆଲୋକ ମାଳାରେ ସଜ୍ଜିତ କରାଯିବାକୁ ପରାମର୍ଶ ଦିଆଯାଇଚ୍ଥି । ଅପର ପକ୍ଷରେ ବ୍ୟକ୍ତି ବିଶେଷ ମାନେ ମଧ୍ୟ ନିଜସ୍ୱ ଗୃହକୁ ଆଲୋକ ମାଳାରେ ସଜ୍ଜିତ ପାଇଁ ଅନୁରୋଧ କରାଯାଇଚ୍ଥି । ଏହି କାର‌୍ୟ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଏନ୍.ସି. ବାରିକ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ସହକାରୀ ଜିଲ୍ଲାପାଳ ତିଳୋମା ପୃଷ୍ଟି,, ରିଜର୍ଭ ଇନିସ୍ପେକ୍ଟର କାହ୍ନୁ ଚରଣ ମାର୍ଣ୍ଡି , ସମଗ୍ର ଶିକ୍ଷା ଅଭିଯାନର ପ୍ରକଳ୍ପ ସଂଯୋଜକ ବିଷ୍ଣୁ ଚରଣ ସୂତାର, ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031