Indus Valley Times

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

 Breaking News

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ହାଜର ହେଲେ ଶର୍ମିଷ୍ଠା

କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା, ଚାନ୍ଦବାଲି କୋର୍ଟରେ ହାଜର ହେଲେ ଶର୍ମିଷ୍ଠା
April 22
16:48 2022

ଚାନ୍ଦବାଲି, ୨୨/୪: ବହୁଚର୍ଚିତ ନୟାଗଡ଼ ଜିଲ୍ଲାର କ୍ୟାମେରାମ୍ୟାନ ମାନସ ହତ୍ୟା ଘଟଣାରେ ଶୁକ୍ରବାର ୮ ଜଣ ଅଭିଯୁକ୍ତଙ୍କୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଛି।
ଶୁକ୍ରବାର ଭଦ୍ରକ ସବ୍ଜେଲରୁ ଏକ ୟୁଟିପି ଭ୍ୟାନରେ କଡ଼ା ସୁରକ୍ଷାରେ ଅଭିଯୁକ୍ତମାନଙ୍କୁ ଚାନ୍ଦବାଲି କୋର୍ଟକୁ ଆଣାଯାଇଥିଲା ପରେ ସେମାନଙ୍କୁ ଜଜଙ୍କ ନିକଟରେ ହାଜର କରାଯାଇଥିଲା ।
ଅଭୁଯୁକ୍ତମାନେ ହେଲେ ଶର୍ମିଷ୍ଠା ରାଉତ, ଝୁନୁ ଭୋଇ, ନିରଞ୍ଜନ ସେଠୀ, ପରମେଶ୍ୱର ରାଉତ, ରଞ୍ଜନ ନାୟକ, ଭାଗ୍ୟଧର ନାୟକ, ବିବେକ ନାୟକ ଓ କୃଷ୍ଣଚନ୍ଦ୍ର ନାୟକ।
ରୁଟିନ ଅନୁଯାଇ ଜଣକ ପରେ ଜଣକୁ ହାଜର କରାଯାଇଥିବା ବେଳେ ପରବର୍ତ୍ତୀ ହାଜର ୫କୁ ରହିଲା ବୋଲ ଶର୍ମିଷ୍ଠାଙ୍କ ଓକିଲ ଧନଞ୍ଜୟ ଉଦ୍ଗା୍ତା କହିଛନ୍ତି ।
ଏହା ପୂର୍ବରୁ ମାନସ ସ୍ବାଇଁ ହତ୍ୟାକାଣ୍ଡ ଘଟଣାରେ କ୍ରାଇମବ୍ରାଞ୍ଚ ଏପ୍ରିଲ ୧୭ ତାରିଖରେ ଭାଗ୍ୟଧର ନାୟକ ଓ ବିବେକ ନାୟକଙ୍କୁ ଭଦ୍ରକ ଉପକାରାଗାରରେ ଜେରାକରିଛି।
ଏହି ଦୁଇ ଅଭିଯୁକ୍ତ ମାନସ ହତ୍ୟାକାଣ୍ଡ ଘଟଣାରେ ଅପହରଣଠାରୁ ନୟାଗଡ଼ରେ ଶବ ପୋତିବା ପର୍ଯ୍ୟନ୍ତ ଘଟଣାରେ ସମ୍ପୃକ୍ତ ଥିଲେ।
ଏମାନଙ୍କୁ ପୁଲିସ ଗିରଫ କରିବାରେ ଯେହେତୁ ୧୪ ଦିନ ବିତିଯାଇଥିଲା, ତେଣୁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ରିମାଣ୍ଡରେ ଆଣିପାରି ନଥିଲା। ତେଣୁ କାରାଗାରରେ ସେମାନଙ୍କୁ ଜେରା କରାଯାଇଥିଲା।

About Author

indadmin

indadmin

Related Articles

Archives

Calendar

November 2024
M T W T F S S
 123
45678910
11121314151617
18192021222324
252627282930