Indus Valley Times

କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହେଲା ବିମାନ ସେବା

 Breaking News

କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହେଲା ବିମାନ ସେବା

କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହେଲା ବିମାନ ସେବା
October 31
12:23 2022

ଜୟପୁର,୩୧/୧୦: କୋରାପୁଟ ଜିଲ୍ଲା ଜୟପୁରକୁ ଆରମ୍ଭ ହୋଇଛି ବିମାନ ସେବା। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପତାକା ହଲାଇ ବିଧିବଦ୍ଧ ଭାବେ ଏହାର ଶୁଭାରମ୍ଭ କରିଛନ୍ତି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆଓ୍ୱାନ ବିମାନ।ଏହି ବିମାନରେ ୯ଟି ସିଟ୍ ରହିବ। ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ୨,୫୦୦ ଟଙ୍କା ରହିଛି। ତେବେ ପ୍ରାରମ୍ଭିକ ଭାବେ ଟିକେଟର ମୂଲ୍ୟ ୯୯୯ ଟଙ୍କା ରଖ ଯାତ୍ରୀମାନେ indiaoneair.com ୱେବସାଇଟରେ ଟିକେଟ ବୁକିଂ କରିପାରିବେ।
ବିମାନଟି ପ୍ରତିଦିନ ପୂର୍ବାହ୍ନ ୧୧ଟା ୩୫ରେ ଭୁବନେଶ୍ୱର ବିମାନବନ୍ଦରରୁ ଜୟପୁର ଅଭିମୁଖେ ଉଡ଼ାଣ ଭରିବ। ଅପରାହ୍ନ ଗୋଟାଏ ୨୦ରେ ଏହା ଜୟପୁରରେ ପହଞ୍ଚିବ। ଜୟପୁରରୁ ଏହା ଗୋଟାଏ ୪୦ରେ ବିଶାଖାପାଟଣା ଅଭିମୁଖେ ଯାତ୍ରା କରିବ। ଅପରାହ୍ନ ୨ଟା ୩୦ରେ ଏହା ବିଶାଖାପାଟଣାରେ ପହଞ୍ଚିବ।
ରାଜ୍ୟର ଚତୁର୍ଥ ବିମାନ ବନ୍ଦର ଭାବେ ଜୟପୁର ଏୟାରପୋର୍ଟକୁ ମିଳିସାରିଛି ଏରୋଡ୍ରମ୍ ଲାଇସେନ୍ସ। ଜୟପୁର ଏୟାର ପୋର୍ଟକୁ ବିମାନ ଉଡ଼ାଣ ନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA ) ଅନୁମତି ଦେଇଥିଲା । ‘ଉଡାନ୍’ ଯୋଜନାରେ ଜୟପୁର ବିମାନବନ୍ଦରକୁ ଲାଇସେନ୍ସ ପ୍ରଦାନ କରାଯାଇଥିବା ନେଇ DGCA ପକ୍ଷରୁ ସୂଚନା ଦିଆଯାଇଥିଲା।
ଜୟପୁରକୁ ‘ଉଡାନ୍’ ଯୋଜନାରେ ଇଣ୍ଡିଆ ଓ୍ୱାନ୍ ବିମାନ ସେବା ପ୍ରଦାନକାରୀ କମ୍ପାନୀ ବିମାନ ସେବା ଯୋଗାଇଦେବା ନେଇ ପୂର୍ବରୁ ଘୋଷଣା କରିସାରିଛି। ଏଥିପାଇଁ କମ୍ପାନୀ ପକ୍ଷରୁ ଟ୍ରାଏଲ ରନ୍ ବି ଶେଷ ହୋଇଥିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031