Indus Valley Times

କୋରାପୁଟରେ ବାତ୍ୟା ‘ଗୁଲାବ’ ର ପ୍ରଭାବ : ୨୬ ନଂ ଜାତୀୟ ରାଜପଥରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ

 Breaking News

କୋରାପୁଟରେ ବାତ୍ୟା ‘ଗୁଲାବ’ ର ପ୍ରଭାବ : ୨୬ ନଂ ଜାତୀୟ ରାଜପଥରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ

କୋରାପୁଟରେ ବାତ୍ୟା ‘ଗୁଲାବ’ ର ପ୍ରଭାବ : ୨୬ ନଂ ଜାତୀୟ ରାଜପଥରେ ମାଟି ଅତଡ଼ା ଖସି ରାସ୍ତା ଅବରୋଧ
September 27
12:14 2021

ଜୟପୁର ୨୭।୯ : କୋରାପୁଟ ଜିଲ୍ଲା ୨୬ ନଂ ଜାତୀୟ ରାଜପଥ ରାଲେଗଡ ନିକଟରେ ମାଟି ଅତଡା ଧସିଯାଇଛି । ମାଟି ଅତଡା ଧସିବା ଫଳରେ ଜାତୀୟ ରାଜପଥ ଅବରୋଧ ହୋଇଛି । ଫଳରେ ଶୁଙ୍କି ଦେଇ ଆନ୍ଧ୍ରପ୍ରଦେଶ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ତେଣୁ ଆରକୁ କିମ୍ବା ପାର୍ବତୀପୁରମ୍ ଦେଇ ଆନ୍ଧ୍ରପ୍ରଦେଶ ଯିବାକୁ ପ୍ରଶାସନ ପରାମର୍ଶ ଦେଇଛି ।
ସେପଟେ କୋରାପୁଟ ଜିଲ୍ଲାରେ ପ୍ରଭାବ ପକାଇଛି ବାତ୍ୟା ‘ଗୁଲାବ’ । ରବିବାର ରାତିଠାରୁ ବର୍ଷା ଜାରି ରହିଛି । ଜିଲ୍ଲାରେ ରାତିଠାରୁ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି । କୋରାପୁଟ ସମେତ ବନ୍ଧୁଗାଁ ନାରାୟଣପାଟଣା, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗିରେ ପ୍ରବଳ ଲାଗି ରହିଛି ।
ଆନ୍ଧ୍ର ସୀମାନ୍ତ ଶୁଙ୍କିରେ ରାସ୍ତା ଉପରେ ବନ୍ୟା ପାଣି ପ୍ରବାହିତ ପ୍ରବଳ ବର୍ଷା ସହ ପବନରେ ଗଛ ପଡି ରାସ୍ତା ଅବରୋଧ ହୋଇଛି । ୫ଟି ଘର ଭାଙ୍ଗି ଯାଇଛି । ୨୬ ନଂ ଜାତୀୟ ରାଜପଥର କୁନ୍ଦୁଲି ଓ ମାଳିପୁଟ ନିକଟରେ ଗଛ ପଡି ରାସ୍ତା ଅବରୋଧ ହୋଇଛି ।
ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଗଛକାଟି ରାସ୍ତା ସଫା କରୁଛନ୍ତି । ନନ୍ଦପୁର ଓ ସେମିଳିଗୁଡା ବ୍ଲକରେ ଗଛପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଓଡ୍ରାଫ ପକ୍ଷରୁ ଅପରେସନ ଚାଲିଛି । ତାନସିଲ ଗ୍ରାମରେ ଗୋଟିଏ, କେତନପାଡୁରେ ୨ଟି, ମଡାୱ୍ବାଲସାରେ ୨ଟି ଘରର ଛାତ ଉଡି ଘର ଭାଙ୍ଗି ଯାଇଛି । ଶୁଙ୍କି ନିକଟ ବଡ ନାଳରେ ବନ୍ୟାଜଳ ରାସ୍ତା ଉପରେ ପ୍ରବାହିତ ହେଉଛି । ଶୁଙ୍କି ଛକ ସ୍ଥିତ ଲ୍ୟାମ୍ପ ଗୃହରେ ୮ ପରିବାର ଆଶ୍ରୟ ନେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031