Indus Valley Times

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଜଣଙ୍କୁ ଗିରଫ କଲା ପୋଲିସ

 Breaking News

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଜଣଙ୍କୁ ଗିରଫ କଲା ପୋଲିସ

ଖବର ସଂଗ୍ରହ ବେଳେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା, ୮ ଜଣଙ୍କୁ ଗିରଫ କଲା ପୋଲିସ
February 17
11:27 2022

ପୁରୀ,୧୭/୨: ପୁରୀ ଜିଲ୍ଲା କଣାସ ବ୍ଲକ ଗଡ଼ିଶାଗଦା ଥାନା ଅନ୍ତର୍ଗତ ବଡ଼ାଲ ପଞ୍ଚାୟତକୁ ଗତକାଲି ୪ ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଯାଇ ଆକ୍ରମଣର ଶିକାର ହୋଇଥିଲେ।
ଏହି ଘଟଣାକୁ ଗୁରୁତର ସହ ନେଇ ଆକ୍ସନ ମୁଡକୁ ଚାଲି ଆସିଥିବା ପୁଲିସ୍ ରାତି ଅଧରେ ବିଭିନ୍ନ ସ୍ଥାନରେ ଚଢାଉ କରି ୮ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ନାଁରେ ୩୪୧, ୩୨୩, ୨୯୪ ଭଳି ଅନେକ ସଙ୍ଗୀନ ଦଫା ଲଗାଇଛି ପୁଲିସ୍ ।
ଅଭିଯୁକ୍ତମାନଙ୍କଠାରୁ ଗୋଟିଏ ଫୋନ୍, ୨ଟି ବୁମ୍, ଲାଇଭ୍ ଟେଲିକାଷ୍ଟ ମେସିନ୍ ଜବତ କରାଯାଇଛି । ଅତିରିକ୍ତ ଏସ୍ପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ଏସ୍ଡିପିଓ କିଶୋର ମୁଣ୍ଡଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ତଦନ୍ତ ଜାରି ରହିଛି ।
ଗତକାଲି କଣାସ ବ୍ଲକ ବଡାଲ ପଞ୍ଚାୟତରେ ଭୋଟ ଗ୍ରହଣ ଚାଲିଥିବା ବେଳେ କିଛି ଲୋକ ହଠାତ୍ ବୁଥ୍ ଜବରଦଖଲ କରିବାକୁ ଉଦ୍ୟମ କରିଥିଲେ । ଏହାର ଭିଡିଓ ଉତ୍ତୋଳନ କରିବାରୁ ୨ ଜଣ ରିପୋର୍ଟର ଓ ୨ ଜଣ କ୍ୟାମେରାମ୍ୟାନ ଆକ୍ରମଣର ଶିକାର ହୋଇଥିଲେ। ଦୁର୍ବୃତ୍ତମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ। ।
ସେମାନେ ହେଲେ ନ୍ୟୁଜ୍ ୧୮ ଓଡ଼ିଆର ରିପୋର୍ଟର ସୁମନ୍ତ ସୁନ୍ଦରାୟ ଓ ସାଙ୍ଗରେ ଥିବା କ୍ୟାମେରାମ୍ୟାନ ଚିତନ ସ୍ୱାଇଁ ଓ ନ୍ୟୁଜ-୭ ରିପୋର୍ଟର ସରୋଜ ମଲ୍ଲିକ ଓ କ୍ୟାମେରାମ୍ୟାନ ରବି ତ୍ରିପାଠୀ । ଆହତମାନଙ୍କୁ ଚିକିତ୍ସା ନିମନ୍ତେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031