Indus Valley Times

କୋସ୍କାରେ ବେଆଇନ ମାଙ୍କଡା ଖଣିପ୍ରସଙ୍ଗ: ଲକ୍ଷ୍ୟାଧିକ ଟଙ୍କାର ରାଜସ୍ବ ହାନି,ଚଢ଼ାଉ ହେବା ପୂର୍ବରୁ ମାଫିଆଙ୍କ ପାଖରେ ପହଞ୍ଚିଯାଇଥିଲା ଖବର

 Breaking News

କୋସ୍କାରେ ବେଆଇନ ମାଙ୍କଡା ଖଣିପ୍ରସଙ୍ଗ: ଲକ୍ଷ୍ୟାଧିକ ଟଙ୍କାର ରାଜସ୍ବ ହାନି,ଚଢ଼ାଉ ହେବା ପୂର୍ବରୁ ମାଫିଆଙ୍କ ପାଖରେ ପହଞ୍ଚିଯାଇଥିଲା ଖବର

କୋସ୍କାରେ ବେଆଇନ ମାଙ୍କଡା ଖଣିପ୍ରସଙ୍ଗ: ଲକ୍ଷ୍ୟାଧିକ ଟଙ୍କାର ରାଜସ୍ବ ହାନି,ଚଢ଼ାଉ ହେବା ପୂର୍ବରୁ ମାଫିଆଙ୍କ ପାଖରେ ପହଞ୍ଚିଯାଇଥିଲା ଖବର
January 14
20:30 2023

ବିଶ୍ୱ ଭୂଷଣ ମହାପାତ୍ର/ମମତା ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୪/୧ :ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ପକ୍ଷରୁ ବେଆଇନ ମାଙ୍କଡା ପଥର ଖଣି ଙ୍କୁ ଅଚାନକ ଚଢ଼ାଉ କରିବାକୁ ଯାଉଥିବା ସମୟ ରେ ଉକ୍ତ ଖଣି କୁ ସୁରକ୍ଷା ଦେବା ପାଇଁ ଯେପରି କେହି ଭିତରକୁ ପ୍ରବେଶ କରି ପରିବେନାହିଁ ଖଣି ର ସମସ୍ତ ରାସ୍ତା ଗୁଡିକୁ ଜେସିବି ରେ ଖୋଳୁଥିବା ସମୟ ରେ ଜେସିବି ଜବତ ।
ମିଳିଥିବା ଖବର ଅନୁସାରେ ନୟାଗଡ଼ ତହସିଲ କ୍ରୀଦାଶପୁର ପଞ୍ଚାୟତ ର କୋସ୍କା ଗ୍ରାମ ର ସୀମା ଓ ନୂଆଗାଁ ତହସିଲ ମାଳିସାହି ପଞ୍ଚାୟତ ର ବଡ଼ ତଇଲା ସୀମା ର ପାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲୀ ଅଞ୍ଚଳ ଓ ରାସ୍ତା ପାଖରେ ପ୍ରାୟ ୫୦ରୁ ଉର୍ଦ୍ଧ ବେଆଇନ ମାଙ୍କଡା ଖଣି ଦୀର୍ଘ ୮ବର୍ଷ ହେବ ଚାଲୁ ରହିଥିଲା ।
ଏପରିକି କୋସ୍କା ଗ୍ରାମ ବାସି ବାରମ୍ବାର ନୂଆଗାଁ ତହସିଲ ଓ ନୟାଗଡ଼ ତହସିଲ କୁ ଏହି ବିଷୟରେ ଖବର ଦିଆଯାଉଥିଲେ ମଧ୍ୟ କୌଣସି ଧରପଗଡ଼ କରାଯାଉ ନଥିଲା ତେଣୁ ବାଧ୍ୟ୍ୟ ହୋଇ ଗ୍ରାମ ବାସି ନୟାଗଡ଼ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ ।
ତେବେ ଜିଲ୍ଲାପାଳ ଙ୍କ ନୀର୍ଧେଶ କ୍ରମେ ନୂଆଗାଁ ତହସିଲ ପକ୍ଷରୁ ଚଢ଼ାଉ କରାଯିବା ଖବର ଆଗୁଆ ମାଫିଆ ମାନଙ୍କ ପାଖରେ ପହଞ୍ଚିଯାଇଥିଲା । ତେଣୁ ଯୋଜନା କୁ ପଣ୍ଡ କରିବାକୁ ଯାଇ ମାଫିଆ ମାନେ ଖଣି ର ସମସ୍ତ ରାସ୍ତା କୁ ଖୋଳିଦେଇଥିଲେ । ଫଳରେ ତହସିଲ କର୍ତ୍ତୃପକ୍ଷ ଙ୍କୁ ଚାଲି ଚାଲି ଯିବାକୁ ପଡିଥିଲା ।
ତେବେ ସେହି ସ୍ଥାନ ରେ କେବଳ ରାସ୍ତା ଖୋଳିଥିବା ଜେସିବି ଟିକୁ ଜବତ କରିଥିଲେ । ତେବେ ଏହି ପରି ଦୀର୍ଘ ବର୍ଷ ହେଲା ମାଫିଆ ଙ୍କ କବଜା ରେ ଥିଲା ଏହି ଖଣି ଏବଂ ମୋଟା ଅଙ୍କର ଟଙ୍କା କାରବାର ରେ ସମସ୍ତେ ଜାଣି ଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲା ବେଳେ ଏବେ ଚଢ଼ାଉ ଖବର ଆଗୁଆ ମାଫିଆ ମାନଙ୍କ ପାଖରେ ପହଞ୍ଚିପାରୁଛି ଯାହା ତହସିଲ କର୍ତ୍ତୃପକ୍ଷ ଙ୍କ କାର‌୍ୟ୍ୟ ଶୈଳୀ ଉପରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ।
ଅନ୍ୟ ପକ୍ଷେ ଖଣି ଙ୍କୁ କେଉଁ ମାନେ ଚଳାଉ ଥିଲେ ସେମାନ ଙ୍କୁ ଚିହ୍ନଟ କରି ନୋଟିସ କରାଯିବ ବୋଲି ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ କହିଛନ୍ତି । ତେବେ ଦେଖା ଯାଉ କେଉଁ କେଉଁ ମାନେ କାହା ଇସାରା ରେ ଦୀର୍ଘ ବର୍ଷ ହେବ ଏହି ଖଣି କୁ ଚଳାଉଥିଲେ ସେମାନଙ୍କୁ ଚିହ୍ନଟ କରାଯଉଛି କି ସତ ମିଛ କରି ପୋଡ଼ ପୋତ କରାଯାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031