Indus Valley Times

କ୍ରାଇମବ୍ରାଞ୍ଚ ଏସଟିଏଫକୁ ମିଳିଛି ବଡ଼ ସଫଳତା , ରାଜସ୍ଥାନରୁ ବ୍ରାଉନସୁଗାର ମାଫିଆ ଗିରଫ

 Breaking News

କ୍ରାଇମବ୍ରାଞ୍ଚ ଏସଟିଏଫକୁ ମିଳିଛି ବଡ଼ ସଫଳତା , ରାଜସ୍ଥାନରୁ ବ୍ରାଉନସୁଗାର ମାଫିଆ ଗିରଫ

December 04
16:20 2021

ଭୁବନେଶ୍ୱର ୪/୧୨: କ୍ରାଇମବ୍ରାଞ୍ଚ ଏସଟିଏଫକୁ ମିଳିଛି ବଡ଼ ସଫଳତା । ରାଜସ୍ଥାନରୁ ବ୍ରାଉନସୁଗାର ମାଫିଆ ଅଜବହରକୁ ଗିରଫ କରିଛି କ୍ରାଇମ୍ବ୍ରାଞ୍ଚ । ଗିରଫ ପରେ ରାଜସ୍ଥାନ ଯୋଧପୁରରୁ ଅଜବହରକୁ ଓଡିଶା ଆଣୁଛି ଏସ୍ଟିଏଫ୍ର ସ୍ୱତନ୍ତ୍ର ଟିମ୍ ।
ଖବର ଅନୁଯାୟୀ, ଆନ୍ତଃରାଜ୍ୟ ବ୍ରାଉନସୁଗାର ବେପାରୀଙ୍କ ତାଲିକା ପ୍ରସ୍ତୁତ କରିଛି ଏସ୍ଟିଏଫ୍ । ପଶ୍ଚିମବଙ୍ଗରୁ ଶେଖ ଇସମାଇଲକୁ ଧରିବାରେ ବିଫଳ ହେବା ପରେ ଓଡିଶା କ୍ରାଇମବ୍ରାଞ୍ଚର ଏସଟିଏଫକୁ ମିଳିଛି ବଡ଼ ସଫଳତା। ରାଜସ୍ଥାନର ଯୋଧପୁରରୁ ଗିରଫ ହେଲା ଅନ୍ତଃରାଜ୍ୟ ଡ୍ରଗ ପେଡ଼ଲର ଶେଖ ଅଜବର। ଗିରଫ ଅଜବହରର ଘର ବାଲେଶ୍ୱର ଜିଲ୍ଲା ଜଳେଶ୍ବର ନିକଟ ରାଜପୁର ଗାଁରେ ।
୨୦୧୯ ପରଠାରୁ ସେ ଫେରାର ଥିଲେ। ସେ ପଶ୍ଚିମବଙ୍ଗ ଏବଂ ରାଜସ୍ଥାନ ଅଞ୍ଚଳରେ ଲୁଚି ରହିଥିବା ଖବର ପାଇ ଏସଟିଏଫ ଚଢ଼ାଉ କରିଥିଲା। ଅଜବହର ନାମରେ ହତ୍ୟା ଉଦ୍ୟମ, ଧମକ ଓ ଆର୍ମସ ଆକ୍ଟ ଭଳି ୫ଟି ସଙ୍ଗୀନ ମାମଲା ରହିଛି। କୁଖ୍ୟାତ ବ୍ରାଉନସୁଗାର ବେପାରୀ ଶେଖ ରାଜାର ସହଯୋଗୀ ହେଉଛି ଅଜବହର । ୨୦୧୯ ଶେଖ ରାଜକୁ ଗିରଫ କରିବା ବେଳେ ଏସଟିଏଫ ଅଧିକାରୀଙ୍କୁ ଆକ୍ରମଣ କରି ଫେରାର ହୋଇଯାଇଥିଲା ଅଜବହର ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031