Indus Valley Times

କୋଭିସିଲ୍ଡ ଓ କୋଭାକ୍ସିନ ବୁଷ୍ଟର ଡୋଜର ମୂଲ୍ୟ ହ୍ରାସ

 Breaking News

କୋଭିସିଲ୍ଡ ଓ କୋଭାକ୍ସିନ ବୁଷ୍ଟର ଡୋଜର ମୂଲ୍ୟ ହ୍ରାସ

କୋଭିସିଲ୍ଡ ଓ କୋଭାକ୍ସିନ ବୁଷ୍ଟର ଡୋଜର ମୂଲ୍ୟ ହ୍ରାସ
April 09
17:51 2022

ନୂଆଦିଲ୍ଲୀ, ୯/୪: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଘରୋଇ ଟିକାକରଣ କେନ୍ଦ୍ରରେ ୧୮ ବର୍ଷରୁ ଅଧିକ ବର୍ଗଙ୍କ ପାଇଁ କୋଭିଡ-୧୯ ଟିକାର ସତର୍କତାମୂଳକ ତୃତୀୟ ଡୋଜ୍ ବା ବୁଷ୍ଟର ଡୋଜ୍ ରୋଲଆଉଟ୍ ଘୋଷଣା କରିବାର ଗୋଟିଏ ଦିନ ପରେ ଟିକା ମୂଲ୍ୟ ହ୍ରାସ କରିଛନ୍ତି ସେରମ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍।
ଗତକାଲି କୋଭିସିଲ୍ଟ ଟିକା ଟ୍ୟାକ୍ସକୁ ଛାଡ଼ି ୬୦୦ ଟଙ୍କାରେ ଉପଲବ୍ଧ ହେବ ବୋଲି କହିଥିଲେ ସେରମ ଇନଷ୍ଟିଚ୍ୟୁଟର ମୁଖ୍ୟ ଅଦାର ପୁନାୱାଲା।
ପରିବର୍ତ୍ତନ ଅଣାଯାଇ କୋଭିସିଲ୍ଟ ଟିକା ମୂଲ୍ୟକୁ ୨୨୫ଟଙ୍କା କରାଯାଇଥିବା ଟ୍ବିଟ କରି କହିଛନ୍ତି ପୁନାୱାଲା। ଏହା ସହ କୋଭାକ୍ସିନ ଟିକାର ମୂଲ୍ୟ ମଧ୍ୟ ୧୨୦୦ଟଙ୍କାରୁ ହ୍ରାସ ପାଇ ୨୨୫ଟଙ୍କା ହୋଇଥିବା କହିଛନ୍ତି ଭାରତ ବାୟୋଟେକ୍ ସହ-ସଂସ୍ଥାପକ ସୁଚିତ୍ରା ଏଲ୍ଲା।
ଏହି ଦାମ ସହ ସେବା ଚାର୍ଜ ଭାବରେ ଘରୋଇ କ୍ଲିନିକ୍ ଡୋଜ୍ ପିଛା ସର୍ବାଧିକ ୧୫୦ ଟଙ୍କା ଆଦାୟ କରିପାରିବେ।
ଦେଶର ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବଙ୍କ ଏକ ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି, ଟିକା ଖର୍ଚ୍ଚଠାରୁ ଟିକାକରଣ ପାଇଁ ସେବା ଚାର୍ଜ ଭାବରେ ଘରୋଇ ଟିକା କେନ୍ଦ୍ରଗୁଡ଼ିକ ଡୋଜ୍ ପିଛା ସର୍ବାଧିକ ୧୫୦ ଟଙ୍କା ପର‌୍ୟ୍ୟନ୍ତ ଚାର୍ଜ କରିପାରିବେ।
ଶୁକ୍ରବାର ଦିନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଘୋଷଣା କରଥିଲେ ଯେ ୧୮ ବର୍ଷରୁ ଅଧିକ ବୟସ ଗୋଷ୍ଠୀର ସମସ୍ତେ ଟିକାର ଦ୍ୱିତୀୟ ଡୋଜ୍ ପାଇବାର ନଅ ମାସ କିମ୍ବା ୩୯ ସପ୍ତାହ ପରେ ଏପ୍ରିଲ ୧୦ରୁ ସତର୍କତାମୂଳକ ତୃତୀୟ ଡୋଜ୍ ପାଇଁ ଯୋଗ୍ୟ ହେବେ।
ଭୂଷଣ ଶନିବାର ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ସତର୍କତା ଡୋଜ୍ ପାଇଁ କୌଣସି ନୂତନ ପଞ୍ଜୀକରଣ ଆବଶ୍ୟକ ହେବ ନାହିଁ। କାରଣ ସମସ୍ତ ଉପଯୁକ୍ତ ହିତାଧିକାରୀ ପୂର୍ବରୁ କୋୱିନ୍ ପ୍ଲାଟଫର୍ମରେ ପଞ୍ଜିକୃତ ହୋଇସାରିଛନ୍ତି।
ତେବେ, ସମସ୍ତ ଟିକାକରଣ ବାଧ୍ୟତାମୂଳକ ଭାବରେ କୋୱିନ୍ରେ ରେକର୍ଡ କରାଯିବ। ଏବଂ ଘରୋଇ କୋଭିଡ୍ ଟିକାକରଣ କେନ୍ଦ୍ରରେ ଅନଲାଇନ୍ ବୁକିଂ ଏବଂ ୱାକ୍-ଇନ୍ ପଞ୍ଜିକରଣ ଏବଂ ଟିକାକରଣର ଉଭୟ ବିକଳ୍ପ ଉପଲବ୍ଧ ହେବ ବୋଲି ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930