Indus Valley Times

କ୍ବାଡ ସିଟି ଯୋଜନାରେ ଝଲସିବ ସହର, ଓଡ଼ିଶାରେ ହେବ ୩ ଅର୍ଥନୈତିକ ଜୋନ୍‌- ଉଷା ପାଢୀ

 Breaking News

କ୍ବାଡ ସିଟି ଯୋଜନାରେ ଝଲସିବ ସହର, ଓଡ଼ିଶାରେ ହେବ ୩ ଅର୍ଥନୈତିକ ଜୋନ୍‌- ଉଷା ପାଢୀ

September 01
17:52 2025

ଭୁବନେଶ୍ୱର,୧/୯: ପରିବହନ ସଚିବ ଉଷା ପାଢ଼ୀ ସୋମବାର ରାଜ୍ୟବାସୀଙ୍କୁ ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟରେ ୩ଟି ଅର୍ଥନୈତିକ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ କହିଛନ୍ତି। କ୍ବାଡ ସିଟି ପ୍ରୋଗ୍ରାମ ଜରିଆରେ ସରକାର ଏହି ଯୋଜନା ରଖିଛନ୍ତି ବୋଲି ସେ କହିଛନ୍ତି।
ଭୁବନେଶ୍ବର, ପୁରୀ, କଟକ ଏବଂ ପାରାଦୀପକୁ ମିଶାଇ ଗୋଟିଏ ଜୋନ ହେବାକୁ ଥିବା ବେଳେ ସୁନାବେଡ଼ା, କୋରାପୁଟ, ବରଗଡ଼, ସମ୍ବଲପୁରକୁ ନେଇ ଦ୍ୱିତୀୟ ଜୋନ କରାଯିବ।
ସେହିପରି ଉତ୍ତରରେ ରାଉରକେଲା, କେନ୍ଦୁଝର, ବଡ଼ବିଲକୁ ନେଇ ତୃତୀୟ ଜୋନ ହେବ ବୋଲି ପରିବହନ ସଚିବ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି। ରାଜ୍ୟର ଜିଡିପିରେ ପ୍ରମୁଖ ଦାୟିତ୍ୱ ନେଉଥିବା ସହରମାନଙ୍କୁ ନେଇ ଏହି ଜୋନ କରାଯିବ। କେବଳ ସହରାଞ୍ଚଳ ନୁହେଁ, ଅର୍ଥନୈତିକ କାରବାର ବୃଦ୍ଧି ପାଇଁ ସରକାର ଲକ୍ଷ୍ୟ ରଖିଥିବା ସେ କହିଛନ୍ତି।

About Author

indadmin

indadmin

Related Articles

Archives

Calendar

August 2026
M T W T F S S
 12
3456789
10111213141516
17181920212223
24252627282930
31