Indus Valley Times

‘କୌନ ବନେଗା କରୋଡ଼ପତି’ ସିଜନ ୧୩ : କ୍ରିତି ସାନନଙ୍କ ସହ ବଲ୍ ଡ୍ୟାନ୍ସ କଲେ ବିଗ୍ ବି

 Breaking News

‘କୌନ ବନେଗା କରୋଡ଼ପତି’ ସିଜନ ୧୩ : କ୍ରିତି ସାନନଙ୍କ ସହ ବଲ୍ ଡ୍ୟାନ୍ସ କଲେ ବିଗ୍ ବି

October 20
10:48 2021

ନୂଆଦିଲ୍ଲୀ ୨୦/୧୦: ‘କୌନ ବନେଗା କରୋଡପତି’ ସିଜନ ୧୩ ର ଏଥର ଶୁକ୍ରବାର ବହୁତ ଆକର୍ଷଣୀୟ ହେବାକୁ ଯାଉଛି। ଶତାବ୍ଦୀର ମେଗାଷ୍ଟାର ଅମିତାଭ ବଚ୍ଚନଙ୍କୁ ତାଙ୍କ ଅତିଥି କ୍ରିତି ସାନନଙ୍କ ସହ ବଲ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିବ।
ଯାହାକୁ ପ୍ରଶଂସକ ଉତ୍ସାହର ସହିତ ଅପେକ୍ଷା କରି ରହିଛନ୍ତି। ଏହି ଚମତ୍କାର ଏପିସୋଡର ଝଲକ ଦେଖାଇବା ପାଇଁ ବିଗ୍ ବି ସୋସିଆଲ୍ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି।
କ୍ରିତି ସାନନଙ୍କ ସହ ଏକ ଫଟୋ ଶେୟାର କରି ବିଗ୍ ବି ଲେଖିଛନ୍ତି- ବଲରୁମ ଡ୍ୟାନ୍ସ ତାହା ପୁଣି ଲାଲ୍ ପୋଷାକରେ ଥିବା ଏହି ସୁନ୍ଦର ମହିଳାଙ୍କ ସହ, କ୍ରିତି ସାନନ। ୱାଃ। ମୋର କଲେଜ ଏବଂ କୋଲକାତା ଦିନ ମନେ ପଡିଗଲା।
ଏହି ଫଟୋଗୁଡ଼ିକରେ ସେ ଦୁଇ ହାତ ଧରି ନାଚୁଥିବାର ନଜର ଆସିଛନ୍ତି। ଏହି ଶୋ’ର ଅଂଶ ହୋଇଥିବାରୁ କ୍ରିତି ସାନନ୍ ବହୁତ ଖୁସି ଅଛନ୍ତି।
ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଥିବା ଏହି ଫଟୋରେ ବିଗ୍ ବି ବ୍ଲୁ ସୁଟରେ ନଜର ଆସିଥିବା ବେଳେ, କ୍ରିତି ଏକ ଲାଲ୍ ଡ୍ରେସ୍ରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି। କ୍ରିତି ସାନନ୍ ଏବଂ ରାଜକୁମାର ରାଓ ସେମାନଙ୍କର ଆଗାମୀ ଫିଲ୍ମ ‘ହମ୍ ଦୋ ହାମାରେ ଦୋ’ର ପ୍ରମୋସନ କରୁଛନ୍ତି। ଯେଉଁଥି ପାଇଁ ସେ କେବିସିରେ ମଧ୍ୟ ଆସିଛନ୍ତି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031