Indus Valley Times

‘କୋରାପୁଟ ଡାଇଲଗ’ ପ୍ରାକ୍ ବୈଠକରେ ମତ: ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର

 Breaking News

‘କୋରାପୁଟ ଡାଇଲଗ’ ପ୍ରାକ୍ ବୈଠକରେ ମତ: ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର

December 31
06:36 2021

Undivided Koraput needs special attention, say experts

By Suryanarayan Panda

କୋରାପୁଟ, 31/12: ଅବିଭକ୍ତ କୋରାପୁଟ ଜିଲ୍ଲା ରାଜ୍ୟର ଅନ୍ୟାନ୍ୟ ତୁଳନାରେ ଅନଗ୍ରସର ଓ ପଛୁଆ ରହିଛି । ଏହି ଅଂଚଳରେ ଲୋକମାନଙ୍କର ଆର୍ଥିକ ସ୍ଥିତି ଦେଶରେ ଚିନ୍ତାଜନକ । କେନ୍ଦ୍ର ଓ ରାଜ୍ୟ ସରକାର ଏହି ଅ ଳର ଆର୍ଥିକ ବିକାଶ ଲାଗି ଅନେକ ନୀତି ଓ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଏହା ସେଭଳି ଆଖିଦୃଶିଆ ପ୍ରଗତି କରିପାରି ନାହିଁ ।

ନିକଟରେ ପ୍ରକାଶିତ ନୀତି ଆୟୋଗ ଜାତୀୟ ବହୁବିଧ ଦାରିଦ୍ୟ୍ର ସୁୁଚକାଙ୍କରେ ନବରଙ୍ଗପୁର, ମାଲକାନାଗିରି, କୋରାପୁଟ ଅନ୍ୟ ରାଜ୍ୟ ଜିଲ୍ଲାମାନଙ୍କ ତୁଳନାରେ ଅଧିକ ଦାରିଦ୍ର ଭିତରେରହିଛି ।

ନୀତି ଆୟୋଗ ଦାରିଦ୍ୟ୍ର ସୂଚକାଙ୍କ ଅନୁସାରେ ଓଡ଼ିଶାର ସାମଗ୍ରିକ ଦାରିଦ୍ର ହାର ୨୯ଦଶମିକ ୩୫ ଥିଲାବେଳେ ନବରଙ୍ଗପୁର ଦାରିଦ୍ର୍ୟ ହାର ୫୯ଦଶମିକ ୩୨ ପ୍ରତିଶତ, ମାଲକାନାଗିର ଦାରିଦ୍ର ହାର ୫୮ଦଶମିକ ୭୧ପ୍ରତିଶତ, କୋରାପୁଟ ଦାରିଦ୍ୟ୍ର ହାର ୫୧ଦଶମିକ ୪ପ୍ରତିଶତ ଓ ରାୟଗଡ଼ରେ ୪୮ଦଶମିକ ୧୪ପ୍ରତିଶତ ରହିଛି । ଅବିଭକ୍ତ କୋରାପୁଟ ଜିଲ୍ଲାର ଦାରିଦ୍ର‌୍ୟ ହାର ବିହାର ୫୧ ଦଶମିକ ୯୧ ଠାରୁ ଢେର ଅଧିକ ରହିଛି ।

ନୀତି ଆୟୋଗ ରିପୋର୍ଟ ଅନୁଧ୍ୟାନ କଲେ ଗୋଟିଏ କଥା ସ୍ପଷ୍ଟ ଅନୁମେୟ ହେଉଛି ଯେ ଅଭିଭକ୍ତ କୋରାପୁଟ ଜିଲ୍ଲାର ପ୍ରଗତ ିଓ ବିକାଶର କାର୍ଯ୍ୟାନୁଷ୍ଟାନରେ କେଉଁଁଠି ତୃଟି ଓ ବିଚ୍ୟୁତି ରହିଯାଇଛି ।

ଏହି ତୃଟି ଓ ବିଚ୍ୟୁତିକୁ ତୁରନ୍ତ ସୁଧାର କରିବାର ଆବଶ୍ୟକତା ରହିଛି ବୋଲି ବହୁ ବିଶିଷ୍ଟ ବ୍ୟକ୍ତି ମତବ୍ୟକ୍ତ କରିଛନ୍ତି ।

