Indus Valley Times

କ୍ରସରବନ୍ଦ ଦାବୀରେ ଗ୍ରାମବାସୀ ଅଟଳ: ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

 Breaking News

କ୍ରସରବନ୍ଦ ଦାବୀରେ ଗ୍ରାମବାସୀ ଅଟଳ: ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

July 13
22:32 2021

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ,୧୩ ।୭: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକର ଛତରଙ୍ଗ ପଞ୍ଚାୟତର ଖରଭୁଇଁ ଓ ବାଇସିପଡା ଠାରେ ସା୍ଥପନ ହୋଇଥିବା କ୍ରସର ଗୁଡିକ ବନ୍ଦ ଦାବୀରେ ଅଟଳ ଗ୍ରାମବାସୀ । ହରଭଙ୍ଗା ବ୍ଳକର ଛତରଙ୍ଗ ପଞ୍ଚାୟତର ଖରଭୁଇଁ ଓ ବାଇସିପଡା ଜଙ୍ଗଲରେ ପୁର୍ବରୁ ୩ ଗୋଟି କ୍ରସର ସ୍ଥାପନ ହୋଇ ଚାଲିଆସୁଥିବା ବେଳେ ବର୍ତ୍ତମାନ ଆଉ ଗୋଟେ କ୍ରସର ସ୍ଥାପନ ନେଇ ଅନୁମତି ପାଇଅଛି ।
କ୍ରସର ଗୁଡିକ ଚାଲୁଥିବାରୁ ଗ୍ରାମ ଗୁଡିକରେ ବ୍ୟାପକ କ୍ଷତି ଘଟୁଥିବା ନେଇ ଗ୍ରାମବାସୀ ମାନେ କ୍ରସର ଗୁଡିକ ସଂପୁର୍ଣ୍ଣ ବନ୍ଦ କରିବା ଦାବୀରେ ପ୍ରାୟ ଏକ ମାସ ହେବ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଗ୍ରାମବାସୀ ମାନଙ୍କ ଅଭିଯୋଗ କ୍ରସର ଚାଲୁଥିବାରୁ ପିଇବା ପାଣିର ସମସ୍ୟା, ଚାଷ ଜମିର ଉର୍ବରତା ହ୍ରାସ, କିଡିନୀ ରୋଗୀଙ୍କ ସଂଖ୍ୟା ବୃଦ୍ଧି, ବିକଳାଙ୍ଗ ଶିଶୁ ଜନ୍ମ କରିବା, ଗର୍ଭବତୀଙ୍କର ମୃତ୍ୟୁ ହାର , ଚର୍ମ ରେୀଗ , କୋଠାଘରରେ ଫାଟ ଓ ଜଙ୍ଗଲ ସମ୍ପଦ ଧ୍ୱଂସ ହେବାରେ ଲାଗିଛି । ଏହା ସହ ଜୋରରେ ବ୍ଳାଷ୍ଠିଙ୍ଗ ଯୋଗୁଁ ମୃଦୁ ଭୁମିକମ୍ପ ସୃଷ୍ଟି ହେଉଅଛି । ଏଣୁ ତୁରନ୍ତ କ୍ରସର ଗୁଡିକ ବନ୍ଦ ଦାବୀ କରିଛନ୍ତି । ଏନେଇ ଗ୍ରାମବାସୀ ମାନେ ସମସ୍ତ କ୍ରସର ଆଗରେ କାଠ ଗଣ୍ଡି ଥୋଇ ଓ ରାସ୍ତା ଖୋଲି ବନ୍ଦ କରିଛନ୍ତି । ଏହି ଆନ୍ଦୋଳନ ମଙ୍ଗଳବାର ଦିନ ଉଗ୍ରରୁପ ଧାରଣ କରିଛି ।
ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁଙ୍କ ନେତୃତ୍ୱରେ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ହରଭଙ୍ଗା ବ୍ଳକ ପରିସରରୁ ମଙ୍ଗଳବାର ଦିନ ଏକ ବିରାଟ ରାଲିରେ ଚାରିଛକ ବଜାର ଦେଇ ହାତରେ ବିଭିନ୍ନ ପ୍ଳାକାଡ ଧରି ଓ ନାରାବାଜି ଦେଇ ହରଭଙ୍ଗା ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ତୁରନ୍ତ କ୍ରସର ଗୁଡିକ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଉ । ବନ୍ଦ ନକରାଗଲେ ଅଗ।।ମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଏପେଟ ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ଅଶ୍ୱିନୀ କୁମାର ମେହେର ଓ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ରଙ୍କ ଉପସ୍ଥିତିରେ ଏକ ୧୪ ଜଣିଆ ପ୍ରତିନିଧି ସହ ଆଲୋଚନା ହୋଇଥିଲା ।କିନ୍ତୁ ଆଲୋଚନା ଫଳପ୍ରଦ ହୋଇନଥିବା ଜଣାପଡିଛି । ଗ୍ରାମବାସୀ ମାନେ ନିଜ ଜିଦରେ ଅଟଳ ଥିବା ଜଣାପଡିଛି ।
ଏନେଇ ହରଭଙ୍ଗା ତହସିଲଦାର ଶମ୍ଭୁଭୁଷଣ ମିଶ୍ରଙ୍କ ପଚାରିବାରୁ ଗ୍ରାମବାସୀ ମାନେ ଯେଉଁ ସବୁ ଅଭିଯୋଗ ଆଣୁଛନ୍ତି ତାହାର କିଛି ପ୍ରମାଣ ଦେଇପାରୁନାହାନ୍ତି , କିନ୍ତୁ କ୍ରସର ଯୋଗୁଁ ଚାଷ ଜମି ନଷ୍ଟ ହେଉଥିବା ଅଭିଯୋଗ ଓ ବ୍ଳାଷ୍ଠିଙ୍ଗ ଯୋଗୁଁ ଶଦ୍ଦ ପ୍ରଦୁଷଣ ଉପରେ ତଦନ୍ତ କରାଯିବ । ଅନ୍ୟ ସବୁ ଅଭିଯୋଗର ସତ୍ୟତା ଗ୍ରାମବାସୀଙ୍କ ମାନଙ୍କ ପାଖରେ ନଥିବା ପ୍ରକାଶ କରିଥିଲେ ।
ଆହୁରୀ ମଧ୍ୟ ବର୍ତ୍ତମାନ ପାଇଁ ସମସ୍ତ କ୍ରସର ବନ୍ଦ କରାଯାଇଛି । ଆଗକୁ ଗ୍ରାମବାସୀଙ୍କ ଅଭିଯୋଗ ଉପରେ ତଦନ୍ତ ହେବା ପରେ ଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ଦେଖାଯାଉ କ୍ରସର ବନ୍ଦ ନେଇ ଆଗକୁ କି ରୁପ ନେଉଛି ।

Tags
Share

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031