ଗୁରୁବାର ଦିନ କୋରାପୁଟଠାରେ ସେ ର ଫର ସୋସିଓ-ଇକୋନୋମିକ୍ ଷ୍ଟଡିଜ୍ (ସିଏସଇଏସ) ଦ୍ୱାରା ଆୟୋଜିତ ‘କୋରାପୁଟ ଡାଇଲଗ’ ପ୍ରାକ୍ ପ୍ରସ୍ତୁତି ିବୈଠକରେ ମତବ୍ୟକ୍ତକରିଛନ୍ତି ।

ଏହ ିବୈଠକରେ ଯୋଗ ଦେଇ ବିଶିଷ୍ଟ ସାମାଜିକ କର୍ମୀ ଉମି ଡାନିଏଲ କହିଲେ ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଏବେ ବି ଏକ ଫୋକସ୍ ଏରିଆ ହୋଇପାରିନାହିଁ । ଏହି ଅଚଂଳର ପାଇଁ ଏକ ସ୍ୱତନ୍ତ୍ର ଯୋଜନା କରିବାର ଆବଶ୍ୟକତା ରହିଛି । କୋରାପୁଟ ଅ ଳ ବିଭିନ୍ନ ଖଣିଜ ସମ୍ପଦ ଓ ଅନ୍ୟାନ୍ୟ ପ୍ରାକୃତିକ ପ୍ରାଚୁର୍ଯ୍ୟରେ ଭରି ରହିଥିଲେ ମଧ୍ୟ ସେଗୁଡିକର ସୁବିନିଯୋଗ କରାଯାଇ ପାରୁନାହିଁ । ସ୍ଥାନୀୟ ଲୋକଙ୍କୁ ସେମାନଙ୍କର ଯୋଗ୍ୟତା ଓ ଦକ୍ଷତା ଅନୁସାରେ ସରକାର ସେମାନଙ୍କ ପାଇଁକର୍ମ ନିଯୁକ୍ତି ସୃଷ୍ଟିକରି ପାରିଲେ ଅଧିକାଶଂ ଲୋକ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଆନ୍ତେ ନାହିଁ । ସେମାନେ ନିଯୁକ୍ତିଦାତାଙ୍କ ଦ୍ୱାରା ଶୋଷଣର ଶୀକାର ହୁଅନ୍ତେ ନାହିଁ ।

ଆଲୋଚନାରେ ଅଂଶଗ୍ରହଣ କ ର ିବିଶିଷ୍ଟ ସମାଜସେବୀ ତଥା ରାୟଗଡ଼ା ଜିଲ୍ଲା ମୁନିଗୁଡାର ଜିଲ୍ଲା ପରିଷଦ ସଦସ୍ୟ ଡକ୍ଟର ରାମଚନ୍ଦ୍ର ବେହେରା କହିଲେ ଯେ ଯଦି ସରକାର ନିର୍ବାଚିତ ଜନପ୍ରତିନିଧିମାନଙ୍କ ସହିତ ପରାମର୍ଶ କରି ଶାସନ ଖସଡା ପ୍ରସ୍ତୁତି ିକରିବାର ସହିତ କାର୍ଯ୍ୟାନ୍ୱୟନ ପ୍ରକ୍ରିୟାରେ ସେମାନଙ୍କ ସହାୟତା ନିଅନ୍ତି, ତେବେ ଅଧିକାଂଶ ଯୋଜନା ଗୁଡିକ ଅଧିକାଂଶ ଲୋକାଭିମୁଖୀ ôହେବା ସହିତ ପ୍ରଭବୀ ଢ଼ଙ୍ଗରେ କାର୍ଯ୍ୟକାରୀ ହୋଇପାରନ୍ତା । .

ପ୍ରଶାସନିକ ଅଧିକାରୀମାନେ ନିରନ୍ତର ଭାବରେ ଜନପ୍ରତିନିଧିମାନଙ୍କ ସହିତ ସମ୍ପର୍କ ରକ୍ଷା କରିବା ପାଇଁ ଆନ୍ତରିକତା ସହିତ ନିଷ୍ଟାର ସହିତ କାର୍ଯ୍ୟ କରିବା ଆବଶ୍ୟକ ।

କୋରାପୁଟ ଅଂଚଳର ସମାଜସେବୀ ଅଶ୍ୱୀନି ସାହୁ କହିଲେ ଯେ ଏ ଅ ଳର ବିକାଶ ପ୍ରକ୍ରିିୟା ପାଇଁ ଅନେକ ଗୁଡାଏ ଯୋଜନା କାର୍ଯ୍ୟକାରୀ ହେଉଛି । ଅପରନ୍ତୁଏହି ଯୋଜନା ଓ କାର୍ଯ୍ୟକ୍ରମଗୁଡିକ ସଫଳ କାର୍ଯ୍ୟକାରୀତା ନେଇ ମୂଲ୍ୟାଙ୍କନ ହେବାର ଆବଶ୍ୟକତା ରହିଛି । ପ୍ରଶାସନିକ ଅଧୀକାରୀମାନଙ୍କ କାର୍ଯ୍ୟଶୈଳୀ ଓ ଦକ୍ଷତାର ମଧ୍ୟ ନିୟମିତ ସମୀକ୍ଷା କରାଯାଇ ପାରିଲେ ଲୋକମାନେ ଅଧିକ ସୁଫଳ ପାଇବେ ।

ବିଶିଷ୍ଟ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡକ୍ଟର ରତିକାନ୍ତ ଖଟୁଆ କହିଲେ ଯେ କୋରାପୁଟ ଅ ଳର ଉ ମ ସ୍ୱାସ୍ଥ୍ୟସେବା ଯୋଗାଇ ପାରିଲେ ସେମାନେ ଅଧିକ ସୁସ୍ଥ ରହିବା ସହିତ ରାଜ୍ୟଗଠନରେ ଏକ ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ।

ଏହି ଅଧିବେସନକ ୁସ ।ଳନ କରୁଥିବା ସେଣ୍ଡର ଫର ସିଏସ୍‌ଇଏସ୍‌ର ଜାତୀୟ ପରାମର୍ଶଦାତା ଅକ୍ଷୟ କୁମାର ସାହୁ କହିଲେ ଯେ ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ପ୍ରତିନିଧିଗଣ କୋରାପୁଟ ଅ ଳର ବିଭିନ ୍ନସମସ୍ୟାକୁ ପୁଙ୍ଖାନୁପୁଙ୍ଖ ଭାବେ ଅଧ୍ୟୟନ କରି ବିକାଶମୂଳକ ଲେଖା ପ୍ରକାଶିତ କଲେ ତାହା ସରକାରଙ୍କୁ ସଚେତନ କରାଇବା ସହିତ ବିଭିନ ୍ନଯୋଜନାର ରୂପରେଖ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ କରାଯାଇପାରିବ ।

ଶ୍ରୀ ସାହୁ କହିଲେ ଯେ ଆଗାମୀ ଦିନରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାର ସବୁ ଦଳର ରାଜନେତା, ବୃଦ୍ଧିଜୀବି, ନିର୍ବାଚିତ ଜନପ୍ରତିନିଧି ଓ ସାଧାରଣ ଜନତାଙ୍କୁ ନେଇ ଧାରାବାହିକ ଭାବେ ବିଭିନ୍ନ ସ୍ଥାନରେ ଆଲୋଚନା କରାଯିବ । ଏହି ଆଲୋଚନାରୁ ଯାହା ନିସ୍କର୍ଷ ବାହାରିବ ତାହା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ୁସୁପାରିସ ଆକାରରେ ପ୍ରଦାନ କରାଯିବ ।

ଏହି ପ୍ରାକ୍ ପ୍ରସ୍ତୁତି ବୈଠକରେ ବରିଷ୍ଠ ଆଇନିଜୀବି ପ୍ରଶାନ୍ତ କୁମାର ପାତ୍ର, ବରିଷ୍ଠ ସାମ୍ବାଦିକ କୀର୍ତୀଚନ୍ଦ୍ର ସାହୁ,ୂସୂର୍ଯ୍ୟନାରାୟଣ ପଣ୍ଡା, ୁଶ୍ରୀକାନ୍ତ ସାହୁ , ଶେଷାଦ୍ରୀ ପାଣିଗ୍ରାହୀ, ପ୍ରମୋଦ ସାହୁକାର, କିଶୋର ପାତ୍ର, ଯୁବ ସମାଜସେବୀ ଜେନେଶିଶ୍ ଖରା ଓ ଅନ୍ୟାନ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031